ETV Bharat / state

ନଭେମ୍ବରରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ

author img

By ETV Bharat Odisha Team

Published : Oct 13, 2023, 1:16 PM IST

Updated : Oct 13, 2023, 7:37 PM IST

ଆସନ୍ତା ମାସରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗଳୁରୁକୁ ସିଧାସଳଖ ଉଡ଼ିବ ଇଣ୍ଡିଗୋ ବିମାନ । ଅଧିକ ପଢନ୍ତୁ

ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ
ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ
ନଭେମ୍ବରରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ

ଭୁବନେଶ୍ବର/ଝାରସୁଗୁଡା: ଝାରସୁଗୁଡ଼ାରୁ କୋଲକାତାକୁ ଉଡିବ ବିମାନ । ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତା ଓ ବେଙ୍ଗାଲୁରୁକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଆସନ୍ତା ନଭେମ୍ବର ୫ ତାରିଖରୁ କୋଲକାତା ଏବଂ ୧୫ ତାରିଖରୁ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରିବ । ଝାରସୁଗୁଡାରୁ ପ୍ରତିଦିନ ଏହି ଦୁଇ ସ୍ଥାନକୁ ବିମାନ ଉଡାଣ ଭରିବ । ଏନେଇ ଆଜି ଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି ।

ଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମୁତାବକ, ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ଦୁଇଟି ବଡ଼ ସହରକୁ ବିମାନ ଚଳାଚଳ କରିବ । ତେବେ ନଭେମ୍ବର 5 ତାରିଖରୁ ପ୍ରଥମେ କୋଲକାତାରୁ ଝାରସୁଗୁଡ଼ାକୁ ଚଳାଚଳ କରିବ । କୋଲକାତାରୁ ସନ୍ଧ୍ୟା 5ଟା 50 ମିନିଟରେ ଉଡାଣ ଭରି 7ଟା 25 ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହିଭଳି ଝାରସୁଗୁଡ଼ାରୁ ସନ୍ଧ୍ୟା 7ଟା 55 ମିନିଟରେ ଉଡାଣ ଭରି କୋଲକାତାରେ ଏହି ବିମାନ ରାତି 9ଟା 20 ମିନିଟରେ ପହଞ୍ଚିବ ।

ଏହାମଧ୍ୟ ପଢନ୍ତୁ : ଗ୍ରାହକ ସନ୍ତୋଷ ସର୍ବେକ୍ଷଣ, ୯ମ ସ୍ଥାନରେ ଝାରସୁଗୁଡ଼ା ବିମାନ ବନ୍ଦର

ସେହିପରି ଭାବରେ ଝାରସୁଗୁଡାରୁ ବେଙ୍ଗାଲୁରୁକୁ ସିଧାସଖଳ ବିମାନ ଚଳାଚଳ ହେବ । ଆସନ୍ତା ନଭେମ୍ବର ୧୫ ତାରିଖରୁ ଝାରସୁଗୁଡାରୁ ଏହି ବିମାନ ସେବା ଆରମ୍ଭ ହେବ । ବେଙ୍ଗାଲୁରୁରୁ ସକାଳ 10ଟା 15 ମିନିଟରେ ବିମାନ ଛାଡ଼ିବା ପରେ ଝାରସୁଗୁଡ଼ାରେ ପୂର୍ବାହ୍ନ 12ଟା 20 ମିନିଟରେ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ଅଭିମୁଖେ 12ଟା 50 ମିନିଟରେ ବିମାନ ଉଡାଣ ଭରିବା ସହ ବେଙ୍ଗାଲୁରୁରେ 2ଟା 56 ମିନିଟରେ ପହଞ୍ଚିବ । ଝାରସୁଗୁଡାରୁ ଏହି ଦୁଇଟି ବଡ଼ ବଡ଼ ସହରକୁ ଖୁବଶୀଘ୍ର ସଂଯୋଗ ହେବାକୁ ଯାଉଛି ବିମାନ ସେବା ।

ଏହାମଧ୍ୟ ପଢନ୍ତୁ : ହାଇଦ୍ରାବାଦ-ଦୁବାଇ ବିମାନକୁ ହାଇଜାକ କରିବାକୁ ଧମକପୂର୍ଣ୍ଣ ମେଲ୍‌: ଉଡାଣ ବାତିଲ, 3 ଅଟକ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ମାସ ପୂର୍ବରୁ ସାରା ଭାରତ ବର୍ଷରେ ୫୬ଟି ବିମାନ ବନ୍ଦରକୁ ନେଇ ଏକ ସ୍ବଚ୍ଛତା ସର୍ବେକ୍ଷଣ କରାଯାଇଥିଲା । ଯେଉଁଥିରେ ଝାରସୁଗୁଡ଼ା ବିମାନ ବନ୍ଦର ସ୍ବଚ୍ଛତା ଓ ଯାତ୍ରୀଙ୍କ ମତାମତକୁ ନେଇ ନବମ ସ୍ଥାନରେ ରହିଥିଲା । ସର୍ବେକ୍ଷଣରେ ମଧ୍ୟପ୍ରଦେଶର ଭୋପାଳ ବିମାନ ବନ୍ଦର ୪.୯୯ ସ୍କୋର ସହ ୧ ନମ୍ବର ସ୍ଥାନରେ ଥିବାବେଳେ ଦ୍ବିତୀୟରେ ଉଦୟପୁର ଓ ତୃତୀୟରେ ଡେରାଡୁନ ବିମାନ ବନ୍ଦର ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର ଓ ଝାରସୁଗୁଡା

Last Updated : Oct 13, 2023, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.