ETV Bharat / state

ଓଡ଼ିଶା ସରକାରଙ୍କ ଟାଟା ପ୍ରୀତି ଏବଂ ଶ୍ରମିକ ମାରଣ ନୀତି ପଦାରେ ପଡ଼ିଲା: କଂଗ୍ରେସ

ଢେଙ୍କାନାଳ ଟାଟା ଷ୍ଟିଲ୍‌ପ୍ଲାଣ୍ଟ ଦୁର୍ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ଏଥିରେ ୧୯ ଜଣ ଶ୍ରମିକ ଗୁରୁତର ହୋଇଥିଲେ ମଧ୍ୟ ଏନେଇ ତଦନ୍ତ ନିର୍ଦ୍ଦେଶ ନଦେବା ସରକାରଙ୍କ ଟାଟା ପ୍ରୀତି ଏବଂ ଶ୍ରମିକ ମାରଣ ନୀତି ପଦାରେ ପକାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

author img

By

Published : Jun 16, 2023, 10:01 PM IST

ଟାଟା ଷ୍ଟିଲ୍‌ପ୍ଲାଣ୍ଟ ଦୁର୍ଘଟଣାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଟାଟା ଷ୍ଟିଲ୍‌ପ୍ଲାଣ୍ଟ ଦୁର୍ଘଟଣାକୁ ରାଜ୍ୟ ସରକାର କାହିଁକି ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କଲା କଂଗ୍ରେସ । ଗତ ୧୩ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଠାରେ ଥିବା ଟାଟା ଷ୍ଟିଲ୍‌ପ୍ଲାଣ୍ଟର ବ୍ଲାଷ୍ଟ ଫ୍ୟୁରାନ୍ସ ଦୁର୍ଘଟଣା ଯୋଗୁଁ ୧୯ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ତଦନ୍ତ ନିର୍ଦ୍ଦେଶ ନଦେବା ରାଜ୍ୟର ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନଙ୍କ ଏବଂ ତାଙ୍କ ପରିବାର ପ୍ରତି ଏକ କ୍ରୁର ଉପହାସ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, "ଦୀର୍ଘ ୫ ଦିନ ବିତିଗଲା ପରେ ମଧ୍ୟ ରାଜ୍ୟ ସରକାର ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ଚାପିଦେବା ଏବଂ ତଦନ୍ତ ନିର୍ଦେଶ ନଦେବା ଅତ୍ୟନ୍ତ ଦୁଃଖର କଥା । ଏ ସରକାର ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ବେଳେ ଏହି ଘଟଣାରେ ଏତେ ଲୁଚକାଳି ଖେଳ କାହିଁକି ଓ କାହା ସ୍ବାର୍ଥକୁ ରାଜ୍ୟ ସରକାର ଜଗିଛନ୍ତି ? ରାଜ୍ୟର ୧୯ ଜଣ ଶ୍ରମିକ ଗୁରୁତର ଭାବରେ ଆହତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ଶ୍ରମ ବିଭାଗର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ସମ୍ପୂର୍ଣ୍ଣ ନୀରବ ରହିବାରୁ ବୁଝାପଡ଼ୁଛି, ରାଜ୍ୟ ସରକାର ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ ଟାଟା କମ୍ପାନୀର ସ୍ବାର୍ଥକୁ ରକ୍ଷା କରିବାପାଇଁ ଲାଗିପଡ଼ିଛନ୍ତି । ନିର୍ବାଚନ ପାଣ୍ଠି ଯୋଗାଡ଼ କରିବା ବିଜୁ ଜନତା ଦଳର ସରକାରର ଏକ ମାତ୍ର କାମ । ତେଣୁ ରାଜ୍ୟର ଶ୍ରମିକମାନେ ମଲେ ବା ବଞ୍ଚିଲେ ଏଥିର ସରକାରଙ୍କର କିଛି ଯାଏ ଆସେ ନାହିଁ । ଆଶ୍ଚର୍ଯ୍ୟର କଥା, ଟାଟା କମ୍ପାନୀ ନିଜେ ହିଁ ନିଜ ଦୋଷର ତଦନ୍ତ କରୁଛି । ଏ ହେଉଛି ଏ ସରକାରଙ୍କର ଶ୍ରମିକଙ୍କ ପ୍ରତି ପ୍ରତିବଦ୍ଧତା ଓ ନିଷ୍ଠା ।"

