ETV Bharat / state

ଧର୍ମକୁ ନେଇ ରାଜନୀତି କରୁଛନ୍ତି ବିଜେଡି-ବିଜେପି: କଂଗ୍ରେସ

author img

By ETV Bharat Odisha Team

Published : Jan 12, 2024, 11:57 AM IST

Updated : Jan 12, 2024, 3:09 PM IST

Congress slams BJD and BJP: ବିଜେଡି ଓ ବିଜେପି ଧର୍ମ ରାଜନୀତି କରୁଥିବା ଅଭିଯୋଗ ଆଣିଲ ବର୍ଷିଲା କଂଗ୍ରେସ । ଧର୍ମକୁ ନେଇ ଯେଉଁମାନେ ରାଜନୀତି କରିଛନ୍ତି ସେମାନେ ବେଶୀ ଦିନ ତିଷ୍ଠି ପାରିନାହାନ୍ତି ବୋଲି କହିଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

Etv Bharat
Etv Bharat

ଧର୍ମକୁ ନେଇ ରାଜନୀତି କରୁଛନ୍ତି ବିଜେଡି-ବିଜେପି

ଭୁବନେଶ୍ବର: ଓଡ଼ିଶାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ । ଗାଁ ଗାଁରେ ବୁଲିଛି ମହାପ୍ରଭୁଙ୍କ ଅର୍ପଣ ରଥ । ସେପଟେ ଅକ୍ଷତ, ନିମନ୍ତ୍ରଣ ନେଇ ମଧ୍ୟ ଘରେ ଘରେ ବୁଲୁଛନ୍ତି ରାମ ଭକ୍ତ । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଧର୍ମକୁ ନେଇ ଏଭଳି ରାଜନୀତି କରୁଛନ୍ତି ବୋଲି କହି କଟୁ ସମାଲୋଚନା କରିଛି କଂଗ୍ରେସ । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଆଳରେ ବିଜେପି ରାଜନୈତିକ ପ୍ରଚାର ପ୍ରସାର କରୁଥିବା ବେଳେ ଓଡ଼ିଶାରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଲି ବୁଲି ନିମନ୍ତ୍ରଣ ଏକ ପ୍ରତିଯୋଗିତାରେ ପରିଣତ ହୋଇଥିବା କଂଗ୍ରେସ କହିଛି ।

ସେପଟେ ଶ୍ରୀରାମ ପ୍ରାଣ ପ୍ରତିଷ୍ଠାରେ କଂଗ୍ରେସ ନେତାମାନଙ୍କୁ ନିମନ୍ତ୍ରଣ ହୋଇଥିଲେ ବି ସେମାନେ ରାମ ମନ୍ଦିର ସମାରୋହକୁ ବିଜେପି ଏବଂ ଆରଏସଏସର ଏକ ରାଜନୈତିକ କାର୍ଯ୍ୟକ୍ରମ ଭାବେ ସମାଲୋଚନା କରି ଉତ୍ସବକୁ ଯିବେ ନାହିଁ ବୋଲି ସ୍ପଷ୍ଟ ମନା କରିଛନ୍ତି । ସେପଟେ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ସମାଲୋଚନା କରିଛି । ଏହି ପ୍ରକଳ୍ପ ନାଁରେ ରାଜ୍ୟ ସରକାର ନିର୍ବାଚନୀ ପ୍ରଚାର ପ୍ରସାର କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଶ୍ରୀଜଗନ୍ନାଥ ଏବଂ କେନ୍ଦ୍ରରେ ଶ୍ରୀରାମଙ୍କୁ ନେଇ କ'ଣ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ସମର୍ଥନ ହାତେଇବାକୁ ଏକ କସରତ ଚାଲିଛି ! ଏହାକୁ ନେଇ ରାଜନୈତିକ ସମୀକ୍ଷକ କହିଛନ୍ତି ଯେ, ଏମିତି ଲାଗୁଛି ଯେମିତି ସାରା ଦେଶରେ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଦେବୀ ଦେବତାମାନେ ନିର୍ବାଚିତ କରିଛନ୍ତି, ଜନସାଧାରଣ ନୁହେଁ । ବିଜେପିର ରାମ ମନ୍ଦିର ଉତ୍ସବ ଯଦି ରାଜନୀତି ନୁହେଁ ତାହେଲେ ବିଜେଡ଼ିର ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର କେମିତି ରାଜନୀତି ହେଲା !

ସେପଟେ କଂଗ୍ରେସ କହିଛି, ''ଶ୍ରୀରାମ ଯିଏ ଶ୍ରୀଜଗନ୍ନାଥ ହିଁ ସିଏ । ଉଭୟ ଦଳ ଧର୍ମ ନାଁରେ ଦେଶକୁ ଦୁଇ ଭାଗରେ ବିଭକ୍ତ କରୁଛନ୍ତି । ଭୋଟ ଭିକ୍ଷା ପାଇଁ ସବୁ ରାଜନୀତି । ଓଡ଼ିଶାର ନେତା ତ ସ୍ୱୟଂ ଜଗନ୍ନାଥ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେବଳ ଲୋକ ଦେଖାଣିଆ । ଧର୍ମକୁ ନେଇ ଯେଉଁମାନେ ରାଜନୀତି କରିଛନ୍ତି ସେମାନେ ବେଶୀ ଦିନ ତିଷ୍ଠି ପାରିନାହାନ୍ତି । ଧର୍ମକୁ ରାଜନୀତିର ପସପାଲିରେ ବାଟବଣା କରନ୍ତୁ ନାହିଁ ।'' ଧର୍ମକୁ ନେଇ ବିଜେଡି ବିଜେପି ଭିତରେ ଯେଉଁ ଡ୍ରାମା ଚାଲିଛି ତାହା ଠିକ ନୁହେଁ । ଆଗକୁ ନିର୍ବାଚନ ଥିବାରୁ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଉଭୟ ବିଜେଡି ଏବଂ ବିଜେପି । ମହାପ୍ରଭୁ ଜଗନ୍ନାଥ ଓ ରାମଚନ୍ଦ୍ର ସମସ୍ତଙ୍କର । ଜଗନ୍ନାଥଙ୍କ ନାଁରେ କେବଳ ନିଜ ଦଳର ପ୍ରଚାର କରିବାକୁ ଉଭୟ ଦଳ ଏଭଳି କରୁଥିବା କଂଗ୍ରେସ ଅଭିଯୋଗ ଆଣିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 12, 2024, 3:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.