ETV Bharat / state

ପାୱାର କଟ ନୁହେଁ, ଓଭର ଲୋଡିଂ ପାଇଁ ଟ୍ରିପ କରୁଛି ଲାଇନ: ଶକ୍ତିମନ୍ତ୍ରୀ - ଓଭର ଲୋଡିଂ

ରାଜ୍ୟରେ ପାୱାର କଟ୍‌ ହେଉଥିବା ନେଇ ଜନ ଅସନ୍ତୋଷ ବଢିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ । ପାୱାର କଟ ନୁହେଁ, ଓଭର ଲୋଡିଂ ପାଇଁ ଟ୍ରିପ୍‌ କରୁଛି ଲାଇନ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 24, 2023, 4:25 PM IST

Updated : Apr 24, 2023, 4:35 PM IST

ପାୱାର କଟ ନୁହେଁ, ଓଭର ଲୋଡିଂ ପାଇଁ ଟ୍ରିପ କରୁଛି ଲାଇନ: ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ପାୱାର କଟ୍‌ ହେଉନାହିଁ । ଓଭର ଲୋଡିଂ ପାଇଁ ପାୱାର ଲାଇନ୍‌ ଟ୍ରିପ କରି ଯାଉଛି । ରାଜ୍ୟରେ ଇଲେକ୍ଟ୍ରିସିଟି ସପ୍ଲାଏର କୌଣସି ସମସ୍ୟା ନାହିଁ । ଥରେ ଲାଇନ ଟ୍ରିପ୍‌ କରିଗଲେ ଠିକ କରିବା ଲାଗି ୬ରୁ ୭ଘଣ୍ଟା ସମୟ ଲାଗୁଛି । ବିଦ୍ୟୁତ କାଟ ଓ ଲୋ' ଭୋଲଟେଜ ନେଇ ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟୀକରଣ ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦେବାକୁ ଆମେ ଚେଷ୍ଟା କରୁଛୁ ବୋଲି ମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏନେଇ ଶକ୍ତି ମନ୍ତ୍ରୀ କହିଛନ୍ତି, "ପାୱାରକଟ୍‌ର ଅର୍ଥ ହେଉଛି ଖାଉଟିଙ୍କ ଚାହିଦା ଯେତିକି, ସେତିକି ବିଦ୍ୟୁତ ଯୋଗାଯାଇ ନପାରିବା । ବିଜୁଳି ଯୋଗାଇବା ପାଇଁ କିଛି କିଛି ସ୍ଥାନରେ କିଛି ଘଣ୍ଟା ବିଜୁଳି କାଟିବା ବା ଯୋଗାଣ ବ୍ୟବସ୍ଥାରେ କାଟଛାଟ କରିବା । ଆଡଜଷ୍ଟ କରି ବିଜୁଳି ଯୋଗାଇବାକୁ ବିଜୁଳି କାଟ୍‌ କୁହାଯାଏ । ଯେତେବେଳେ ବିଜୁଳି ଉତ୍ପାଦନ କମ ହୁଏ, ସେତେବେଳେ ଏମିତି ହୁଏ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ବିଜୁଳି ଉତ୍ପାଦନ ଓ ଯୋଗାଣରେ କୌଣସି ସମସ୍ୟା ନାହିଁ । ଯେତିକି ଆବଶ୍ୟକ ସେତିକି ବିଜୁଳି ରହିଛି । ପିକ୍‌ ଆୱାରରେ (ଯେତେବେଳେ ବିଜୁଳିର ଅଧିକ ଆବଶ୍ୟକତା ପଡ଼େ) ହଠାତ ବିଜୁଳି ଚାହିଦା ବଢୁଛି, ସେତେବେଳେ ଅନୁରୂପ ବ୍ୟବସ୍ଥା କରାଯାଉଛି ।"

ଏହା ବି ପଢନ୍ତୁ- ଜମାଅର୍ଥ ଫେରି ପାଇବା ପାଇଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

