ETV Bharat / state

ମାନସିକ ପୂରଣ ପାଇଁ କଣ୍ଟାରେ ଗଡ଼ିଲେ ଶ୍ରଦ୍ଧାଳୁ - khurda district news

ଖୋର୍ଦ୍ଧା ଉପରସାହି କାମନା ମନ୍ଦିରରେ ନିଆରା ପରମ୍ପରା । ମନସ୍କାମନା ପୂରଣ ପାଇଁ କଣ୍ଚାରେ ଗଡିଲେ ମାନସିକଧାରୀ । ଅଧିକ ପଢନ୍ତୁ...

ମାନସିକ ପୂରଣ ପାଇଁ କଣ୍ଟାରେ ଗଡ଼ିଲେ ଶ୍ରଦ୍ଧାଳୁ

author img

By

Published : Apr 13, 2021, 9:41 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଉପରସାହି କାମନା ମନ୍ଦିରରେ ମେରୁ ଉତ୍ସବ ପାଳନ କରାଯାଇଛି । ମାନସିକଧାରୀ ଦଣ୍ଡୁଆ ମାନେ କାମନା ଠାକୁରଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ପରମ୍ପରା ଅନୁଯାଇ ପ୍ରଥମେ ଦଣ୍ଡୁଆମାନେ ଧୂଳି ଦଣ୍ଡ ଖେଳିଥିଲେ। ପରେ କୋଇଲେଖା କଣ୍ଟାରେ ଦଣ୍ଡୁଆ ମାନେ ଗଡିଥିଲେ।

ମାନସିକ ପୂରଣ ପାଇଁ କଣ୍ଟାରେ ଗଡ଼ିଲେ ଶ୍ରଦ୍ଧାଳୁ

ବିଗତ 80 ବର୍ଷ ହେବ ଖୋର୍ଦ୍ଧା କାମନା ଠାକୁରଙ୍କ ମନ୍ଦିରରେ ଦଣ୍ଡ ଉତ୍ସବ ପାଳିତ ହେଉଛି । ବିଶ୍ବାସ ରହିଛି ଦଣ୍ଡୁଆମାନେ ଦଣ୍ଡ ଉତ୍ସବରେ ସାମିଲ ହେଲେ ମାନସିକ ପୂରଣ ହେବା ସହ କୋଟି ଜନ୍ମର ପୁଣ୍ୟ ମିଳିଥାଏ ।ତେବେ ଏହି ବିଶ୍ବାସ ଯୋଗୁ ସେମାନେ କଣ୍ଟାରେ ଗଡିବା ପରି ଦୁଃସାଧ୍ୟ ତଥା ଯନ୍ତ୍ରଣାଦାୟକ କାର୍ଯ୍ୟ ମଧ୍ୟ କରିଥିବା ଦେଖାଯାଏ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.