ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଦୌଡ ରାଣୀ ଦୂତୀ ଚାନ୍ଦ (Dutee Chand) । ଏଥର କିନ୍ତୁ ରୋମାଣ୍ଟିକ୍ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଦୂତୀ । ଇନ୍ଷ୍ଟାଗ୍ରାମରେ ଦୂତି ତାଙ୍କ ପ୍ରେମିକା ମୋନାଲିସାଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଯାହା ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଏପରିକି ଜାତୀୟ ଗଣମାଧ୍ୟମରେ ଦୂତୀ ବିବାହ କରିଥିବାର ଖବର ମଧ୍ୟ ପ୍ରସାରିତ ହୋଇସାରିଛି । କିନ୍ତୁ ବାସ୍ତବିକତା ହେଉଛି ନିଜ ସାନ ଭଉଣୀର ବାହାଘରରରେ ଦୂତୀ ନିଜ ପ୍ରେମିକା ମୋନାଲିସାଙ୍କ ସହିତ ଫଟୋ ଉଠାଇଛନ୍ତି । ଦୁହେଁ ବିବାହ ପାଇଁ ସଜା ଯାଇଥିବା ମଞ୍ଚରେ ବର କନିଆ ଚେୟାରରେ ବସି ଫଟୋ ଇଠାଇଛନ୍ତି। ଏହି ଫଟୋଗୁଡ଼ିକୁ ଦେଖିଲେ ଲାଗୁଛି ଯେ ଉଭୟ ବିବାହ କରିନେଇଛନ୍ତି । ତେବେ ଏନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଦୂତୀ ।
ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଦୂତି କହିଛନ୍ତି, ବିବାହକୁ ପରିବାର ତରଫରୁ ଅନୁମତି ରହିଛି । ସମ୍ପର୍କକୁ ନେଇ ପରିବାରରେ କୌଣସି ମନମାଳିନ୍ୟ ନାହିଁ । ଯେବେ ବିବାହ ହେବ ସମସ୍ତେ ଜାଣିବେ । ମୋନାଲିସାଙ୍କ ସହିତ ସମ୍ପର୍କକୁ ନେଇ କହିଛନ୍ତି ପ୍ରତିଶ୍ରୁତିବଦ୍ଧତା ପାଳନ ଚାଲିଛି । ଟ୍ୱିଟ୍ କରି ଦୂତି ଲେଖିଛନ୍ତି ତୁମକୁ ମୁଁ ଭଲ ପାଉଥିଲି, ଭଳ ପାଉଛି ଏବଂ ଭଲ ପାଉଥିବି । ତେବେ ଏହି ବ୍ୟକ୍ତିଗତ ସମ୍ପର୍କର କୌଣସି ପ୍ରଭାବ ଖେଳ ଉପରେ ପଡିବ ନାହିଁ ବୋଲି ସେ କହିଛନ୍ତି ।
- " class="align-text-top noRightClick twitterSection" data="
">
2024 ପ୍ୟାରିସ ଅଲିମ୍ପିକସ ଏବଂ 2023 ଏସିଆନ ଗେମ୍ସ ପାଇଁ ଏବେ ପ୍ରସ୍ତୁତି ଜୋରସୋରରେ ଚାଲିଛି । 2018 ତୁଳନାରେ 2023ରେ ସ୍ବର୍ଣ୍ଣ ପଦକ ହାସଲ କରିବା ପାଇଁ ଆଶା ରଖିଥିବା କହିଛନ୍ତି ଦୂତୀ ଚାନ୍ଦ । ଏଥିପାଇଁ ସେ ବିଦେଶ ଗସ୍ତ କରିବେ ଏବଂ ପ୍ରଶିକ୍ଷଣ ମଧ୍ୟ ନେବେ । ଆକୁ ସଫଳ ପ୍ରଦର୍ଶନ କରି କିପରି ରେକର୍ଡ ମେଡାଲ ଆଣିବେ ସେଥିପ୍ରତି ଗୁରୁତ୍ବ ଦେଉଥିବା କହିଛନ୍ତି ଦୂତୀ ।
ଉଲ୍ଲେଖନୀୟ ଯେ, ସାନ ଭଉଣୀ ବିବାହ ଭୋଜି ଅବସରରେ ଦୂତୀ ମୋନାଲିସାଙ୍କ ସହିତ ରୋମାଣ୍ଟିକ ପୋଜରେ ଫଟୋ ଉଠାଇଥିଲେ । ଏହି ଫଟୋ ଫେସବୁକରେ ପୋଷ୍ଟ କରିଥିଲେ । ମୋନାଲିସାଙ୍କ ସହ ଦୂତୀଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ନିଜେ ସେୟାର କରିବା ସହ ସେ ପୂର୍ବରୁ ବି ତାଙ୍କୁ ଭଲ ପାଉଥିଲେ, ଆଜି ବି ଭଲ ପାଉଛନ୍ତି ଓ ସବୁଦିନ ଭଲ ପାଉଥିବେ ବୋଲି ଲେଖିଛନ୍ତି । ତେବେ କିଛି ଜାତୀୟ ଗଣମାଧ୍ୟମ ଦୂତୀ ବିବାହ କଲେ ବୋଲି ଖବର ପ୍ରସାରଣ କରିଥିଲେ । ତେବେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ପୂର୍ବରୁ ଦୂତୀଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ୟୁଜର୍ସ ତାଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ କି କିଛି ସତ୍ୟତା ନାହିଁ ବୋଲି କହିଛନ୍ତି ଦୂତୀ । କିଛି ମୂହୂର୍ତ୍ତ ସେ ତାଙ୍କ ପ୍ରେମିକା ସହିତ ଦେଇଥିବା କହିଛନ୍ତି ଦୂତୀ ଚାନ୍ଦ । ଡିସେମ୍ବର ୨ ତାରିଖରେ ଏହି ଫଟୋ ସେୟାର କରିିଥିଲେ ଦୂତୀ ।

ଇଟିଭି ଭାରତ, ଭୁବନେଶ୍ୱର