ETV Bharat / state

ହାତୀ ଆକ୍ରମଣରେ 2ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

author img

By

Published : Jan 18, 2020, 7:37 AM IST

Updated : Jan 18, 2020, 9:31 AM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହଜ ଏବଂ କଲରାଝର ଗ୍ରାମରେ ହାତୀ ଆକ୍ରମଣ । ଦୁଇ ମୃତ, ଜଣେ ଗୁରୁତର ଆହତ। ମୃତକଙ୍କ ପରିବାରଙ୍କୁ 10 ଲକ୍ଷ ଲେଖାଏଁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ।

elephant attack
ହାତୀ ଆକ୍ରମଣରେ 2ମୃତ : ଜଣେ ଗୁରୁତର

ଖୋର୍ଦ୍ଧା: ଜଙ୍ଗଲ ଛାଡି ଖାଦ୍ୟ ଅନ୍ବେଷଣରେ ଜନବସତି ମୁଁହା ଜଙ୍ଗଲୀ ହାତୀ । ସେଥିପାଇଁ ବିଭିନ୍ନ ସମୟରେ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି । ଆଜି(ଶନିବାର) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଟାଙ୍ଗୀ ରେଞ୍ଜର ହଜ ଏବଂ କଲରାଝର ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଦୁଇଜଣଙ୍କ ଜୀବନ ହାନି ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ହେଲେ ଏ ପର୍ଯ୍ୟନ୍ତ କୌଣସି ବନ ଅଧିକାରୀ ସେଠାରେ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

ହାତୀ ଆକ୍ରମଣରେ 2ମୃତ : ଜଣେ ଗୁରୁତର

ଭୋର ସମୟରେ ମୃତକ ଦୁଇ ଜଣ ନିଜ ନିଜ ଘରେ ଶୋଇଥିବା ଅବସ୍ଥାରେ ହାତୀ ଆକ୍ରମଣ କରିଥିଲା । ଫଳରେ ହଜ ଗ୍ରାମର ବଂଶୀଧର ଛୁଆଳ ସିଂ ଏବଂ କଲରାଝର ଗ୍ରାମର ସନାତନ ପ୍ରଧାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସେହିପରି ନିଜ ବାଡିକୁ ପରିସ୍ରା ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ କଲରାଝର ଗ୍ରାମର ବ୍ରଜବନ୍ଧୁ ସାହୁ । ତେବେ ସେ ଗୁରୁତର ଆହତ ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

elephant attack
ହାତୀ ଆକ୍ରମଣରେ 2ମୃତ; କ୍ଷତିପୂରଣ ଦାବିରେ ସଡକ ଅବରୋଧ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:Conclusion:
Last Updated : Jan 18, 2020, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.