ସେ ଆହୁରି କହିଛନ୍ତି, "ରାଜ୍ୟ ସରକାର କୋଟି କୋଟି ଟଙ୍କା ଲେବରସେସ୍ ଆକାରରେ ଆଦାୟ କରୁଥିଲାବେଳେ କାହିଁକି ଶିଳ୍ପ ପ୍ରବଣ ଜିଲ୍ଲା ଗୁଡ଼ିକରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରାଯାଉ ନାହିଁ ବା କରାଯିବା ପାଇଁ ନିଷ୍ଠ ମଧ୍ୟ ନାହିଁ ? ଏପରିକି ଢେଙ୍କାନାଳ ଓ ଅନୁଗୋଳ ଉଭୟ ଜିଲ୍ଲାରେ ବହୁ ଶିଳ୍ପ ଗଢ଼ିଉଠିଥିଲେ ମଧ୍ୟ ସେ ସବୁ ଜିଲ୍ଲାରେ ସ୍ବାସ୍ଥ୍ୟସେବା ପ୍ରାୟତଃ ଠପ ହୋଇ ପଡ଼ିରହିଛି । ଏ ସରକାର ଫେକ୍ଟ୍ରି ଆଇନ ୧୯୪୮ ଧାରା ୮୮ ଉପଧାରା ୨କୁ ସମ୍ପୂର୍ଣ୍ଣ ଉଲଙ୍ଘନ କରୁଛନ୍ତି । ଦୁର୍ଘଟଣାର ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଏହାର ତଦନ୍ତ ନେବା କଥା । କିନ୍ତୁ ୫ ଦିନ ପରେ ମଧ୍ୟ ନିଦ ଭାଙ୍ଗୁନାହିଁ । ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକ ୭୫ ଭାଗରୁ ଅଧିକ ପୋଡ଼ି ଯାଇଛନ୍ତି, ୭ ଜଣ ଶ୍ରମିକ ୪୦ ଭାଗରୁ ଅଧିକ ପୋଡ଼ି ଯାଇଛନ୍ତି, ୨ ଜଣ ଶ୍ରମିକଙ୍କର ହାତ ଓ ଗୋଡ଼ ଭାଙ୍ଗିଛି, ଏ ସମସ୍ତେ କଟକର ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଟାଟା କମ୍ପାନୀ ଓଡ଼ିଶାରେ ସବୁ ବ୍ୟବସାୟ କରୁଛି କିନ୍ତୁ ନିଜର ଏତେବଡ଼ କାରାଖାନା ଭିତରେ ଗୋଟିଏ ହସ୍‌ପିଟାଲ ନକରିବା, ଦୁର୍ଘଟଣାର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇ ନଦେବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ।"

ଟାଟା କମ୍ପାନୀ ତାଙ୍କର 'କର୍ପୋରେଟ ସୋସିଆଲ୍‌ ରେସ୍‌ପନ୍ସବିଲିଟି' ଥିବା ଅର୍ଥକୁ ସେ ଅଞ୍ଚଳର ବିକାଶ ପାଇଁ ମଧ୍ୟ ଖର୍ଚ୍ଚ କରୁନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ବହୁ ସମୟରେ ଦୁର୍ଘଟଣା ଘଟୁଛି । ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବରେ ଶ୍ରମିକ ଓ କର୍ମଚାରୀମାନେ ଆହତ ବା ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ହେଲେ ଏ ରାଜ୍ୟର ଶିଳ୍ପମନ୍ତ୍ରୀ, ଶ୍ରମମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଶିଳ୍ପକୁ ଗସ୍ତ କରି ନିରାପତ୍ତା ଏବଂ କାର୍ଯ୍ୟକାରୀତା ବାବଦରେ ତଦାରଖ କରୁନାହାନ୍ତି, ତାର ମୁଖ୍ୟ କାରଣ ଖୋଦ ମୁଖ୍ୟମନ୍ତ୍ରୀ ଟାଟାକୁ କୋଳରେ ବସାଇଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ ଏହି ଘଟଣାର ନିରପେକ୍ଷ ତଦନ୍ତ ରାଜ୍ୟ ଶ୍ରମ ବିଭାଗ ସହିତ ଫେକ୍ଟ୍ରି ଆଣ୍ଡ ବଏଲର୍‌ର ବରିଷ୍ଠ ଅଧିକାରୀଙ୍କ ଦ୍ବାରା କରାଯିବାକୁ ଦାବି କରିଛି । ଆହତ ଶ୍ରମିକଙ୍କ ପରିବାରକୁ ଟାଟାଷ୍ଟିଲ୍‌ ତରଫରୁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ରାଶି ସହ ସେମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଦାବି କରିଛି କଂଗ୍ରେସ । ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ପୋଡ଼ି ଯାଇଛନ୍ତି, ତାଙ୍କ ପରିବାରବର୍ଗଙ୍କୁ ସେଠାରେ ତୁରନ୍ତ ନିଯୁକ୍ତି ଦାବି କରିଛି ଦଳ । ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏଥିପାଇଁ ଟାଟା କମ୍ପାନୀକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯାଉ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.