ETV Bharat / state

ମହାନଦୀ ଜଳ ବିବାଦ ପ୍ରସଙ୍ଗ: ୭ ଦିନ ମଧ୍ୟରେ କେନାଲକୁ ପାଣି ନଛାଡ଼ିଲେ ଗର୍ଜିବ କଂଗ୍ରେସ

author img

By

Published : May 19, 2023, 4:18 PM IST

ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨୦୨୧୮ ମସିହାରୁ ଗଠନ ହେଲାଣି ଟ୍ରିବ୍ୟୁନାଲ । ହେଲେ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ ଏହି ଟ୍ରିବ୍ୟୁନାଲ । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨୦୨୧୮ ମସିହାରୁ ଗଠନ ହେଲାଣି ଟ୍ରିବ୍ୟୁନାଲ । ହେଲେ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ ଏହି ଟ୍ରିବ୍ୟୁନାଲ । ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଛାତିଶଗଡ଼ କଲମା ବ୍ୟାରେଜ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ଏହି ସାମ୍ବାଦିକ ସମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବିଜେପି ସରକାର ସମୟରୁ ଛତିଶଗଡରେ ବ୍ୟାରେଜ୍ ସବୁ ତିଆରି ହୋଇଛି । ଅଣମୌସୁମୀ ସମୟରେ ପାଣି ଆଉ ଓଡ଼ିଶାକୁ ଆସୁନି । କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲେ ରାଜ୍ୟ ସରକାର । ଶେଷରେ ଟ୍ରିବ୍ୟୁନାଲକୁ ଗଲେ । ଏଯାଏଁ କିଛି ବି ଲାଭ ହୋଇନି । ମହାନଦୀ ସମସ୍ୟା ପାଇଁ ବିଜେଡି ସରକାର ଦାୟୀ ।" ତେବେ ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ପିସିସି ସଭାପତି ଦାବି କରିଛନ୍ତି । ସେପଟେ କାବେରୀ ବିବାଦରେ ୮ଟି ସେଡୁଲ୍‌ରେ ତଥ୍ୟ ସଂଗ୍ରହ ପାଇଁ ୨୫ ବର୍ଷ ଲାଗିଲା । ସେହିଭଳି ମହାନଦୀ ବିବାଦରେ ୬୫ଟି ସେଡୁଲ୍‌ରେ ତଥ୍ୟ ସଂଗ୍ରହ ହେବାକୁ ଥିବାରୁ ଏଥିପାଇଁ ୨୦୦ ବର୍ଷ ଲାଗିବ ବୋଲି ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ବିଜୟ କହିଛନ୍ତି, "ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ପ୍ରତିନିଧି ଦଳ । ୨୦୧୮ ମସିହାରେ ଟ୍ରିବ୍ୟୁନାଲ ଗଠନ ହେଲା । ଏଯାଏଁ କୌଣସି ରାୟ ଆସୁନି । ୬୫ଟି ସେଡୁଲ୍‌ରେ ତଥ୍ୟ ସଂଗ୍ରହ କରାଯିବ । କାବେରୀ ବିବାଦରେ ୮ଟି ସେଡୁଲ୍‌ରେ ତଥ୍ୟ ସଂଗ୍ରହ ପାଇଁ ୨୫ ବର୍ଷ ଲାଗିଲା । ତାହାଲେ ୬୫ଟି ସେଡୁଲ୍‌ରେ ତଥ୍ୟ ସଂଗ୍ରହ ପାଇଁ ପାଖାପାଖି ୨୦୦ ବର୍ଷ ଲାଗିବ । ଛତିଶଗଡ଼ ବ୍ୟାରେଜ ଯୋଗୁଁ ହୀରାକୁଦକୁ ୨୩ ପ୍ରତିଶତ କମ୍ ଜଳ ଆସୁଛି । ଓଡିଶାକୁ ଅଣମୌସୁମୀ ସମୟରେ ଛତିଶଗଡ କେତେ ଜଳ ଛାଡ଼ିବ ସେନେଇ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ନିକଟରେ ପକ୍ଷ ରଖିପାରିଥାନ୍ତେ । କିନ୍ତୁ ୫ ବର୍ଷ ବିତିଥିଲେ ମଧ୍ୟ କୌଣସି ନିର୍ଦ୍ଦେଶ ଆସିପାରିଲାନାହିଁ ।" ତେବେ ଟ୍ରିବ୍ୟୁନାଲ ମଣ୍ଡଳୀର ରାୟ କେବେ ପ୍ରକାଶ ପାଇବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିଜୟ ।

ସେ ଆହୁରି କହିଛନ୍ତି, "ମହାନଦୀରେ ପାଣି ନଥିବାରୁ ଜଳ ସମସ୍ୟା କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ କୂଅ ପୋଖରୀ ଲବଣାକ୍ତ ହେବାରେ ଲାଗିଛି । ଗତ ୧୦ ବର୍ଷ ଧରି ଡାଳୁଅ ଚାଷ ପାଇଁ କେନାଲରେ ପାଣି ଆସିପାରୁନାହିଁ । ଟ୍ରିବ୍ୟୁନାଲ ନାଁ ନେଇ ଲୋକଙ୍କ ପାଖରେ ଥିବା ଉତ୍ତରଦାୟିତ୍ଵରୁ ଖସିପାରିବେନି ରାଜ୍ୟ ସରକାର ।" ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜୟ ପଟ୍ଟନାୟକ ୩ଟି ପ୍ରଶ୍ନ ପଚାରିଛନ୍ତି । "ଓଡ଼ିଶା ସରକାର ମହାନଦୀର ଜଳ ସଂରକ୍ଷଣ ପାଇଁ କଣ ପଦକ୍ଷେପ ନେଇଛନ୍ତି ? ଟ୍ରିବ୍ୟୁନାଲ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ କେବେ ଦେବେ ? ଓଡ଼ିଶା ସରକାର କେନାଲରେ କାହିଁକି ଜଳ ଛାଡ଼ୁନାହାନ୍ତି ?" ତେବେ ଆସନ୍ତା ୭ ଦିନ ମଧ୍ୟରେ ଜଳ ନଛାଡ଼ିଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.