ETV Bharat / state

‘ସବୁ କୋଲାପ୍ସ କରିଯିବ’; ୨୦୦୯ରେ OERC ଲେଖିଥିଲା ଚିଠି, ଚେଇଁ ଶୋଇଥିଲେ କି ସରକାର ? - ଅଘୋଷିତ ବିଦ୍ୟୁତ୍‌ କାଟ୍‌

ରାଜ୍ୟରେ ପାୱାର୍‌ କଟ୍‌ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି । ହେଲେ ଶକ୍ତିମନ୍ତ୍ରୀ ଏହାକୁ ଦୁର୍ବଳ ଭିତ୍ତିଭୂମି ବୋଲି ଦର୍ଶାଇଛନ୍ତି । ତେବେ ରାଜ୍ୟରେ ଅସଜଡ଼ା ବିଦ୍ୟୁତ୍‌ ଭିତ୍ତିଭୂମିର ଇତିହାସ ଉପରେ ନଜର ପକାଇଲେ, ରାଜ୍ୟ ସରକାର ଏଥିପ୍ରତି କେତେ ଅବହେଳା କରିଛନ୍ତି, ତାହା ଜଳଜଳ ଦେଖାଯାଉଛି । ଅଧିକ ପଢ଼ନ୍ତୁ

ଅସଜଡ଼ା ଭିତ୍ତିଭୂମି ପାଇଁ ଦାୟୀ କିଏ ?
ଅସଜଡ଼ା ଭିତ୍ତିଭୂମି ପାଇଁ ଦାୟୀ କିଏ ?
author img

By

Published : Jun 12, 2023, 8:46 PM IST

ଅସଜଡ଼ା ଭିତ୍ତିଭୂମି ପାଇଁ ଦାୟୀ କିଏ ?

ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବା ବେଳେ ସାଧାରଣ ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ୍‌ । ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ ଏହାକୁ ପାୱାର୍‌ କଟ୍‌ ନୁହେଁ, ବରଂ ଅସଜଡ଼ା ଭିତ୍ତିଭୂମିର କାରଣ ବୋଲି ଦର୍ଶାଇଛନ୍ତି । ବାସ୍ତବରେ କାହିଁକି କଟୁଛି ବିଜୁଳି ? କେଉଁଠି ରହିଛି ଅସୁବିଧା ? ଯାନ୍ତ୍ରୀକ ତ୍ରୁଟି ନା ଭିତ୍ତିଭୂମି ସଜାଡିବାରେ ଅବହେଳା ? ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରିଭ୍ୟୁ ମିଟିଂ ହୋଇଛି ୪ ବିଦ୍ୟୁତ କମ୍ପାନୀର ସିଇଓଙ୍କ ସହିତ ।

ପୂର୍ବରୁ ଅବହେଳା କରିଛନ୍ତି ସରକାର: ସରକାର ବିଦ୍ୟୁତ ଉପଭୋକ୍ତା ସଂଘର ଆବାହକ ରମେଶ ଶତପଥୀଙ୍କ ସୂଚନା ଅନୁସାରେ ୧୯୯୯ ମସିହାରେ ବିଜୁଳି ରିଫର୍‌ମେସନ ହୋଇଥିଲା । AES କମ୍ପାନୀକୁ ଦାୟିତ୍ବ ଦିଆଯାଇଥିଲା । ସେତେବେଳେ କମ୍ପାନୀ କହିଥିଲା, ଭିତ୍ତିଭୂମି ସଜାଡିବା ପାଇଁ ଅର୍ଥ ଦରକାର । କିନ୍ତୁ ରାଜ୍ୟ ସରକାର ଅର୍ଥ ନଦେବାରୁ କମ୍ପାନୀ ହାତ ଟେକିଦେଇଥିଲା । ୨୦୦୧ ମସିହାରେ ଶୋଭନ କାନୁନ୍‌ଗୋ କମିଟି ତିଆରି ହେଲା । ଏହି କମିଟିର ରିପୋର୍ଟରେ କୁହାଗଲା, ବିଜୁଳି ରିଫର୍ମ ଡିରେଲ୍ ହୋଇଯାଇଛି । ଏହାକୁ ଠିକଣା ବାଟକୁ ଆଣିବାକୁ ୩,୪୨୦ କୋଟି ଟଙ୍କା ଦରକାର । ରାଜ୍ୟ ସରକାର ଏହି ରିପୋର୍ଟକୁ ଯେତେବେଳେ ତର୍ଜମା କଲେ ଏହି ଟଙ୍କା କଥା ଭୁଲିଗଲେ । ୨୦୦୯ ମସିହାରେ OERC ଚେୟାରମ୍ୟାନ ବିକେ ଦାସ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ । ଚିଠିରେ ଉଲ୍ଲେଖ ଥିଲା ଯଦି ଭିତ୍ତିଭୂମି ସଜଡା ନଯିବ, ତେବେ ସବୁ କୋଲାପ୍ସ କରିଯିବ । କାରଣ ଏହା ୩୦ରୁ ୪୦ ବର୍ଷ ପୁରୁଣା ହୋଇଗଲାଣି । ଏହି ଚିଠିକୁ ରାଜ୍ୟ ସରକାର ଗୁରୁତ୍ବ ଦେଲେନାହିଁ ।

