ଖୋର୍ଦ୍ଧା: ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ‘କୋରୋନା’ ପାଣ୍ଠିକୁ ୧ କୋଟି ୭ ଲକ୍ଷ ୯୦ ହଜାର ୧ ଶହ ଟଙ୍କା ଦାନ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିନସ୍ଥ ସମସ୍ତ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ, ୧୦ଟି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟର କର୍ମଚାରୀ, ଜିଲ୍ଲାର ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯାଳୟର କର୍ମଚାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଦିନକର ଦରମା ବାବଦକୁ ୧ କୋଟି ୭ ଲକ୍ଷ ୯୦ ହଜାର ୧ ଶହ ଟଙ୍କା ବିଶ୍ବମହାମାରୀ ‘କୋରୋନା’ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତଙ୍କୁ ସଂଗୃହିତ ଉକ୍ତ ଅର୍ଥରାଶିକୁ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