ETV Bharat / state

ବସ୍ତିପିଲାଙ୍କ ସହ ଦୀପାବଳି ପାଳିଲେ ଭୁବନେଶ୍ବର ଡିସିପି - ଭୁବନେଶ୍ବର ଡିସିପି ବସ୍ତି ପିଲାଙ୍କ ସହ ପାଳିଲେ ଦୀପାବଳି

ଆଲୋକର ପର୍ବ ଦୀପାବଳିରେ କୁନି କୁନି ପିଲାଙ୍କ ମୁହଁରେ ଟିକିଏ ହସ ଫୁଟେଇବା ପାଇଁ ବସ୍ତିରେ ଯାଇ ଦୀପାବଳି ପାଳିଲେ ଭୁବନେଶ୍ୱରରେ ଡିସିପି ପ୍ରତୀକ ସିଂ । ଅଧିକ ପଢନ୍ତୁ

ବସ୍ତିପିଲାଙ୍କ ସହ ଦୀପାବଳି ପାଳିଲେ ଭୁବନେଶ୍ବର ଡିସିପି

author img

By

Published : Oct 25, 2022, 10:52 AM IST

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି । ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ସହର । ଏନେଇ କୁନି କୁନି ପିଲାଙ୍କ ମୁହଁରେ ଟିକିଏ ହସ ଫୁଟିବା ପାଇଁ ବସ୍ତିରେ ଯାଇ ଦୀପାବଳି ପାଳିଲେ ଭୁବନେଶ୍ବର ଡିସିପି । ଦୁଇ ବର୍ଷର କରୋନା କଟକଣା ଯୋଗୁଁ ଦୀପାବଳି ପାଳନରୁ ବଞ୍ଚିତ ହେଉଥିଲେ ଲୋକେ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ମୁକ୍ତ ହୋଇଥିବାରୁ ଏନେଇ ଚଳଚଞ୍ଚଳ ପୁରପଲ୍ଲୀ ।

ବସ୍ତିପିଲାଙ୍କ ସହ ଦୀପାବଳି ପାଳିଲେ ଭୁବନେଶ୍ବର ଡିସିପି

ତେବେ ଅନ୍ୟପଟେ ଭୁବନେଶ୍ବର ଡିସିପି ବସ୍ତି ପିଲାଙ୍କ ସହ ପାଳିଲେ ଦୀପାବଳି । ଡିସିପିଙ୍କୁ ଦେଖି ପିଲାମାନେ ବେଶ ଖୁସି ହୋଇଥିବା ବେଳେ ନିଆରା ଢଙ୍ଗରେରେ ପାଛୋଟି ନେଇଥିଲେ । ଏନେଇ ଡିସିପି ପିଲାମାନଙ୍କ ସହ ବାଣ ଫୁଟାଇବା ସହ ମିଠା ଖୁଆଇ ଦୀପାବଳି ପାଳନ କଲେ । ଏଥିସହ ସେମାନଙ୍କ ସହ ଗୀତ ଗାଇ ନାଚିଲେ । ତେବେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ମଧ୍ୟ ଏହି ଖୁସିରେ ସାମିଲ ହୋଇଥିଲେ । କାରଣ ସହରର ସମସ୍ତେ ବେଶ ଧୂମଧାମରେରେ ଆଲୋକର ପର୍ବକୁ ପାଳନ କରୁଥିବା ବେଳେ ବସ୍ତିବାସିନ୍ଦା କିନ୍ତୁ ସେଭଳି ଯାକଯକମରେ ଆର୍ଥିକ ସ୍ଥିତିକୁ ନେଇ ପାଳନ କରି ନ ଥାନ୍ତି ।

ଆଉ ଏହି ମାନଙ୍କ ମୁହଁ ରେ ଟିକିଏ ହସ ଓ ଅନ୍ଧାର ବସ୍ତିକୁ ଆଲୋକ କରିବା ପାଇଁ ପହଞ୍ଚିଥିଲା କମିଶନରେଟ ପୋଲିସ । ଦୁଇ ବର୍ଷର କରୋନା କଟକଣା ପରେ ବସ୍ତିର କୁନି କୁନି ପିଲାଙ୍କ ସହ ଦୀପାବଳି ମନାଇ ଖୁସି ସାଉଣ୍ଟିଥିଲେ । ଆଉ ସେମାନଙ୍କ ଖୁସିରେ ସାମିଲ ହୋଇ କୁନୁ କୁନି ପିଲାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଆଉ ଏଥିସହ ସେ ଅତ୍ୟନ୍ତ ଖୁସୀ ଅଛନ୍ତି ବୋଲି ମଧ୍ୟ କହିଥିଲେ । ତେବେ ଏହି ବସ୍ତି ର ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ କମିଶନରେଟ ପୋଲିସ ବସ୍ତିଗୁଡିକରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ ସଚେତନତା କାର୍ଯ୍ୟକ୍ରମ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.