ETV Bharat / state

ଆବାସ କଳି: ଚେତାବନୀ ଦେଲା କଂଗ୍ରେସ, ଜଣେ ଯୋଗ୍ୟ ହିତାଧିକାରୀ ବାଦପଡ଼ିଲେ ହେବ ଆନ୍ଦୋଳନ - କଂଗ୍ରେସ ବିଧାୟକ ସୁର ରାଉତରାୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଲାଗିଥିବା ବାଦ ବିବାଦ ମଧ୍ୟରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଉଭୟ ଦଳର ରାଜନୀତି ମଧ୍ୟରେ ଯଦି ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ବାଦ ପଡ଼ନ୍ତି, ତେବେ କଂଗ୍ରେସ ଏହାର ତୀବ୍ର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ବିଜେପି-ବିଜେଡି ଆବାସ କଳି ନେଇ ସୁରଙ୍କ ପ୍ରତିକ୍ରିୟା

author img

By

Published : Jan 27, 2023, 10:56 PM IST

ବିଜେପି-ବିଜେଡି ଆବାସ କଳି ନେଇ ସୁରଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଏବେ ବଢୁଛି ଆବାସ କଳି । ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି ଆବାସ ହିତାଧିକାରୀ ଚୟନ ପ୍ରସଙ୍ଗ । ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ଏନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ଘନେଇବାରେ ଲାଗିଛି । ତେବେ ବିଜେଡି ଓ ବିଜେପି କଳି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ପରିସ୍ଥିତି ଭୟଙ୍କର ହେବ । କଂଗ୍ରେସ ତୀବ୍ର ଆନ୍ଦଳନ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଗତ 24 ତାରିଖରେ ଆବାସ ତାଲିକାରେ ଅଭିଯୋଗ ଶୁଣାଣୀର ଶେଷ ଦିବସ ରଖିଥିଲେ ସରକାର । ହେଲେ ବିରୋଧୀଙ୍କ ଅଭିଯୋଗ ଶେଷ ଦିବସ ବିଷୟରେ ବ୍ୟାପକ ପ୍ରଚାର ପ୍ରସାର ସରକାର କଲେ ନାହିଁ । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡିଯିବେ । ବିଜେଡି ଗତକାଲି ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ କଥା ରଖିଲା, ଯଦି କେନ୍ଦ୍ର ସରକାର ଘର ନଦିଅନ୍ତି, ତେବେ ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନିଜସ୍ୱ ଖର୍ଚ୍ଚରେ ଘର ଦେବେ । ସେପଟେ ବିଜେପି ହିତାଧିକାରୀ ଚୟନ ପ୍ରକ୍ରିୟା ତ୍ରୁଟି ନେଇ 314 ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି । ତେବେ କଂଗ୍ରେସ ମଧ୍ୟ ଆଜି ଚରମ ବାଣୀ ଶୁଣାଇଛି । ଯଦି ଗୋଟିଏ ବି ଯୋଗ୍ୟ ହିତାଧିକାରୀ ବାଦ ପଡିଥିବେ, ତାହେଲେ ଭୟଙ୍କର ବିରୋଧ କରାଯିବ । ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏନେଇ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖି ସୁର କହିଛନ୍ତି, "ରାଜ୍ୟ ସରକାର ଯେମିତି ନିଜ କର୍ମୀ ଓ ପ୍ରଶଂସକଙ୍କୁ ଘର ଦେଉଛନ୍ତି, ଯୋଗ୍ୟ ହିତାଧିକାରୀ ଚିହ୍ନଟରେ ଯଦି ଅନିୟମିତତା ଦେଖାଦିଏ ତାହେଲେ ଆନ୍ଦୋଳନ ବ୍ୟାପକ ହେବ । ଏହା ବିରୋଧରେ ଘରକୁ ଘର ଯିବ କଂଗ୍ରେସ । ବିଡିଓ, ତହସିଲଦାର, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରାଯିବ । ଏଥର ତୀବ୍ର ଲଢ଼େଇ ହେବ । କଂଗ୍ରେସ ଆଉ ଚୁପ ବସିବ ନାହିଁ । ଶାସକ ବିଜେଡି ,ବିଜେପି କଳି ମଧ୍ୟରେ ସାଧାରଣ ଗରିବ ଲୋକେ ବଳି ପଡୁଛନ୍ତି ।" ତେବେ କଂଗ୍ରେସ ମଧ୍ୟ ଯୋଗ୍ୟ ହିତାଧିକାରୀ ପାଇବା ଉପରେ ଗୁରୁତ୍ୱ ଦେଇ ସ୍ୱର ଜୋରଦାର କରିଛି ।

ରାଜନୀତି ହେଉ, ହେଲେ ସଧାରଣ ଗରିବ ଲୋକ, ଯେଉଁମାନେ ବାସ୍ତବରେ ଅସୁବିଧାରେ ରହୁଛନ୍ତି ସେମାନେ ଘର ପାଆନ୍ତୁ ବୋଲି ସୁର କହିଛନ୍ତି । ଓଡିଶାକୁ 8 ଲକ୍ଷ 70 ହଜାର ଘର ଆସିଛି । ପୂର୍ବରୁ ଯେଉଁମାନଙ୍କର ଗାଡି ଅଛି, କୋଠା ଅଛି ସେହିମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯାଇଛି । କଂଗ୍ରେସ ଅନେକ ଥର ତଦନ୍ତ ପାଇଁ ବିଧାନସଭାରେ ଦାବି ଉଠାଇଛି ବୋଲି ସୁର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.