ନିଆଳି: ଆଜି ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ପ୍ରାଚୀ ଘାଟରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ। ପିତୃ ପୁରୁଷଙ୍କ ଅସ୍ଥି ପକାଇଲେ। କୋଭିଡ କଟକଣା ମଧ୍ୟ ଶ୍ରଦ୍ଧାଳୁମାନେ ତ୍ରିବେଣୀ ବୁଡ଼ ପକାଇଥିବା ଜଣାପଡ଼ିଛି।
ପ୍ରତିବର୍ଷ ପରି ଚଳିତ ବର୍ଷ ତ୍ରିବେଣୀ ବୁଡ଼ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭାପୁର ଅର୍ନ୍ତବେଦୀ ମଠସ୍ଥିତ ପ୍ରାଚୀ ନଦୀ ଘାଟରେ ଗତ ରାତିରୁ ହଜାର ହଜାର ଶ୍ରଦ୍ଧାଳୁମାନେ ବୁଡ ପକାଇବା ଦେଖାଯାଇଛି। ଏଥିସହ ପିତୃପୁରୁଷଙ୍କ ଅସ୍ଥି ମଧ୍ୟ ବିସର୍ଜନ କରିଛନ୍ତି। ଭାପୁର ଅର୍ନ୍ତବେଦୀ ପ୍ରାଚୀ ଘାଟ ତ୍ରିବେଣୀ ଘାଟ ରୂପରେ ପରିଚିତ । ଏଠାରେ ଗଙ୍ଗା, ଯମୁନା ଓ ସରସ୍ଵତୀ ନାମରେ ତିନୋଟି ଧାର ରହିଛି। ବହୁ ପ୍ରାଚୀନ କାଳରେ ଶିଆଳି ଲତା ଏଠାରେ ପୂଜା ପାଉଥିଲା । ଇତିହାସ କଥା ଅନୁଯାୟୀ, ପ୍ରଭୁ ଶ୍ରୀକୃଷ୍ଣ ଉକ୍ତ ଗଛ ନିକଟରେ ବିଶ୍ରାମ ନେଉଥିଲେ।
ପ୍ରାଚୀନ କାଳରୁ ତିନି ଧାରରେ ପ୍ରାଚୀ ନଦୀ ବିଭକ୍ତ ହୋଇଛି। ସେଥିପାଇଁ ତ୍ରିବେଣୀ ଘାଟ ରୂପରେ ପରିଚିତ ହୋଇଛି ଏହି ଅର୍ନ୍ତବେଦୀ ଘାଟ। ଗଙ୍ଗା ଠାରୁ ପ୍ରାଚୀ ନଦୀ ଶହେ ବର୍ଷ ବଡ଼ ହୋଇଥିବାରୁ ଏହି ସ୍ଥାନରେ ଆଜି ଦିନରେ ବୁଡ଼ ଏବଂ ପିତୃପୁରୁଷଙ୍କ ଅସ୍ଥି ଦାନ ଓ ପିଣ୍ତଦାନ କଲେ ଅନେକ ସୁଫଳତା ମିଳିଥାଏ ବୋଲି ବିଶ୍ଵାସ ରହିଛି।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