ETV Bharat / state

Fake Certificate Case: ସିବିଆଇ ତଦନ୍ତ ଦାବି କଲା ବିଜେପି - ସିବିଆଇ ତଦନ୍ତ ଦାବି କଲା ବିଜେପି

ମନମୋହନ କହିଛନ୍ତି, ‘‘ଏହି ଫେକ ସାର୍ଟିଫିକେଟ ଘଟଣା ରେ ବିଜେଡି ନେତାଙ୍କ ଯଦି ସମ୍ପୃକ୍ତି ନ ଥାନ୍ତା ଏତେ ବର୍ଷ କେମିତି ଫେକ ସାର୍ଟିଫିକେଟ ଚାଲିଲା? ସରକାର ଜାଣିଲେଣି କାହିଁକି ? ମୁଁ ଯଦି ସରକାର ତେବେ ମୁଁ ଜାଣିପାରିବିନି, ଗୁଇନ୍ଦା କଣ ନାହିଁ, ମୋର ନେଟୱର୍କ ନାହିଁ, 25 ଟି ଏଜେନ୍ସି ପରା ରାଜ୍ୟରେ ଅଛି । ଅଧିକ ପଢନ୍ତୁ

Fake Certificate Case: ସିବିଆଇ ତଦନ୍ତ ଦାବି କଲା ବିଜେପି

author img

By

Published : Apr 11, 2023, 8:40 PM IST

Fake Certificate Case: ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ବର: ଦୋଷୀଙ୍କ ବିରୋଧରେ କଠିନରୁ କଠିନ ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ଯବଧାନ ହେଉ । ଯେଉଁମାନେ ପିଲାଙ୍କ ଜୀବନ ସହିତ ଏବଂ ଓଡିଶାର ଭାଗ୍ୟସହ ଖେଳୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ । ଏଠି ସରକାର ଅନ୍ଧ, ମୁକ ଏବଂ ବଧିର ହୋଇ ବସିଛନ୍ତି । ତେଣୁ ପୁରା ଘଟଣାର ସିବିଆଇ ତଦନ୍ତ ହେଉ । ରାଜ୍ୟରେ ଚହଳ ପକାଇଥିବା ଫେକ ସାର୍ଟିଫିକେଟକୁ ନେଇ ରାଜ୍ୟ ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ମନମୋହନ କହିଛନ୍ତି, ‘‘ଏହି ଫେକ ସାର୍ଟିଫିକେଟ ଘଟଣା ରେ ବିଜେଡି ନେତାଙ୍କ ଯଦି ସମ୍ପୃକ୍ତି ନ ଥାନ୍ତା ଏତେ ବର୍ଷ କେମିତି ଫେକ ସାର୍ଟିଫିକେଟ ଚାଲିଲା? ସରକାର ଜାଣିଲେଣି କାହିଁକି ? ମୁଁ ଯଦି ସରକାର ତେବେ ମୁଁ ଜାଣିପାରିବିନି, ଗୁଇନ୍ଦା କଣ ନାହିଁ, ମୋର ନେଟୱର୍କ ନାହିଁ, 25 ଟି ଏଜେନ୍ସି ପରା ରାଜ୍ୟରେ ଅଛି। ଯେଉଁଠି ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ସିବିଆଇ ତଦନ୍ତ ହେବା ଦରକାର ।’’ ମନ୍ତ୍ରୀ, ତନ୍ତ୍ରୀ ଯିଏ ଥାନ୍ତୁ, ଆଇନର ଉର୍ଦ୍ଧ୍ବରେ କେହି ନୁହେଁ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କ ବିରୁଦ୍ଧରେ ହେବା ଦରକାର। ବିଜେଡି କଣ ଭଗବାନ ? ଭଗବାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିପାରିବନି ତାଙ୍କ ଉପରେ କଣ ଅସୁବିଧା ଅଛି କି ? ଚେର ସିପିଏମର ବେଙ୍ଗଲଠୁ ଅଧିକ କେଉଁଠି ଲମ୍ବି ନଥିଲା, ସେ 34 ବର୍ଷ ପରେ ବଙ୍ଗୋସାଗରକୁ ପଳେଇଲା, ଏମାନେ 24 ବର୍ଷ ପରେ ବଙ୍ଗୋପସାଗରକୁ ଯିବେ ଅପେକ୍ଷା କର ବୋଲି ମନମୋହନ କହିଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ ବିଜେପି ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଛି । ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ରାଜ୍ୟରେ ଚାଉଳ, ଟମାଟୋ ସସ, ତେଲ, ଘିଅ, ଔଷଧ ବି ନକଲି । 5T ବିଭାଗ ବି ନକଲି । ରତ୍ନ ଭଣ୍ଡାର ଚାବି ନକଲି, ଅଙ୍ଗନବାଡି କର୍ମୀ ନକଲି । ଯେଉଁଥିରେ ହାତ ମାରିଲେ ସବୁ ନକଲି । ନକଲି ନିଯୁକ୍ତି ନିର୍ବାଚନରେ ବ୍ୟବହାର କରିବା ପାଇଁ ବିଜେଡ଼ି ସରକାର କରୁଛି । ଶିକ୍ଷା ବିଭାଗର ତାଗିତ ସତ୍ୱେ, ଅଧିକାରୀ ମାନେ ନିଯୁକ୍ତି ଦେବା ପୂର୍ବରୁ ଶିକ୍ଷକ ମାନଙ୍କ ସର୍ଟିଫିକେଟ ଯାଞ୍ଚ କରୁନାହାନ୍ତି । ହାଇକୋର୍ଟ ମଧ୍ୟ ଡାକ୍ତର ମାନଙ୍କର ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଓଡିଶାରେ ଅପରାଧୀ ମାନଙ୍କ ବଳ ବିଜୁ ଜନତା ଦଳ । ବଲାଙ୍ଗୀରରେ ଧରାପଡିଥିବା ଲୋକ ବିଜେଡ଼ିର ଆଇଟି ସେଲର ମୁଖ୍ୟ । ଅନେକ ବଡ଼ ବଡ଼ ନେତାଙ୍କ ସହ ତାଙ୍କର ଫଟୋ ଅଛି । ରାଜ୍ୟରେ ଡୁପ୍ଲିକେଟ ସରକାର ଚାଲିଛି । କ୍ରାଇମବ୍ରାଞ୍ଚର ପରିବା ପଣିଆ ବିଧାନସଭା ଉତ୍ତରରୁ ଜଣାପଡ଼ିଛି । ନବ ଦାସ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଧରି ପାରିଲେ ନାହିଁ । ଏ ସେହି କ୍ରାଇମବ୍ରାଞ୍ଚ ପରୀ,ମମିତା, ନବଦାସ ମାମଲାରେ ତଦନ୍ତ କରୁଥିଲେ। ଏହି କେସ କୁ ସେମିତି କରିଦେବେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.