ETV Bharat / state

ବିଜେବି କଲେଜରେ ନାମଲେଖା ବାତିଲ, ନ୍ୟାୟ ଦାବିରେ ଧାରଣାରେ ଦିବ୍ୟାଙ୍ଗ ଛାତ୍ର ଅଙ୍କିତ

author img

By ETV Bharat Odisha Team

Published : Sep 30, 2023, 7:02 PM IST

Updated : Sep 30, 2023, 8:03 PM IST

ପ୍ରଥମେ ନାଁ ଲେଖାଇ ଏବେ ଯୋଗ୍ୟ ନୁହେଁ ବୋଲି କହୁଛି କଲେଜ । ନ୍ୟାୟ ପାଇଁ ଧାରଣାରେ ବିଜେବି କଲେଜ ଦିବ୍ୟାଙ୍ଗ ଛାତ୍ର ଅଙ୍କିତ । ଅଧିକ ପଢନ୍ତୁ

student stages protest at BJB college
student stages protest at BJB college
ବିଜେବି କଲେଜରେ ନାମଲେଖା ବାତିଲ, ନ୍ୟାୟ ଦାବିରେ ଧାରଣାରେ ଦିବ୍ୟାଙ୍ଗ ଛାତ୍ର ଅଙ୍କିତ

ଭୁବନେଶ୍ବର: ନ୍ୟାୟ ପାଇଁ ଧାରଣାରେ ବିଜେବି କଲେଜ ଦିବ୍ୟାଙ୍ଗ ଛାତ୍ର ଅଙ୍କିତ ମାଝୀ । ଅଙ୍କିତ ଚଳିତ ଶିକ୍ଷା ବର୍ଷରେ ପିଜିରେ ନାମ ଲେଖାଇଥିଲେ । ଆଉ ତାଙ୍କୁ ଭୂଗୋଳ ବିଭାଗର ବିଜେବି କଲେଜର ପିଜି ଛାତ୍ର ବୋଲି ପରିଚୟ ପତ୍ର ମଧ୍ୟ ମିଳିଲା । ହେଲେ ୧୫ ଦିନ ପରେ ତାଙ୍କ ନାମଲେଖା ବାତିଲ ହୋଇଛି ବୋଲି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେ ଜାଣିବାକୁ ପାଇଛନ୍ତି । ସେ ଏହି ବିଭାଗ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କୁହାଯାଇଛି । ଯଦି ସେ ଯୋଗ୍ୟ ନଥିଲେ ତେବେ କଲେଜ ତାଙ୍କର ନାମ ଲେଖାଇଥିଲା କିପରି ଆଉ ଯଦି ନାମଲେଖା ପରେ ନା କଟିଛି ତେବେ କାହିଁକି ୧୫ ଦିନ ପରେ ଖବର ଦେଉଛନ୍ତି ବୋଲି ପ୍ରଶ୍ନ କରି ଧାରଣାରେ ଅଙ୍କିତ ।

ଦିବ୍ୟାଙ୍ଗ ଛାତ୍ର ଅଙ୍କିତଙ୍କ ଅଭିଯୋଗ ଚଳିତ ବର୍ଷର ନାମଲେଖା ଗୋଟିଏ ପଟେ ସରିଯାଇଥିବା ବେଳେ ଏବେ ସେ ବିଭାଗ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କଲେଜ କର୍ତ୍ତୃପକ୍ଷ କହୁଛନ୍ତି । ଏଭଳି ପରିସ୍ଥିତିରେ ସେ ଏବେ କେଉଁଠି ନାମ ଲେଖାଇବେ ଆଉ କୁଆଡେ ଯିବେ ? ତେଣୁ ତାଙ୍କ ପାଠପଢାର 1 ବର୍ଷ କଲେଜ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ହରାଇଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏଣୁ ନ୍ୟାୟ ଦାବିରେ ସେ କଲେଜ କ୍ୟାମ୍ପସରେ ଧାରଣାରେ ବସି ରହିଛନ୍ତି । ହାତରେ ଏକ ପ୍ଲା କାର୍ଡ ଧରି ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ଯେପର୍ଯ୍ୟନ୍ତ କଲେଜ କର୍ତ୍ତୃପକ୍ଷ ନାମଲେଖାର ସଠିକ କାରଣ ନ ଦର୍ଶାଇଛନ୍ତି ଓ ତାଙ୍କୁ ଆଉ ଥରେ ନାମଲେଖା ପାଇଁ ସୁଯୋଗ ଦେଇନାହାନ୍ତି ସେପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- Success Story: ପ୍ରଥମ ପ୍ରୟାସରେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ଦିବ୍ୟାଙ୍ଗ ଛାତ୍ର, ଚାଷ କରି ଉଠାଉଥିଲେ ପଢା ଖର୍ଚ୍ଚ

