ETV Bharat / state

Cyclone Mocha: କେଉଁଠି ଲ୍ୟାଣ୍ଡଫଲ୍ କରିବ ସମ୍ଭାବ୍ୟ ବାତ୍ୟା ମୋଚା, କେତେ ରହିବ ପବନ ବେଗ ? - କାଳବୈଶାଖୀ ସମ୍ଭାବନା

କାଲି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ଓ ପରବର୍ତ୍ତୀ ମୂହୁର୍ତ୍ତରେ ଅବପାତ ଓ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ବାୟୁମଣ୍ଡଳରେ ସୃଷ୍ଟି ହୋଇପାରେ ଘୂର୍ଣିବଳୟ

author img

By

Published : May 5, 2023, 5:05 PM IST

Updated : May 5, 2023, 5:18 PM IST

ଆସନ୍ତାକାଲି ବାୟୁମଣ୍ଡଳରେ ସୃଷ୍ଟି ହୋଇପାରେ ଘୂର୍ଣିବଳୟ

ଭୁବନେଶ୍ବର: ଆସନ୍ତାକାଲି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହି ଲଘୁଚାପ କ୍ଷେତ୍ରଟି ପରବର୍ତ୍ତୀ ସମୟରେ ଅବପାତ ଓ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧିରେଧିରେ ଉତ୍ତର ଆଡ଼କୁ ଗତି କରି କେନ୍ଦ୍ରୀୟ ବାଙ୍ଗୋପ ସାଗର ଆଡ଼କୁ ଯିବାପରେ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରି ନାହିଁ । ଓଡିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ, ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।

ଅନ୍ୟପଟେ ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ସାଧାରଣତଃ ବାତ୍ୟା ଦୁଇଟି ଋତୁରେ ହୋଇଥାଏ । ଖରାଦିନେ ଏପ୍ରିଲ, ମେ ଓ ଜୁନ ମାସରେ ଏବଂ ବର୍ଷା ଦିନରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ । ଖରାଦିନେ ବିଶେଷ କରି ମେ ମାସରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ଦେଖିବାକୁ ଗଲେ ଏହି ବାତ୍ୟା ଗୁଡ଼ିକର ପ୍ରଭାବ ଓଡ଼ିଶା ଉପରେ ଆଗରୁ ପଡ଼ିଛି । କିନ୍ତୁ ସବୁଥର ପଡ଼ିବ ବୋଲି ମଧ୍ୟ କହିପାରିବା ନାହିଁ । ତେଣୁ ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉ, ତା' ପରେ ଯାଇ ଆକଳନ କରିହେବ କେଉଁଠି ଏହାର ପ୍ରଭାବ ରହିବ । ବିଶେଷ ଭାବେ ଓଡ଼ିଶା ଉପରେ ଏହାର ପ୍ରଭାବକୁ ନେଇ ଆକଳନ କରାଯାଇପାରିନାହିଁ ।"

ସେପଟେ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ପ୍ରବଳ ବର୍ଷା ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହୋଇଥିବା ବେଳେ ସର୍ବାଧିକ ୭୫.୪ ମିମି ବର୍ଷା କନ୍ଧମାଳର ଜି ଉଦୟଗିରିରେ ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ ଖରା ମଧ୍ୟ ଜାରି ରହିଛି । ଗୁଳୁଗୁଳି ସହ ତାପମାତ୍ରା ରହୁଛି । ମେଘୁଆ ପାଗ ଓ କାଳବୈଶାଖୀ ବର୍ଷା ମଧ୍ୟ କିଛି ଅଞ୍ଚଳରେ ହେଉଛି । ଏହି କ୍ରମରେ ରାଜ୍ୟରେ ସର୍ବାଧିକ ନୂଆପଡା ଓ ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ଜନିତ ବର୍ଷା ରହିଛି । ଏନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ତାପମାତ୍ରା ବଢିପାରେ ବୋଲି ବିଭାଗ ଆକଳନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 5, 2023, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.