ETV Bharat / state

ହାଇଦ୍ରାବାଦରୁ ଜନ୍ମ ମାଟିକୁ ଆସିଲା ଯୁବକଙ୍କ ମୃତଦେହ - ବିଲ ଖଉରୁଣୀ ଗ୍ରାମ ଅକ୍ଷୟ କୁମାର ବେହେରାଙ୍କ ମୃତ ଶରୀର ଫେରିଛି

ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ ବ୍ଲକ୍ ଅନ୍ତର୍ଗତ ବଡ଼ କୁମାରୀ ଗ୍ରାମପଞ୍ଚାୟତ ଅଧୀନ ବିଲ ଖଉରୁଣୀ ଗ୍ରାମର ଆର୍ତ୍ତତ୍ରାଣ ବେହେରାଙ୍କ ବଡ଼ପୁଅ ୪୨ ବର୍ଷୀୟ ଅକ୍ଷୟ କୁମାର ବେହେରାଙ୍କ ମୃତ ଶରୀର ନିଜ ଗ୍ରାମକୁ ଅଣାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦରୁ ଜନ୍ମ ମାଟିକୁ ଆସିଲା ଯୁବକଙ୍କ ମୃତଦେହ

author img

By

Published : Jun 8, 2022, 9:52 PM IST

ଖୋର୍ଦ୍ଧା: ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ ବ୍ଲକ୍ ଅନ୍ତର୍ଗତ ବଡ଼ କୁମାରୀ ଗ୍ରାମପଞ୍ଚାୟତ ଅଧୀନ ବିଲ ଖଉରୁଣୀ ଗ୍ରାମର ଆର୍ତ୍ତତ୍ରାଣ ବେହେରାଙ୍କ ବଡ଼ପୁଅ ୪୨ ବର୍ଷୀୟ ଅକ୍ଷୟ କୁମାର ବେହେରାଙ୍କ ମୃତ ଶରୀରକୁ ଆଜି(ବୁଧବାର) ଓଡ଼ିଶା ମୋ ପରିବାର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ସୁଦୂର ହାଇଦ୍ରାବାଦରୁ ତାଙ୍କ ନିଜ ଗ୍ରାମକୁ ଅଣାଯାଇଛି ।

ହାଇଦ୍ରାବାଦରୁ ଜନ୍ମ ମାଟିକୁ ଆସିଲା ଯୁବକଙ୍କ ମୃତଦେହ
ହାଇଦ୍ରାବାଦରୁ ଜନ୍ମ ମାଟିକୁ ଆସିଲା ଯୁବକଙ୍କ ମୃତଦେହ

ଏଠାରେ ସୂଚନାଯୋଗ୍ୟ ଯେ, ମୃତକ ଅକ୍ଷୟ ହାଇଦ୍ରାବାଦର ଏକ ହୋଟେଲରେ ଗତ ଦୁଇ ମାସ ହେବ ଚାକିରୀ କରିଥିଲେ । ଗତ ୫ ତାରିଖରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାର ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁଙ୍କୁ ମୃତଦେହ ଆଣିବା ପାଇଁ ଅନୁରୋଧ କରିଥିଲେ ।

ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓଡ଼ିଶା ମୋ ପରିବାରକୁ ଏ ବିଷୟରେ ଅବଗତ କରାଇବା ସହ ମୃତ ଶରୀରକୁ ଆଣିବା ସହ ଜିଲ୍ଲାପାଳଙ୍କୁ ରେଡକ୍ରସ ତରଫରୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଆଜି ଓଡ଼ିଶା ମୋ ପରିବାର ତରଫରୁ ମୃତକଙ୍କ ଧର୍ମପତ୍ନୀ ମିନତୀ ବେହେରାଙ୍କୁ ତିରିଶ ହଜାର ଟଙ୍କା ପ୍ରଦାନ କରିବା ସହ ମୃତ ଶରୀରକୁ ସୁଦୂର ହାଇଦ୍ରାବାଦରୁ ଆଣି ନିଜ ଜନ୍ମ ମାଟିରେ ଦାହ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.