ବିଜୁଳି ନଥିବାରୁ ଲୋକଙ୍କର ସମସ୍ୟା ହେଉଛି । ଯାହା ସମସ୍ୟା ହେଉଛି ତାହା ସତ୍ୟ । ଲୁଚାଇବାର କିଛି କଥା ନାହିଁ । ଅନେକ ସ୍ଥାନରେ ଓଭର ଲୋଡିଂ ଦ୍ବାରା ଲାଇନ୍‌ ଟ୍ରିପ କରିଯାଉଛି । କିଛିଦିନ ତଳେ ଭୁବନେଶ୍ବରର ଶୈଳଶ୍ରୀ ବିହାର ଭିଏସଏସ ନଗରରେ ଲାଇନ ବାରମ୍ବାର ଲାଇନ ଟ୍ରିପ୍‌ କରିଥିଲା । ୩୩କେଭି ଲାଇନ ମଧ୍ୟ ପାୱାର ସମ୍ଭାଳି ପାରିଲା ନାହିଁ । ଯେଉଁଭଳି ଭାବେ ରୌଦ୍ର ତାପ ହେଉଛି, ଲୋକ ଡହଳବିକଳ ହେଉଛନ୍ତି । ଚାହୁଁଛନ୍ତି 24*7 ବିଜୁଳି । ଏହା ସ୍ବାଭାବିକ ଓ ଆବଶ୍ୟକତାର କଥା ବୋଲି ମନ୍ତ୍ରୀ କହିଛନ୍ତି ।

ଭାରତର ସ୍ବାଧୀନତାର ପରଠାରୁ ସର୍ବାଧିକ ବିଜୁଳି ଚାହିଦା ଗତ ୨୦ତାରିଖରେ ହୋଇଥିଲା । ପୂର୍ବାହ୍ନ ୧୧ରୁ ୧୨ ଟା, ଅପରାହ୍ନ ୪ରୁ ୫ଟାରେ ହଠାତ ପିକ ଆୱାର ବା ବିଜୁଳି ଚାହିଦା ବଢିଯାଉଛି । ସେହି ସମୟରେ ଲାଇନ ଟ୍ରିପ୍‌ କରିଯାଉଛି । ଯଦି ଥରେ ୩୩ କେଭି ଲାଇନ ଟ୍ରିପ୍‌ କରିଗଲା ତାକୁ ଠିକ କରିବା ଲାଗି ୬ରୁ ୭ଘଣ୍ଟା ସମୟ ଲାଗୁଛି । ୧୧ କେଭି ବା 33 କେଭି ଟ୍ରିପ କରିବା ଅବସ୍ଥାରେ ସବୁ କାର୍ଯ୍ୟକ୍ରମ କରି ଭୁବନେଶ୍ବର ପରି ସ୍ଥାନରେ ବିଜୁଳି ଯୋଗାଣ ସମୟ ସାପେକ୍ଷ । ସେହିପରି ଗ୍ରାମାଞ୍ଚଳରେ ଅନୁରୂପ ଅବସ୍ଥା ହେଉଛି । ଏଥିରେ ଟେକ୍ନିକାଲ କଥା କିଛି ନାହିଁ, ଯାହା ସ୍ବଳ୍ପ ସମୟରେ ହୋଇପାରିବ । ମାନବ ସମ୍ବଳ ବ୍ୟବହାର କରି ଏହି କାର୍ଯ୍ୟକ୍ରମ ହୁଏ । ତେଣୁ ସ୍ଵାଭାବିକ ଭାବେ ସମୟ ଲାଗିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ସ୍ବାଭାବିକ ବିଜୁଳି ଯୋଗାଣ ଉପରେ ସରକାର ଓ ଶକ୍ତି ବିଭାଗ ଉଦ୍ୟମ ଜାରି ରଖିଛି । ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ଲାଗି ସମସ୍ତ ପ୍ରଚେଷ୍ଟା ଜାରି ରହିଛି । ତେବେ ୪ଟି ସ୍ଥାନରେ ବିଜୁଳି କାଟ ନେଇ ଅଭିଯୋଗ ହୋଇଛି । କିନ୍ତୁ ଯାହା ରିପୋର୍ଟ ଅଛି କୌଣସି ସ୍ଥାନରେ ପାୱାର କଟ୍‌ ହୋଇନାହିଁ । ଆବଶ୍ୟକ ଶକ୍ତି ଉତ୍ପାଦନ ହେଉଛି । ଯେଉଁଠାରେ ବଡ଼ ଧରଣର ବିଜୁଳି ଯାଇଛି ସେଠାରେ ୩୩ କେଭି ଟ୍ରିପ କରିଛି କିମ୍ବା ସବ୍‌ଷ୍ଟେସନ ଟ୍ରିପ କରିଛି । ନିର୍ଦ୍ଦିଷ୍ଟ ଭାବେ ଏହି ୨ଟି ଅଭିଯୋଗ ଆସୁଛି ତାହା ଉପରେ ତର୍ଜମା କରାଯାଉଛି । ଯୁଦ୍ଧକାଳୀନ ଭାବେ ଏ ଦିଗରେ ପଦକ୍ଷେପ ନେବାକୁ ଚେଷ୍ଟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 24, 2023, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.