ETV Bharat / state

ନିଆରା ଢଙ୍ଗରେ ପ୍ରତିବାଦ: ଦାବୀ ପୂରଣ ପାଇଁ ନବୀନ ଜଣାଣ ଗାଇଲେ ଆନ୍ଦୋଳନକାରୀ - ଦାବୀ ପୂରଣ ପାଇଁ ନବୀନ ଜଣାଣ ଗାଇଥିଲେ ଆନ୍ଦୋଳନକାରୀ

ଓଡିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ନିଆରା ପ୍ରତିବାଦ । ସଂଘ ପକ୍ଷରୁ ଗିନି କଂସା ଘଣ୍ଟା ତାଟିଆ ବାଜା ବଜାଇ ଝାଞ୍ଜ ସଂକୀର୍ତ୍ତନ କରିଥିଲେ । ଦାବୀ ପୂରଣ ପାଇଁ ନବୀନ ଜଣାଣ ଗାଇଥିଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ନବୀନ ଜଣାଣ ଗାଇ ସରକାରଙ୍କୁ ଦାବି ଜଣାଇଲେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ

author img

By

Published : Nov 29, 2022, 5:08 PM IST

Updated : Nov 29, 2022, 7:07 PM IST

ଭୁବନେଶ୍ବର: ଦାବି ପୁରାଣ ପାଇଁ କିଏ କେତେ ପ୍ରକାର ପ୍ରତିବାଦ କରୁଛନ୍ତି । ଓଡିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ନିଆରା ପ୍ରତିବାଦ । ସଂଘ ପକ୍ଷରୁ ଗିନି କଂସା ଘଣ୍ଟା ତାଟିଆ ବାଜା ବଜାଇ ଝାଞ୍ଜ ସଂକୀର୍ତ୍ତନ କରିଥିଲେ । ଦାବୀ ପୂରଣ ପାଇଁ ନବୀନ ଜଣାଣ ଗାଇଥିଲେ ଆନ୍ଦୋଳନକାରୀ । ଗାନ୍ଧୀମାର୍ଗରେ ସଂଘର ସଦସ୍ୟ ମାନେ ଏକାଠି "ହେ ନବୀନ ବାବୁ ଆମ ଗୁହାରୀ ଶୁଣ" ଗୀତ ଗାଇଛନ୍ତି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଅଭିନବ ଉପାୟରେ ଲୋୟର ପିଏମଜିରେ କରିଛନ୍ତି ଆନ୍ଦୋଳନକାରୀ ।

ଅଭିନବ ପ୍ରତିବାଦ: ଦାବୀ ପୂରଣ ପାଇଁ ନବୀନ ଜଣାଣ ଗାଇଲେ ଆନ୍ଦୋଳନକାରୀ

ତେବେ ଲୋୟର ପିଏମଜିରେ ସରକାରଙ୍କୁ ଅନେକ ଲୋକ ଦୁଃଖ ଶୁଣାଇବା ପାଇଁ ଆସୁଥିବା ବେଳେ ଗାନ୍ଧୀ ମାର୍ଗର ଭିଡରେ ଲୁଚି ଯାଉଛି ସଂଘ । ତେଣୁ ଭିଡ ଭିତରୁ ନିଜର ଦାବି ଶୁଣାଇବା ପାଇଁ ଏଭଳି ଢଙ୍ଗରେ ପ୍ରତିବାଦ କରିଛି ସଂଘ । ଏନେଇ ନବମ ଦିନରେ ପହଞ୍ଚିଛି ଏମାନଙ୍କ ଧାରଣା । ମୃତ କର୍ମଚାରୀ ପରିବାର ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ଓ ୨୦୨୦ ବିଜ୍ଞପ୍ତି ତୁରନ୍ତ ବାତିଲ ଦାବି କରିଛନ୍ତି ସଂଘ ।

ଅନ୍ୟପଟେ ପରିବାରର ରୋଜଗାରିଆଙ୍କ ମୃତ୍ୟୁ ପରେ ସେହି ପରିବାରରୁ ଜଣଙ୍କୁ ଚାକିରୀ ମିଳିଥାଏ । ହେଲେ ସରକାର ଚାକିରୀ ନିଯୁକ୍ତିର ନିୟମଙ୍କୁ ବାରମ୍ବାର ପରିବର୍ତ୍ତନ କରାଯାଉଥିବା ବେଳେ ଅନେକ ଦିନରୁ ଚାକିରୀଟିଏ ପାଇଁ ଅପେକ୍ଷ କରି ରହିଥିଲେ ମଧ୍ୟ ମିଳିପାରୁ ନାହିଁ । ତାହା ପୁଣି ଯୋଗ୍ୟତା ଅନୁଯାୟୀ ଦିଆଯାଉ ବୋଲି ଦାବି କରିଛନ୍ତି । ତେଣୁ ୧୯୯୦ ର ବିଜ୍ଞପ୍ତି ଅନୁଯାୟୀ ସେମାନଙ୍କୁ ଚାକିରୀ ପ୍ରଦାନ କରି ତାଙ୍କ ପରିବାରର ଦୁଃଖକୁ ହରଣ କରନ୍ତୁ ବୋଲି ଅନୁରୋଧ କରିଛି ସଂଘ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ

ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସଂଘ ପକ୍ଷରୁ ନିଆରା ଢଙ୍ଗରେ ପ୍ରତିବାଦ କରାଯାଉଛି । ପୂର୍ବରୁ ସଂଘର ସଦସ୍ୟମାନେ ଆଣ୍ଠେଇ କାନଧରି ପ୍ରତିବାଦ କରିଥିଲେ । ଆଜି ପୁଣିଥରେ ଝାଞ୍ଜ କୀର୍ତ୍ତନ କରି ଗୀତ ବୋଲି ପ୍ରତିବାଦ କରିଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଏ ଦିଗରେ ଧ୍ୟାନ ଦେଇ ନାହାଁନ୍ତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ ବୋଲି ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 29, 2022, 7:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.