ETV Bharat / state

ଏଭଳି ବ୍ୟବସ୍ଥା ହେଲେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ବିଧାନସଭା ଆସିବେ: ନରସିଂହ

5T ସଚିବଙ୍କୁ ନେଇ ରାଜନୀତି ତେଜୁଥିବା ବେଳେ ଟ୍ବିଟ୍ କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟର ଶାସନ କାହା ହାତରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 27, 2023, 9:45 PM IST

5T ସଚିବଙ୍କୁ ନେଇ ରାଜନୀତି
5T ସଚିବଙ୍କୁ ନେଇ ରାଜନୀତି
5T ସଚିବଙ୍କୁ ନେଇ ରାଜନୀତି

ଭୁବନେଶ୍ବର: ରାଜ୍ୟରେ ଶାସନ ଚଳାଉଛି କିଏ ? ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସଙ୍ଗ ଉଠାଇବା ପରେ ଏବେ ରାଜ୍ୟ ରାଜନୀତିରେ ନିଆଁ ଲାଗିଛି । ପ୍ରତିଦିନ ବିରୋଧୀ ବିଜେପି ଏବଂ କଂଗ୍ରେସର କେହି ନା କେହି ନେତା ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗୁଛନ୍ତି । ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ସଂକ୍ରାନ୍ତରେ ଏକ ଟ୍ବିଟ୍ କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ରାଜ୍ୟର ଶାସନ କାହା ହାତରେ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ତାହା ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ମିଶ୍ର । ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ଓ ନିର୍ବାଚିତ ପ୍ରତିନିଧି ବଦଳରେ ପ୍ରଶାସନିକ ଅଧିକାରୀ ଶାସନ କରିବା ବେଆଇନ୍ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ନରସିଂହ କହିଛନ୍ତି, "ଓଡିଶାରେ ଗଣତନ୍ତ୍ରର ହତ୍ୟା ହୋଇଛି । ଏଠି ନିର୍ବାଚିତ ପ୍ରତିନିଧି କିଛିନୁହେଁ । ମନ୍ତ୍ରୀଙ୍କ ଉପରେ ସଚିବ ରହିବା ନିହାତି ଭାବରେ ଭୟଙ୍କର ଅବସ୍ଥା । ଓଡିଶାରେ ଏକଛତ୍ରବାଦ ଶାସନ ଚାଲିଛି । ଏଠି ଗଣତନ୍ତ୍ର ନାହିଁ । ଗଣତନ୍ତ୍ରରେ ଲୋକଙ୍କୁ ନିର୍ବାଚିତ ପ୍ରତିନିଧି ଶାସନ କରିବେ । ହେଲେ ଏଠାରେ ତାଙ୍କ ବଦଳରେ ଜଣେ ସଚିବ ଶାସନକଳ ମୁଖ୍ୟ ହୋଇଛନ୍ତି । ସେ ଓଡ଼ିଶା ସାରା ବୁଲି ସାଧାରଣ ସଭା କରୁଛନ୍ତି ଏବଂ ତାଙ୍କ ପାଇଁ ଅଭୂତପୂର୍ବ ପୋଲିସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ଏଠାରେ ନିର୍ବାଚିତ ବିଧାୟକ, ମନ୍ତ୍ରୀ ତାଙ୍କ ପାଇଁ ଲୋକ ଯୋଗାଡ଼ କରୁଛନ୍ତି ।" ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବା ପରେ ମୁଖ୍ୟମନ୍ତ୍ରୀଙ୍କ କୋଶଳୀ ଭାଷାରେ ଏକ ଅଡିଓ ଆସିଛି । ଯେଉଁଥିରେ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଲୋକଙ୍କ ପାଖକୁ ପଠାଇଥିବା କହିଛନ୍ତି । ତେବେ ସେ କେବେ କୋଶଳୀ କହିବା ଶିଖିଲେ ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ସେହିପରି ଏଭଳି ବ୍ୟବସ୍ଥା ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ବଦଳରେ ତାଙ୍କ ସଚିବଙ୍କୁ ବିଧାନସଭା ପଠାଇବେ ଓ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବ ଉତ୍ତର ରଖିବେ ବୋଲି କହି କଟାକ୍ଷ କରିଛନ୍ତି ନରସିଂହ । ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିଙ୍କୁ ଦିଆଯାଇଥିବା କ୍ଷମତା କେବେ ବି ହସ୍ତାନ୍ତର ହୋଇପାରିବ ନାହିଁ କିମ୍ବା ଅନ୍ୟକେହି ପ୍ରଶାସକ ଏଭଳି କରିପାରିବେ ନାହିଁ ବୋଲି କହିଛନ୍ତି ନରସିଂହ ।

ଏହା ମଧ୍ୟ ପଢ଼ନ୍ତୁ...ନିୟମ ଉଲଙ୍ଘନ କରୁଛନ୍ତି 5T ସଚିବ, କାର୍ଯ୍ୟାନଷ୍ଠାନ ପାଇଁ କେନ୍ଦ୍ର ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ସେହିପରି ଏହି ପ୍ରସଙ୍ଗରେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, "ଏହି ପ୍ରସଙ୍ଗରେ ବଡ଼ ବଡ଼ ପାଟିରେ ବିଜେପି ନେତା ହୋ ହାଲ୍ଲା କରୁଛନ୍ତି । ହେଲେ କେନ୍ଦ୍ରରେ ତାଙ୍କ ସରକାର ଅଛି । ସେମାନେ କାହିଁକି ପଦକ୍ଷେପ ନେଉ ନାହାନ୍ତି ?" ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ କେନ୍ଦ୍ର ଯେପରି ବଦଳି କରି ଦିଲ୍ଲୀ ନେଇ ଯାଇଥିଲେ, ଏଠି କାହିଁକି ସେ ପଦକ୍ଷେପ ନିଆଯାଉ ନାହିଁ ବୋଲି ବିଜେପି ନେତାଙ୍କୁ ପ୍ରଶ୍ନ କରିଛନ୍ତି ନରସିଂହ । ତେବେ ଏହା ସମ୍ଭବ ହେବ ନାହିଁ, କାରଣ ବିଜେପି ଓ ବିଜେଡି ଏକ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.