ETV Bharat / state

ଅନାବିଳ ପଶୁ ପ୍ରେମ: କୁକୁର ମୃତ୍ୟୁରେ ଶୁଦ୍ଧିକ୍ରିୟା, ବ୍ରାହ୍ମଣ ଭୋଜନର ଆୟୋଜନ କଲା ପରିବାର

author img

By ETV Bharat Odisha Team

Published : Oct 11, 2023, 7:44 PM IST

Updated : Oct 11, 2023, 8:55 PM IST

ପୋଷା କୁକୁରର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର । ଖୋର୍ଦ୍ଧାରେ ଏହିପରି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

last rites of pet dog
ପୋଷା କୁକୁରର ଶୁଦ୍ଧିକ୍ରିୟା
ପୋଷା କୁକୁରର ଶୁଦ୍ଧିକ୍ରିୟା

ଖୋର୍ଦ୍ଧା: ଘରେ ହୋଇଛି ଶୁଦ୍ଧିକ୍ରିୟା ପାଇଁ ପୂଜା ପାଠ କାର୍ଯ୍ୟକ୍ରମ । ଆଉ ଘର ସମ୍ମୁଖରେ ଟେଣ୍ଟ ବନ୍ଧା ହୋଇଥିବାବେଳେ ବ୍ରାହ୍ମଣ ଭୋଜନ ମଧ୍ୟ ଦିଆଯାଇଛି । ହେଲେ ଏହି କାର୍ଯ୍ୟକ୍ରମର ଆୟୋଜନ କେଉଁ ମଣିଷ ପାଇଁ ନୁହେଁ, ବରଂ ଏକ ପୋଷା କୁକୁର ପାଇଁ କରାଯାଇଛି । ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ସହରରେ । ଖୋର୍ଦ୍ଧାର ଜଣାଶୁଣା ସମାଜସେବୀ ବାସନ୍ତୀ ମହାପାତ୍ର ଓ ସ୍ୱାମୀ ଚନ୍ଦ୍ରଶେଖର ମହାପାତ୍ରଙ୍କ ପାଳିତ କୁକୁର 'ଗୁଲୁ'ର ଶୁଦ୍ଧିକ୍ରିୟା କରିଛନ୍ତି ତାକୁ ପାଳିଥିବା ପରିବାର ଲୋକେ ।

ଏନେଇ ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର କହିଛନ୍ତି, "2010 ମସିହାରୁ ଆମେ ଏହି କୁକୁର ଛୁଆ 'ଗୁଲୁ'କୁ ଘରକୁ ଆଣିଥିଲୁ। ସେବେଠାରୁ 'ଗୁଲୁ' ପାଲଟି ଯାଇଥିଲା ମହାପାତ୍ର ପରିବାରର ଜଣେ ସଦସ୍ୟ । ତାକୁ କେବେ ଆମେ ଗୃହପାଳିତ ପଶୁ ଭାବିନାହୁଁ । ସେ ସବୁବେଳେ ଜଣେ ପରିବାର ସସ୍ୟ ଭଳି ଆମ ସହ ରହିଆସିଥିଲା ।" ତେବେ କିଛି ଦିନ ପୂର୍ବରୁ 'ଗୁଲୁ'ର ମୃତ୍ୟୁ ଘଟିଥିଲା । ତାର ମୃତ୍ୟୁରେ ସତେ ଯେମିତି ପରିବାରର ସଦସ୍ୟ ଚାଲି ଗଲା ପରି ଅନୁଭବ କରିଥିଲେ ପରିବାର ଲୋକେ। ସମସ୍ତେ 'ଗୁଲୁ'ର ବିୟୋଗରେ ଭାଙ୍ଗି ପଡିଥିଲେ । ଆଉ ତାକୁ ନିଜ ପରିବାର ସଦସ୍ୟ ଭାବେ ଦେଖୁଥିବାରୁ ଯଥା ବିଧି ତା'ର ଶୁଦ୍ଧିକ୍ରିୟା କରିବାକୁ ସେମାନେ ମନସ୍ଥ କରିଥିଲେ ।

ଏହା ବି ପଢନ୍ତୁ...ନାଗ ସାପ ସହ ଲଢିଲା କୁକୁର, ମାଲିକର ପରିବାର ପାଇଁ ଜୀବନ ଦେଲା 'ବ୍ଲାକି'

ତେବେ ପରିବାର ସମସ୍ତ ସଦସ୍ୟ 'ଗୁଲୁ'ର ମରଶରୀରକୁ ଘର ନିକଟରେ ସମାଧି ଦେଇଥିଲେ । ଏହା ପରେ ତା'ର ଶୁଦ୍ଧିକ୍ରିୟା ସହ ହିନ୍ଦୁ ରୀତିନୀତିରେ ଶୁଦ୍ଧିକ୍ରିୟା କରିଛନ୍ତି । ଯେଉଁଥିରେ ବ୍ରାହ୍ମଣଙ୍କ ଦ୍ଵାରା ପୂଜା ପାଠ କରାଯିବା ସହ ବ୍ରାହ୍ମଣ ବୋଜନ ମଧ୍ୟ ଦିଆଯାଇଛି । ତେବେ ମଣିଷ ଚାଲିଗଲେ ଯେପରି କ୍ରିୟା କର୍ମ କରାଯାଏ, ଠିକ ସେହିପରି ସମସ୍ତ କ୍ରିୟା କର୍ମ କରାଯାଇ 200 ବ୍ରାହ୍ମଣଙ୍କୁ ଯଥାରୀତିରେ ବିଦାକି ସହ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି।

ଖାଲି ସେତିକି ନୁହେଁ, ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ସମସ୍ତେ ଶୁଦ୍ଧିକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣା ସମଗ୍ର ଖୋର୍ଦ୍ଧା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମଣିଷ ନହୋଇଥିଲେ ସୁଦ୍ଧା ମଣିଷ ଭଳି ଏକ ପାଳିତ ପଶୁର ଶୁଦ୍ଧିକ୍ରିୟା କରିବା ନିଶ୍ଚୟ ଭାବରେ ପଶୁ ପ୍ରତି ମଣିଷର ନିବିଡ଼ ସମ୍ପର୍କ, ସ୍ନେହ ଓ ଭଲପାଇବାକୁ ପ୍ରମାଣିତ କରିଛି।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 11, 2023, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.