ଖୋର୍ଦ୍ଧା: କୋରୋନା ସଂକ୍ରମଣ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାରେ ଖୋଲିବ କୋଭିଡ କେୟାର ସେଣ୍ଟର । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜାମୁଝରି ଠାରେ ୫୦୦ ଶଯ୍ୟା ଓ ଜଟଣୀରେ 3ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲାଯିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏବଂ ସମ୍ ହସ୍ପିଟାଲର ସିଇଓଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି ।
ଏହି କୋଭିଡ କେୟାର ସେଣ୍ଟରରେ କୋଭିଡ ପଜେଟିଭ ଆକ୍ରାନ୍ତ ଓ ସାମାନ୍ୟ କୋରୋନା ଲକ୍ଷଣ ଯୁକ୍ତ ଆକ୍ରାନ୍ତମାନେ ଚିକିତ୍ସିତ ହେବେ ବୋଲି ବୁଝାମଣା ପତ୍ରରେ ସ୍ବାକ୍ଷର ହୋଇଛି । ଏହି ଏମଓୟୁ ସ୍ବାକ୍ଷରିତ କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ ସିଇଓ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅତିରିକ୍ତ ଜିଲ୍ଲାପାଳ ଉପଜିଲ୍ଲାପାଳ ଭୁବନେଶ୍ବର ପ୍ରମୁଖ ଉପସ୍ଥିତ ଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