ETV Bharat / state

ଧର୍ମେନ୍ଦ୍ର ମୃତ୍ୟୁ ମାମଲା, ଆସନ୍ତା 29ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ - ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା

ସମୀର ଦାସଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ସହ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଦାବିରେ ୨୯ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା , ଆସନ୍ତା 29 ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

author img

By

Published : Oct 26, 2022, 5:21 PM IST

ଭୁବନେଶ୍ବର: ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ( BJD ZP member dharmendra sahu suicide case)। ସମୀର ଦାସଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ସହ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଦାବିରେ ୨୯ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ । ତେବେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଛାତ୍ର କଂଗ୍ରେସ ।

ଏହା ଆତ୍ମହତ୍ୟା ନୁହେଁ ଏହା ପଛରେ ଷଡ଼ଯନ୍ତ୍ର ଥିବା ବାରମ୍ବାର ଅଭିଯୋଗ ପରେ ବି ତଦନ୍ତ ଠିକ୍ ଭାବେ ହେଉନି। ମୁଖ୍ୟମନ୍ତ୍ରୀ, 5ଟି ସଚିବ ଏବଂ ଡ଼ିଜି ଜାଣି ଶୁଣି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ବଦଳରେ ସମୀରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ରାଜରାସ୍ତାକୁ ଓହ୍ଲାଇବ ଛାତ୍ର କଂଗ୍ରେସ । ନବୀନ ନିବାସ ଘେରାଉ କରିବ। ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ ସହ ହାଇକୋର୍ଟଙ୍କ ତତ୍ତ୍ଵବଧାନରେ ଏସଆଇଟି ତଦନ୍ତ ପାଇଁ ଦାବି କଲା ଛାତ୍ର କଂଗ୍ରେସ।

ସୂଚନା ଥାଉ କି ଗତ ସେପ୍ଟେମ୍ବର ୨୪ ତାରିଖରେ ଗୋପ ବ୍ଲକ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀ ବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ଅନେକ ତଥ୍ୟ ରହିଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.