ETV Bharat / state

CBSE ସହ ଟକ୍କର ଦେବ CHSE, ୬ମାସ ପୁର୍ବରୁ ତାରିଖ ଘୋଷଣା କଲା CHSE

author img

By

Published : Aug 17, 2023, 6:30 PM IST

Updated : Aug 17, 2023, 6:45 PM IST

୬ ମାସ ପୂର୍ବରୁ ଦ୍ବାଦଶ ପରୀକ୍ଷା ଘୋଷଣା କଲା CHSE । ଫେବୃଆରୀ ୧୪ରୁ ଆରମ୍ଭ ଥିଓରି ପରୀକ୍ଷା । ଅଧିକ ପଢନ୍ତୁ

plus two board exams
plus two board exams
CBSE ସହ ଟକ୍କର ଦେବ CHSE, ୬ମାସ ପୁର୍ବରୁ ତାରିଖ ଘୋଷଣା କଲା CHSE

ଭୁବନେଶ୍ବର: ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଟାରୀ ଏଜୁକେସନ (CBSE) ସହ ଟକ୍କର ଦେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ୬ ମାସ ପୂର୍ବରୁ ତାରିଖ ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ନିର୍ବାଚନୀ ବର୍ଷକୁ ଦୃଷ୍ଟିରେ ରଖି କାଉନ୍‌ସିଲର ପୂର୍ବ ପ୍ରସ୍ତୁତି କରାଯାଇଛି । ଫେବୃଆରୀ ୧୪ରୁ ଦ୍ଵାଦଶ ପରୀକ୍ଷା ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ନଭେମ୍ବର ମାସରୁ ଫର୍ମ ଫିଲ୍‌ଅପ୍‌ ଆରମ୍ଭ କରିବେ ।

ଫେବୃଆରୀ ୧୪ ତାରିଖରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୧୩ ତାରିଖ ମଧ୍ୟରେ ସାରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନେଇଛି ଗୁରୁତ୍ବ ବହନ କରିଛି । ପ୍ରଥମ ଥର ଏକାଡେମିକ କ୍ୟାଲେଣ୍ଡରେ ସୂଚନା ଦେଇଛି କାଉନସିଲ । ଏହା ସହ ନଭେମ୍ବର ୧୦ ତାରିଖରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ କରିବେ ଫର୍ମ ଫିଲ୍‌ଅପ୍‌ । ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ୍‌ ପରୀକ୍ଷା । ଏପ୍ରିଲ୍‌ ଶେଷ ସପ୍ତାହ କିମ୍ବା ମେ ମାସ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ । ଯେହେତୁ ଏଥର ନିର୍ବାଚନୀ ବର୍ଷ ରହିଛି ତାକୁ ନେଇ କାଉନସିଲ ପୂର୍ବ ପ୍ରସ୍ତୁତି କରିଛି ।

ଏହା ବି ପଢନ୍ତୁ- Plus 2 Exam Date: ଫେବୃଆରୀ ୧୪ରୁ ମାର୍ଚ୍ଚ 13 ଯାଏଁ ପରୀକ୍ଷା

ଏଥର ପରୀକ୍ଷା ପ୍ରଶ୍ନପତ୍ର ପାଟର୍ନ ପରୀକ୍ଷାର କିଛି ମାସ ପୂର୍ବରୁ କୁହାଯିବ । ସେପଟେ ଚଳିତ ଥର ଫିଜିକ୍ସ ଓ କେମେଷ୍ଟ୍ରି ପ୍ରାକ୍ଟିକାଲ ପରୀକ୍ଷାରେ କିଛି ପରିବର୍ତ୍ତନ ହେବାର ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ସେପଟେ କଲେଜ ସ୍ତରରେ ଏନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଭଲ ଭାବରେ କରାଯାଉଛି । ପ୍ରତିଦିନ କ୍ଲାସ ରହୁଛି । ଏ ବର୍ଷ କ୍ଲାସ ଆରମ୍ଭରୁ ହିଁ ପିଲାମାନଙ୍କ ପରୀକ୍ଷା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କହିଛନ୍ତି ରମାଦେବୀ ହାଇୟର ସେକେଣ୍ଡାରୀ ସ୍କୁଲର ଅଧକ୍ଷ ଡଃ ଉର୍ମିଳା ଦାସ ।

ଏହା ସହ ଚଳିତ ବର୍ଷ ସମ୍ପୂର୍ଣ୍ଣ ସିଲାବସ୍‌ରେ ପରୀକ୍ଷା ହେଉଛି । ତେଣୁ ଇଣ୍ଟରନାଲ ଟେଷ୍ଟରୁ ୨୦ ପ୍ରତିଶତ ଏବଂ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତକୁ ନେଇ ରେଜଲ୍ଟ ପ୍ରକାଶ ପାଇବ । ଆଗୁଆ ତାରିଖ ଘୋଷଣା ପିଲାଙ୍କୁ ଆଶ୍ବସ୍ତି ଦେଇଛି । ଛାତ୍ରଛାତ୍ରୀ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିପାରିବେ । ଏପଟେ ଶିକ୍ଷାବିତ୍‌ ଜଳିଲା ଖାନ୍‌ କହିଛନ୍ତି, "ଯଦିଓ ଏତେ ଶୀଘ୍ର ପରୀକ୍ଷା ଘୋଷଣା କରାଯାଇଛି ତଥାପି ଏହା ସ୍ଵାଗତଯୋଗ୍ୟ । ଏହି ସମୟ ମଧ୍ୟରେ କିଭଳି ପିଲାଙ୍କର ଭୌତିକ ବିକାଶ ହୋଇପାରିବ ସେନେଇ ଧ୍ୟାନ ଦେବା ଆବଶ୍ୟକ । କେବଳ ପାସହାର ଭଲ ନକରି ପିଲାଙ୍କୁ କ୍ବାଲିଟି ଏଜୁକେସନ ଯୋଗାଇବା ଆବଶ୍ୟକ ।"

ତେବେ ଚଳିତ ବର୍ଷ CBSEକୁ ଅନୁସରଣ କରି CHSE ଠିକ୍‌ ସମୟରେ ପରୀକ୍ଷା କରିବା ନେଇ ରଣନୀତି ପ୍ରସ୍ତୁତ କରିଛି । ସିବିଏସଇ ଫେବୃଆରୀ ୧୫ ତାରିଖରୁ ପରୀକ୍ଷା ଆରମ୍ଭ କରୁଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୬ ମାସ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 17, 2023, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.