'ମୁଁ ଓଡ଼ିଶାରେ ୨ ସ୍ଥାନରେ ଥିଲି':- ଅଙ୍କିତ ଆହୁରି କହିଛନ୍ତି, "ମୁଁ ପିଜି ପାଇଁ ଯେଉଁ ପ୍ରବେଶିକା ପରୀକ୍ଷା ଦେଇଥିଲି ସେଥିରେ ମୁଁ ଓଡ଼ିଶାରେ ୨ ସ୍ଥାନରେ ରହିଥିଲି । ଆଉ ମୁଁ ଯୁକ୍ତ ତିନି ମଧ୍ୟ ଏଇଠି ପଢିଥିଲି । ସବୁ ଦିଗକୁ ଦେଖି ଓ ମୋ ମାର୍କର କାଉନସିଲକୁ ନେଇ ମୋର ଭୂଗୋଳ ବିଭାଗରେ ନାମଲେଖା ହୋଇଥିଲା । ହେଲେ ଏବେ ସେମାନେ କହୁଛନ୍ତି ତୁମର ଯୁକ୍ତ ୩ରେ ଶିକ୍ଷା ବିଭାଗର ଛାତ୍ର ହୋଇଥିବାରୁ ଭୂଗୋଳ ବିଭାଗରେ ନାମଲେଖା ପାଇଁ ଯେଉଁ ପାରାମିଟର ରହିଛି ତାହା ପୂରଣ କରୁନାହଁ । ତେଣୁ ତୁମର ନାମ କଟିଯାଇଛି। ଏନେଇ ପ୍ରଶ୍ନ କରିବା ପରେ କଲେଜ ପ୍ରିନ୍ସିପାଲ କହିଛନ୍ତି ତାହା ଆଡ଼ମିଶନ ନଥିଲା, ସାର୍ଟିଫିକେଟ ଭେରିଫିକେସନ ପରେ ମୋ ନାଁ କଟିଯାଇଛି ।"

ଏହା ବି ପଢନ୍ତୁ- ବିଦ୍ୟାଳୟରେ ଥିଲେ ଦିବ୍ୟାଙ୍ଗ ଛାତ୍ର, ଫାଟକରେ ତାଲା ପକାଇ ଚାଲିଆସିଲେ ଶିକ୍ଷକ

ଏଠାରେ ପ୍ରଶ୍ନ ଉଠୁଛି କଲେଜ କର୍ତ୍ତୃପକ୍ଷ ଏତେ ବିଳମ୍ବରେ କାହିଁକି ତାଙ୍କୁ ଅବଗତ କରାଇଲେ ? ନାମଲେଖା ପ୍ରକ୍ରିୟା ଭିତରେ ଅଙ୍କି କୁ ସୂଚିତ କରିଥିଲେ ସେ ନାମଲେଖାର ଆବେଦନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆବେଦନ କରିପାରିଥାନ୍ତେ, ତାହା ମଧ୍ୟ ହୋଇପାରିଲା ନାହିଁ । ଫଳରେ ସେ ଏବେ ନିଜର ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବରେ ରହିଥିବା ବେଳେ ନାମଲେଖାରେ ସାମିଲ କରିବା ଲାଗି ସେ ଦାବି କରିଛନ୍ତି । ଏଥିଲାଗି ସେ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 30, 2023, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.