ETV Bharat / state

ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘର ୮ ଦଫା ଦାବି, ପୂରଣ ନହେଲେ ୨୭ରେ ଆନ୍ଦୋଳନ - ପ୍ରାଥମିକ ଶିକ୍ଷକ ମହାସଂଘର ୮ ଦଫା ଦାବି

ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘର ଆନ୍ଦୋଳନ ଚେତାବନୀ । ୮ ଦଫା ଦାବି ଆସନ୍ତା ଡିସେମ୍ବର ୨୬ ତାରିଖ ସୁଦ୍ଧା ପୂରଣ ନେହେଲେ ୨୭ରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘ । ଅଧିକ ପଢ଼ନ୍ତୁ

ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘର ୮ ଦଫା ଦାବି, ପୂରଣ ନେହେଲେ ୨୭ରେ ଆନ୍ଦୋଳନ ଚେତାବନୀ

author img

By

Published : Dec 12, 2022, 9:32 AM IST

ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘର ୮ ଦଫା ଦାବି, ପୂରଣ ନେହେଲେ ୨୭ରେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ଡିସେମ୍ବର ୨୭ରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘ । ବିଭିନ୍ନ ସମସ୍ୟାକୁ ନେଇ ୮ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇବ ମହାସଂଘ । ବହୁ ଆଲୋଚନା ପରେ ରାଜ୍ୟ ସରକାର ୨୦୧୭ ମସିହାରେ ସମସ୍ତ ଶିକ୍ଷକଙ୍କୁ ନିୟମିତ କରିଥିଲେ । ତେବେ ଏକ୍ସ୍ କ୍ୟାଡର ଉଚ୍ଛେଦ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିଛି ଶିକ୍ଷକ ମହାସଂଘ ।

୮ ଦଫା ଦାବି ମଧ୍ୟରେ ରେଗୁଲାର ହେବାରୁ ବଞ୍ଚିତ ହୋଇଥିବା ୩୦୦୦ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି କରିଛି ସଂଘ । ଏହା ବ୍ୟତୀତ ସମଗ୍ର ଶିକ୍ଷା ଅଭିଯାନରେ କରାଯାଇଥିବା ଡେପୁଟେସନ ବାତିଲ କରି ଏକ୍ସ କ୍ୟାଡର ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୭ରୁ କ୍ୟାଡରଭୁକ୍ତ କରିବା, ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ କରିବା, ମୃତ ଗଣଶିକ୍ଷକମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବା, ଏକ୍ସ କ୍ୟାଡର ଶିକ୍ଷକମାନେ ଏଲିମେଣ୍ଟାରି କ୍ୟାଡରର ଲେବୁଲ ୫ ଭଳି ସମସ୍ତ ସୁବିଧା ସୁଯୋଗ ପାଇବେ ବୋଲି ଜିଲ୍ଲା ଓ ବ୍ଲକସ୍ତରକୁ ସ୍ପଷ୍ଟ ନିର୍ଦ୍ଦେଶାନାମା ପ୍ରଦାନ କରିବା ଆଦି ଦାବି ରଖିଛି ଶିକ୍ଷକ ମହାସଂଘ ।

ତେବେ ଦାବି ଗୁଡ଼ିକ ଆଗାମୀ ଡିସେମ୍ବର ୨୬ ତାରିଖ ମଧ୍ୟରେ ପୂରଣ ନହେଲେ ଆସନ୍ତା ୨୭ ତାରିଖରୁ ବିଧାନସଭା ସମ୍ମୁଖରେ ହଜାର ହଜାର ଏକ୍ସ କ୍ୟାଡର ଶିକ୍ଷକମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିପାଇଁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ରାଜ୍ୟ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ମହାସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.