ETV Bharat / state

ରୋହିତ ପୂଜାରୀଙ୍କୁ ପଦ ହରାଇବା ପ୍ରସଙ୍ଗ, କାରଣ ଖୋଜୁଛି କଂଗ୍ରେସ - ବିଜୟ ପଟ୍ଟନାୟକ

ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ । ଯେଉଁମାନେ କଂଗ୍ରେସ ଦଳ ଛାଡି ଅନ୍ୟ ଦଳକୁ ଯାଉଛନ୍ତି ସେମାନଙ୍କ ମୂଲ୍ୟ ହ୍ରାସ ପାଉଛି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢନ୍ତୁ

Bijay Patnaik
Bijay Patnaik
author img

By

Published : Jun 11, 2023, 9:44 PM IST

ରୋହିତ ପୂଜାରୀଙ୍କୁ ପଦ ହରାଇବା ପ୍ରସଙ୍ଗ

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ହଠାତ ବାଦ ଦେଲେ ନବୀନ । ସଙ୍ଗେସଙ୍ଗେ ତାଙ୍କ ପୋର୍ଟ ଫୋଲିଓକୁ ଖାଉଟି ଯୋଗାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦେଲେ ସରକାର । ତେବେ କାହିଁକି ମୁଖ୍ୟମନ୍ତ୍ରୀ ରୋହିତଙ୍କୁ ବିଦା କଲେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଯେଉଁମାନେ କଂଗ୍ରେସ ଦଳ ଛାଡି ଅନ୍ୟ ଦଳକୁ ଯାଉଛନ୍ତି ସେମାନଙ୍କ ମୂଲ୍ୟ ହ୍ରାସ ପାଉଛି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ ।

ହଠାତ ଜଣେ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିବାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ବିରୋଧୀ । ଯଦିଓ ମନ୍ତ୍ରୀମଣ୍ଡଳରେ କାହାକୁ ରଖିବା, ବାହାର କରିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ବ୍ୟାପାର କିନ୍ତୁ ହଠାତ ଏମିତି ଜଣେ ମନ୍ତ୍ରୀଙ୍କ ବିଦା କରିବା ସହଜେ ବୁଝା ପଡୁନି । ତାର କାରଣ ସ୍ପଷ୍ଟ ହେବା ଦରକାର ବୋଲି ବିରୋଧୀ ଦାବି କରିଛନ୍ତି । ଚର୍ଚ୍ଚା ହେଉଛି ବିଭାଗବାରି ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷାରେ ଅସନ୍ତୁଷ୍ଟ ଥିଲେ ମୁଖ୍ୟମନ୍ତ୍ରୀ । କିଛି ଦିନ ତଳେ 60 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ରାଜନୀତିରୁ ଓହରି ଯିବା ଦରକାର ବୋଲି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ ରୋହିତ । ଏବେ ଉଚ୍ଚ ଶିକ୍ଷ ବିଭାଗରେ ଅଧ୍ୟାପକ ବଦଳିରେ ଏକ ବଡ଼ ଧରଣର ଘୋଟାଲା ହୋଇଛି ବୋଲି ଶୁଣିବାକୁ ମିଳୁଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛି କଂଗ୍ରେସ ।

ଏହା ବି ପଢନ୍ତୁ- ମୁଁ ସର୍ବୋତ୍ତମ ପ୍ରୟାସ କରିଛି, ମୁଖ୍ୟମନ୍ତ୍ରୀ ବୋଧହୁଏ ଅଧିକ ଆଶା କରିଥିଲେ: ରୋହିତ ପୂଜାରୀ

ଏ ନେଇ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରୀ ପଦରେ ରଖିବେ କାହାକୁ ମନ୍ତ୍ରୀ ପଦରୁ ବାହାର କରିବେ ସେଇଟା ତାଙ୍କର ନିଷ୍ପତି । ସେଥିରେ ଆମର କିଛି କହିବାର ନାହିଁ । ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ଭଲ ନଥିବା କାରଣ ଦର୍ଶାଇ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଗଲା । ତେବେ ଆମ ଦଳର ପ୍ରଶ୍ନ ହେଉଛି ଉଚ୍ଚଶିକ୍ଷା ବିଭାଗ କେଉଁ ଦିଗରେ ତାର ପ୍ରଦର୍ଶନ ଖରାପ କରିଛି ଏବଂ ଏହାର ମାପଦାଣ୍ଡ କଣ ଥିଲା ? ଏହାର ତଥ୍ୟ ଜନସାଧାରଣକୁ ଦିଆଯାଉ । ମନ୍ତ୍ରୀ ଏବଂ ସଚିବଙ୍କ ଉପରେ ଏକା ସାଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ମାନେ ସେଭଳି ଜଘନ୍ୟ ଅପରାଧ କିଛି ହେଇଥାଇପାରେ ।"

