ETV Bharat / state

ଚିଲିକାରେ ଅଘଟଣ: କୂଅରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Aug 30, 2021, 4:12 PM IST

ଜନ୍ମାଷ୍ଟମୀ ଭଳି ପବିତ୍ର ଦିନରେ ଖୋର୍ଦ୍ଧାର ଚିଲିକାରେ ଘଟିଛି ଅଘଟଣ । କୂଅରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଚିଲିକାରେ ଅଘଟଣ: କୂଅରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ଚିଲିକାରେ ଅଘଟଣ: କୂଅରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଜିଲ୍ଲାର ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କୂଅରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ଯୁବକଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନଥିବାବେଳେ ଡାଏଟମ ଟେଷ୍ଟ ପାଇଁ ନମୁନା ପଠାଇଥିବା ଜଣାପଡ଼ିଛି ।

ଟାଙ୍ଗୀ ଥାନା ନିମୁନା ଗ୍ରାମର ରାଜକିଶୋର ନାୟକଙ୍କ ପୁତ୍ର ଅଶୋକ ନାୟକ(32)ଙ୍କୁ ଆଜି(ସୋମବାର) ସକାଳ ସମୟରେ ବଉଳାବନ୍ଧ ଗ୍ରାମର ଏକ କୂଅରେ ବୁଡି ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏ ନେଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ବାହିନୀ କୂଅରୁ ଅଶୋକଙ୍କ ମୃତଦେହକୁ ଉଦ୍ଧାର କରି ନାଚୁଣୀ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ମୃତ ବ୍ୟକ୍ତିଙ୍କ ଡ଼ାଏଟମ ଟେଷ୍ଟ ହେବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ସାହୁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.