ପରବର୍ତ୍ତୀ ସମୟରେ କାପେକ୍ସ ଗଠନ କରି ୨୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଲେ । ସେତେବେଳେ କମ୍ପାନୀ କହିଥିଲା ୧୨୦୦ କୋଟି ଟଙ୍କା ଦେବ ଏବଂ ରାଜ୍ୟ ସରକାର ୧୨୦୦ କୋଟି ଟଙ୍କା ଦେବେ ବୋଲି । କିନ୍ତୁ କମ୍ପାନୀ ଟଙ୍କା ଦେଲାନାହିଁ । ରାଜ୍ୟ ସରକାର ମାତ୍ର ୯୦୦ କୋଟି ଟଙ୍କା ଖର୍ଚ୍ଚ କଲେ । ଫନି ବାତ୍ୟା ସମୟରେ ଯାହା ସବୁ କାମ ହେଲା ତାହା ଅସ୍ଥାୟୀ ଥିଲା । ଏପରିକି ୫୦୦ ସବ୍‌ଷ୍ଟେସନ ମଧ୍ୟ ନିର୍ମାଣ ହେଲା । ୨୦୧୯ ମସିହାରେ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଲେ ଏସବୁ କାମ ନିମ୍ନମାନର ହୋଇଛି । ତେଣୁ ଭିତ୍ତିଭୂମି ସଜାଡିବାରେ ବିଗତ ଦିନରେ ରାଜ୍ୟ ସରକାର ଅବହେଳା କରିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କା ଗ୍ରାଣ୍ଟ ଆକାରରେ ପ୍ରଦାନ କରି ଭିତ୍ତିଭୂମି ସଜାଡିବାର ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ଉପଭୋକ୍ତା ସଂଘର ଆବାହକ ଦାବି କରିଛନ୍ତି ।

'ସରକାର ଓ କମ୍ପାନୀର ମଧୁଚନ୍ଦ୍ରିକାରେ ଦାଉ ସହୁଛନ୍ତି ଉପଭୋକ୍ତା': ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ରାଜ୍ୟ ସରକାର ନିଜ ମୁଣ୍ଡକୁ ଦାୟିତ୍ବ ନେଉନାହାନ୍ତି । ଯାହାକିଛି ହେଲା, କମ୍ପାନୀ ଉପରେ ଦୋଷ ଲଦୁଛନ୍ତି । ଗଲା ୨୦ ବର୍ଷରେ ୪୦ ହଜାର କୋଟି ଟଙ୍କା ଭିତ୍ତିଭୂମି ସଜାଡ଼ିବା ପାଇଁ ଖର୍ଚ୍ଚ ହୋଇଛି । ସେଥିରେ କଣ କାମ ହୋଇଛି, ସେ କଥା ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର । ସିଏଜି ଦ୍ବାରା ଅଡିଟ କରାଯାଉ । ଯାନ୍ତ୍ରିକ ତ୍ରୁଟି ପାଇଁ ହେଉ ଅବା ଦୁର୍ବଳ ଭିତ୍ତିଭୂମି, ରାଜ୍ୟ ସରକାର ନିଜ ମୁଣ୍ଡକୁ ଦାୟିତ୍ବ ନେବା ଦରକାର । ସହରରେ ଯଦି ବିଜୁଳି କାଟ୍‌ର ଏପରି ଅବସ୍ଥା, ଉପାନ୍ତରେ କଣ ସ୍ଥିତି ହେଉଥିବ ଏଥିରୁ ସହଜରେ ଅନୁମାନ କରାଯାଇପାରେ ।" ମାଟି ତଳେ କେବୁଲିଂରେ ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି, ତାହା କଣ ପାଣିରେ ପଡିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଭୁବନେଶ୍ବରରେ ଗଲା ୮ ବର୍ଷ ହେବ କେବୁଲିଂ କାମ ହେଲାଣି । କାହିଁକି କାର୍ଯ୍ୟକ୍ଷମ କରୁନାହାନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ । ରାଜନୈତିକ ଦୃଷ୍ଟି କୋଣରୁ ନୁହେଁ, ଜଣେ ଉପଭୋକ୍ତାର ସ୍ବାର୍ଥ ଦୃଷ୍ଟିରୁ ସେ କହିଛନ୍ତି, "ରାଜ୍ୟ ସରକାର ଓ କମ୍ପାନୀର ମଧୁଚନ୍ଦ୍ରିକାରେ ଦାଉ ସହୁଛନ୍ତି ଉପଭୋକ୍ତା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.