ଖୋର୍ଦ୍ଧା: ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଆଯୋଗ୍ୟ ହିତାଧିକାରୀ ଫନି ସହାୟତା ପାଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏପରି ଅଭିଯୋଗ ଜଣାଇଛନ୍ତି ଭାରତୀୟ ଜନ କଲ୍ୟାଣ ମଞ୍ଚର ସଦସ୍ୟ । ଏନେଇ ବାରମ୍ବାର ମଞ୍ଚ ପକ୍ଷରୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରାଯାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ସାମୁଦ୍ରିକ ଝଡ ଫନି ସମୟରେ କୌଣସି କ୍ଷତିଗ୍ରସ୍ତ ହୋଇନଥିବା ଲୋକ ସରକାରୀ ସହାୟତା ପାଇଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଈଟିଭି ଭାରତ