ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ; DNA ରିପୋର୍ଟ ସ୍ପଷ୍ଟ କଲା ଶିଶୁ କାହାର - ଶିଶୁ ଅଦଳବଦଳ ଘଟଣାରେ ଡିଏନଏ ଟେଷ୍ଟ

କ୍ୟାପିଟାଲ ହସ୍ପିଟାଲରେ ହୋଇନି ଶିଶୁ ଅଦଳବଦଳ ଘଟଣା । ପୁଅ ନୁହେଁ ଝିଅ ହୋଇଥିବା ସ୍ପଷ୍ଟ କଲା ଡିଏନଏ ରିପୋର୍ଟ । ଅଧିକ ପଢ଼ନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ
author img

By ETV Bharat Odisha Team

Published : Oct 6, 2023, 12:21 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା । ଆସିଲା ଶିଶୁ ଓ ମାଆଙ୍କର ଡିଏନଏ ଟେଷ୍ଟ ରିପୋର୍ଟ । ଅଭିଯୋଗକାରୀ ମାଆ ସହ ଶିଶୁର ଡିଏନଏ ମେଳ ଖାଇଲା । ଏଥିରୁ ମହିଳାଙ୍କର ପୁଅ ନୁହେଁ, ବରଂ ଝିଅ ହୋଇଥିଲା ବୋଲି ସ୍ପଷ୍ଟ ହୋଇଯାଇଛି । ଏହାରି ସହିତ କ୍ୟାପିଟାଲ ହସ୍ପିଟାଲରେ ଛୁଆ ଅଦଳବଦଳ ନେଇ ଆସିଥିବା ସାଂଘାତିକ ଅଭିଯୋଗ ଭୁଲ୍ ପ୍ରମାଣିତ ହୋଇଛି । ଏହି ରିପୋର୍ଟ ହସ୍ତଗତ ହେବା ପରେ କ୍ୟାପିଟାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଗତ ୨୬ ସେପ୍ଟେମ୍ବରରେ କ୍ୟାପିଟାଲ ହସ୍ପିଟାଲ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ କେନ୍ଦ୍ରାପଡ଼ାର ପ୍ରାଣକୃଷ୍ଣ ବିଶ୍ବାଳ । ତାଙ୍କ ଅଭିଯୋଗ ରହିଥିଲା ଯେ, ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗରେ ତାଙ୍କ ପତ୍ନୀଙ୍କ ଡେଲିଭେରି ପରେ ତାଙ୍କର ପୁଅ ହୋଇଛି ବୋଲି ଡ୍ୟୁଟିରେ ଥିବା ଜଣେ ହସ୍ପିଟାଲ କର୍ମଚାରୀ କହିଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କର ଝିଅ ହୋଇଛି ବୋଲି କହିଲେ । ଯାହାଫଳରେ ତାଙ୍କର ପୁଅକୁ ବଦଳ କରାଯାଇଥିବା ଅଭିଯୋଗ କରିଥିଲେ ପ୍ରାଣକୃଷ୍ଣ । ଏନେଇ ସେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଜଣାଇବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ପୁଅ କହିଲେ ଝିଅ ଦେଲେ; କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ! DNA ଟେଷ୍ଟ ଦାବି

ତଦନ୍ତ ପାଇଁ ସୁପରିଟେଣ୍ଡ ଓ ଡେପୁଟି ସୁପରିଟେଣ୍ଡ୍‌ ସହ ଗାଇନକୋଲୋଜି ବିଭାଗର ଏଚଓଡିଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଥିଲା । ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଲେ ଯେ ସୂଚନା ଦେଇଥିବା କର୍ମଚାରୀ ଭୁଲ ସୂଚନା ଦେଇଥିଲେ । ଯେହେତୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ଡେଲିଭେରି ହେଉଥିଲା, ତେଣୁ ଏକ ସମୟରେ ଜଣଙ୍କର ପୁଅ ଓ ଜଣଙ୍କର ଝିଅ ହେବା ପରେ ସେ ସଠିକ ଭାବେ ସୂଚନା ଦେଇ ପାରି ନଥିଲେ । ଯାହାକୁ ନେଇ ସନ୍ଦେହ ଓ‌ ବିବାଦ ସୃଷ୍ଟି ହୋଇଥିଲା । ହେଲେ ଏହି ତଦନ୍ତରେ ସନ୍ତୁଷ୍ଟ ନଥିଲେ ଅଭିଯୋଗକାରୀ ।

ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିବା ସହ ଡିଏନଏ ଟେଷ୍ଟ କରିବାକୁ ଦାବି କରିଥିଲେ । ଡିଏନଏ ଟେଷ୍ଟ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଭାବି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏଥିରେ ରାଜି ହୋଇଥିଲେ । ଏହାପରେ ଉଭୟ ମାଆ ଓ ଶିଶୁକନ୍ୟାର ଡିଏନଏ ନମୂନା ସଂଗ୍ରହ କରାଯାଇଥିଲା । ଯାହା ମ୍ୟାଚ୍ କରୁଥିବା ସ୍ପଷ୍ଟ ହୋଇଛି । ଫଳରେ ଅଭିଯୋଗକାରୀଙ୍କ ପୁଅ ନୁହେଁ ଝିଅ ହୋଇଥିଲା ବୋଲି ପ୍ରମାଣିତ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.