ETV Bharat / state

ବାଣ ତିଆରିବେଳେ ବିସ୍ଫୋରଣ, 6 ମହିଳା ଗୁରୁତର

author img

By

Published : Mar 22, 2021, 9:49 PM IST

ବାଘମାରି ଥାନା ଅନ୍ତର୍ଗତ ପଙ୍ଗାରସିଂ ଗ୍ରାମରେ ବାଣ ଭିଡାବେଳେ ବିସ୍ଫୋରଣ ଘଟି 6 ମହିଳା ଗୁରୁତର । ଅଧିକ ପଢନ୍ତୁ...

ବାଣ ତିଆରି ବେଳେ ବିସ୍ଫୋରଣ, 6 ମହିଳା ଗୁରୁତର
ବାଣ ତିଆରି ବେଳେ ବିସ୍ଫୋରଣ, 6 ମହିଳା ଗୁରୁତର

ଖୋର୍ଦ୍ଧା : ବାଘମାରି ଥାନା ଅନ୍ତର୍ଗତ ପଙ୍ଗାରସିଂ ଗ୍ରାମର ସେକ ସୋରାଫଙ୍କ ଘରେ ବାଣ ତିଆରିବେଳେ ବିସ୍ଫୋରଣ ଘଟି 6 ମହିଳା ଗୁରୁତର । ଗୁରୁତରଙ୍କୁ ପ୍ରଥମେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

ବାଣ ତିଆରି ବେଳେ ବିସ୍ଫୋରଣ, 6 ମହିଳା ଗୁରୁତର

ଏହି ବିସ୍ଫୋରଣରେ ଗୋଟିଏ ଘର କ୍ଷୟକ୍ଷତି ହୋଇଥିବା ସୂଚନା । ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି, ଏସଡିପିଓ, ବେଗୁନିଆ ଓ ବାଘମାରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ ମଧ୍ୟ ବେଆଇନ ବାଣ ତିଆରି କରିବା ଘଟଣାରେ ସେକ ସୋରାଫ ଗିରଫ ହୋଇ ଜେଲ ଯାଇଥିବାବେଳେ ପରେ ସେ ପୁଣି ବାଣ ତିଆରି କାମ ଜାରି ରଖିଥିଲେ । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଖୋର୍ଦ୍ଧା ଏସଡିପିଓଙ୍କ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.