ETV Bharat / state

ନନ୍ଦନକାନନରେ ଆଖି ବୁଜିଲା ଆନାକୋଣ୍ଡା

author img

By ETV Bharat Odisha Team

Published : Dec 6, 2023, 3:35 PM IST

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିରଳ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି । ସାପଟିର ମୃତ୍ୟୁର କାରଣ ଜଣାପଡ଼ିନାହିଁ । ସାପଟି ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲା । ଅଧିକ ପଢନ୍ତୁ

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା ,ମୃତ୍ୟୁର କାରଣ ଅପ୍ପଷ୍ଟ

ଭୁବନେଶ୍ୱର: ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଗତକାଲି ମଧ୍ୟ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଗୋଟିଏ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି । ସାପଟିର ମୃତ୍ୟୁର କାରଣ ଜଣାପଡ଼ିନାହିଁ । ନନ୍ଦନକାନନ କର୍ତ୍ତୃପକ୍ଷ ମୃତ ସାପଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟକୁ ଆସିଲା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ଏହି ବିରଳ ପ୍ରଜାତିର ଆନାକୋଣ୍ଡାର ମୃତ୍ୟୁ ପରେ ପର୍ଯ୍ୟଟକ ନିରାଶ ।

ତେବେ ଏହି ସାପଟିର ବୟସ ପାଖାପାଖି ୧ ବର୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଆନାକୋଣ୍ଡା ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲା । ଗତକାଲି ରାତିରେ ହଠାତ୍ ଗୁରୁତର ଭାବରେ ଅସୁସ୍ଥ ହୋଇପଡ଼ିଥିଲା । ସାପଟି କିଛି ଖାଦ୍ୟ ମଧ୍ୟ ଖାଉନଥିଲା । ଦିନକୁ ଦିନ ସାପଟିର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଗୋଟିଏ ସ୍ଥାନରେ ରହୁଥିଲା । ହେଲେ ସାପଟିର ଚିକିତ୍ସା ଚାଲିଥିବା ସମୟରେ ଗତକାଲି ରାତିରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪ଟି ବଡ ଓ ୫ଟି ଛୋଟ ଆନାକୋଣ୍ଡା ରହିଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସାପଟିର କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ନନ୍ଦନକାନନ କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି । ସାପଟିର ବ୍ୟବଚ୍ଛେଦ ରିପୋର୍ଟକୁ ଆସିଲା ପରେ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ.....୧୨ ବର୍ଷ ଅପେକ୍ଷାର ଅନ୍ତ, ନନ୍ଦନକାନନ ରୋପୱ ସେବା ଆରମ୍ଭ

ସୂଚନା ଅନୁଯାୟୀ, ୨୦୧୯ ମସିହା ଅକ୍ଟୋବର ମାସରେ ଚେନ୍ନାଇର ମାଡ୍ରାସର କୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ତରଫରୁ ୮ଟି ହଳଦିଆ ଆନାକୋଣ୍ଡା ନନ୍ଦନକାନନକୁ ଅଣାଯାଇଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସିଂହ ଭଳି ଛୋଟ ବଡ଼ ଜୀବଜନ୍ତୁଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଅନ୍ୟପଟେ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ଅଦଳବଦଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାଜ୍ୟ ତଥା ରାଜ୍ୟବାହାରୁ ମଧ୍ୟ ଜୀବଜନ୍ତୁ ଆସୁଛନ୍ତି ।

ତେବେ ନୂଆବର୍ଷ ପାଇଁ ନନ୍ଦନକାନନ ମଧ୍ୟ ସଜେଇ ହେଉଛି । କିଛି ଦିନ ପୂର୍ବେ ଆରମ୍ଭ ହୋଇଛି ରୋପ ୱେ ଏବଂ ବୋଟିଂ । ଯାହା କାଞ୍ଜିଆ ହ୍ରଦର ସୌନ୍ଦ୍ରଜ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଏପରିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବାପାଇଁ ହେଲେ ଆଉ ଲମ୍ବା ଲାଇନରେ ଟିକେଟ କରିବାକୁ ପଡ଼ିବ ନାହିଁ । ଏବେ ୱାହଟ୍ସ ଆପ ମଧ୍ୟରେ ମଧ୍ୟ ଟିକେଟ କରିବାର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....ସମ୍ବଲପୁର ଚିଡିଆଖାନାରେ 8 ନୂଆ ଅତିଥି, ଏଣିକି କୃଷ୍ଣସାର ମୃଗ ଦେଖିବେ ପର୍ଯ୍ୟଟକ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.