ETV Bharat / state

ବିଡ଼ିଓଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଇଲେ ଠିକାଦାର, ବାନ୍ଧିଲା ପୋଲିସ

author img

By

Published : May 23, 2023, 12:53 PM IST

ବିଡ଼ିଓଙ୍କ ଜାଲ ଦସ୍ତଖତ କରି ଫସିଲେ ଠିକାଦାର । ୧୫ ଲକ୍ଷରୁ ଅଧିକ ଟଙ୍କା ଉଠାଇବା ଅଭିଯୋଗରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ଖୋର୍ଦ୍ଧା : ଟାଙ୍ଗୀ ବିଡିଓଙ୍କ ଦସ୍ତଖତକୁ ଜାଲ କରି ଫସିଲେ ଠିକାଦାର । କାର୍ଯ୍ୟାଳୟରୁ ଏକ ଜାଲ ଚିଠି ଦ୍ବାରା ସୋରଣ ଇଣ୍ଡିଆନ ବ୍ୟାଙ୍କରୁ ଠିକାଦାର ୧୫ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଛି । ବିଡିଓ ଐଶ୍ଚର୍ଯ୍ୟା ସାମନ୍ତରାୟଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଠକାଦାର ଜଣଙ୍କୁ ଗିରଫ କଲା ପୋଲିସ ।

contractor arrested for withdraw money
ବିଡ଼ିଓଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଇଲେ ଠିକାଦାର

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକର ବଡ଼ପାରି ଓ କୁହୁଡି ଲକ୍ଷ୍ମୀଧରପୁରଠାରେ ୨ଟି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରିବାକୁ ଠିକାଦାର କିଶୋର ବେହେରା ଟେଣ୍ଡର ନେଇଥିଲେ । ଏହି କାମ କରିବା ପାଇଁ ଏଗ୍ରିମେଣ୍ଟ ଅନୁସାରେ ସିକ୍ୟୁରିଟି ବାବଦକୁ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କାର ଟିଡିଆର ତାଙ୍କ ନିଜ ନାମରେ ସୋରଣସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଫିକ୍ସ ଡିପୋଜିଟ୍ କରାଯାଇ ତାହା ଟାଙ୍ଗୀ ବିଡିଓଙ୍କ ନାମରେ ପ୍ଲେଜ୍ କରାଯାଇଥିଲା । ନିୟମ ଅନୁସାରେ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ସମସ୍ତ କାର୍ଯ୍ୟ ତଦାରଖ କରାଯାଇ ବ୍ଲକ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମତେ ଏହି ଜମା ଅର୍ଥ ଉଠାଣ ହେବା କଥା ।

ମାତ୍ର କାମ ଆରମ୍ଭ ନହେଉଣୁ ଠିକାଦାର ଏହି ଅର୍ଥକୁ ବ୍ୟାଙ୍କରୁ ସମ୍ପୂର୍ଣ୍ଣ ଜାଲିଆତି କରି ଉଠାଇ ନେଇଥିବା ଜଣାପଡ଼ିଛି । ଚିଲିକା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରାଙ୍କ ସ୍ବାମୀ ହେଉଛନ୍ତି କିଶୋର ବେହେରା । ସେ ବିଜେପି ଦଳର ଜଣେ ଟାଣୁଆ ସଙ୍ଗଠକ ଭାବେ ଜଣାଶୁଣା । ଏତଦବ୍ୟତୀତ ସେ ଠିକାଦାର କାମ ମଧ୍ୟ କରିଥାଆନ୍ତି । ଏଥିପାଇଁ ତାଙ୍କର ଠିକାଦାର ଲାଇସେନ୍ସ ମଧ୍ୟ ରହିଛି । ଏହି ଲାଇସେନ୍ସ ବଳରେ ସେ ଟାଙ୍ଗୀ ବ୍ଲକର ୨ଟି ନିର୍ମାଣ କାମ ହାତେଇ ଥିଲେ । ଏହି ଜାଲିଆତି ଘଟଣା ଜଣାପଡ଼ିବା ପରେ ଟାଙ୍ଗୀ ବିଡିଓ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ।

ଏହାକୁ ଭିତ୍ତି କରି ଟାଙ୍ଗୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ଚିଠି ଦ୍ବାରା ଠିକିଦାର ଟଙ୍କା ଉଠାଇଥିଲେ ସେଥିରେ ଚିଠି ନଂ କିମ୍ବା ତାରିଖ ଉଲ୍ଲେଖ ନଥିବା ବେଳେ ବିଡିଓଙ୍କ ଜାଲ ଦସ୍ତଖତ ରହିଥିଲା । ତେବେ କିଭଳି ଭାବେ ଯାଞ୍ଚ କରାନଯାଇ ଫିକ୍ସଡ୍‌ ଡିପୋଜିଟ୍‌ ଭାଙ୍ଗି ଟଙ୍କା ଦେଇ ଦେଲେ ଇଣ୍ଡିଆନ ବ୍ୟାଙ୍କର ସୋରଣ ଶାଖା ପରିଚାଳକ ଗିରେନ୍ଦ୍ର ନାୟକ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ ଏବେ ଚିଲିକା ନିର୍ବାଚନ ମଣ୍ଡଳୀର ରାଜନୀତି ଜୋର ଧରିଛି । ସେହିପରି ଜଣେ ବିଡ଼ିଓଙ୍କ ଦସ୍ତଖତକୁ ଜାଲ କରି ଟଙ୍କା ଉଠାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟାଙ୍ଗି ଥାନା ଅଧିକାରୀ ଦିଗ ବିଜୟ ବିଶ୍ୱାଳ ବିଡ଼ିଓଙ୍କଠାରୁ ଅଭିଯୋଗ ପାଇବା ପରେ ୪୧୪/୨୩ରେ ମାମଲା ରୁଜୁ କରି ଦଫା ୪୧୪, ୪୨୦, ୪୬୫, ୪୭୧ ଲଗାଇ ତଦନ୍ତ ଚଳାଇ ଗତକାଲି ରାତିରେ ଅଭିଯୁକ୍ତକୁ ଗିରଫ କରିଥିବା ଟାଙ୍ଗି ଥାନା ଅଧିକାରୀ ଦିଗ ବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି ।

ଇଟିଭି ବାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.