ଏହା ବି ପଢନ୍ତୁ- କାହିଁକି ହଟିଲେ ରୋହିତ ପୂଜାରୀ, ବିଭାଗୀୟ ଅପରାଗତା ନା ଦଳୀୟ ସଂକଟ ?

କଂଗ୍ରେସରୁ ଯେଉଁମାନେ ଯାଇଛନ୍ତି ତାଙ୍କ ଅବସ୍ଥା ଏପରି ହୋଇଥିବା କହିଛନ୍ତି ବିଜୟ । ଏନେଇ ସେ କହିଛନ୍ତି, "ରୋହିତ ପୂଜାରୀ ଆଗରୁ କଂଗ୍ରେସ ଦଳରେ ଥିଲେ । ଯେଉଁମାନେ କଂଗ୍ରେସ ଦଳ ଛାଡ଼ି ଅନ୍ୟ ଦଳକୁ ଯାଉଛନ୍ତି, ମୁଁ ଭାବୁଛି ସେମାନଙ୍କ ମୂଲ୍ୟ ବାହୁ ମାତ୍ରାରେ ହ୍ରାସ ପାଇଯାଉଛି ।" ପୂର୍ବରୁ ରୋହିତ ପୂଜାରୀ କଂଗ୍ରେସରେ ଥିଲେ, ଯୁବ କଂଗ୍ରେସ ସଭାପତି ମଧ୍ୟ ହୋଇଥିଲେ । ସେ କଂଗ୍ରେସ ଛାଡ଼ି 2014ରୁ ବିଜୁ ଜନତା ଦଳରୁ କ୍ରମାଗତ ଭାବେ ବିଧାୟକ ଭାବେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ନିର୍ବାଚିତ ହୋଇଆସୁଛନ୍ତି । 2022ରେ ସେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମକରି ସାମିଲ ହୋଇଥିଲେ । ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ବ ମିଳିଥିଲା ।

ମନ୍ତ୍ରୀ ପଦରରୁ ବିଦା ହେବା ପରେ ରୋହିତ ନିଜର ପ୍ରତିକ୍ରିୟା ଦେଇ କହିଥିଲେ, "ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି । ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଜିନିଷରେ ଆର୍ଶୀବାଦ କରିଛନ୍ତି । ଜିଲ୍ଲା ସଭାପତି, ଲିଫ୍ଟ ଇରିଗେଶନ ଅଧ୍ୟକ୍ଷ କରିଥିଲେ, ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି । ମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ କରିଥିଲେ । ମୁଁ ମୋର ସବୁ ପ୍ରକାର ପ୍ରୟାସ କରିଛି । ଯଦି ମୁଖ୍ୟମନ୍ତ୍ରୀ ମୋର ଏଫର୍ଟରେ ସନ୍ତୁଷ୍ଟ ନାହାନ୍ତି ମୋର କିଛି ଦୁଃଖ କରିବାର ନାହିଁ । ମୁଁ ନୂଆ ମନ୍ତ୍ରୀ ହୋଇଥିଲି । ଆହୁରି ସମୟ ଅଛି ଶିଖିବି, ଯାହା ଦାୟିତ୍ବ ଦେବେ କାମ କରିବି । ମିଡିଆରୁ ମୁଁ ଜାଣିଲି ମୁଁ ଯେତିକି କରିଛି ତାଠୁ ଆହୁରି ଆଶା ମୋ ଉପରେ ମୁଖ୍ୟମନ୍ତ୍ରୀଙ୍କ ଥିଲା । ସେଥିପାଇଁ ସେ ମୋତେ ବାଦ ଦେଇଛନ୍ତି ବିକାଶ ଏକ ନିରନ୍ତର ପ୍ରକ୍ରିୟା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.