ETV Bharat / state

କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ

ପାଞ୍ଚ ଦଫା ଦାବି ନେଇ ଗୁରୁବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କମ୍ପ୍ୟୁଟର ଶିକ୍ଷକଶିକ୍ଷୟିତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ
କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ
author img

By

Published : Feb 25, 2021, 3:49 PM IST

ଖୋର୍ଦ୍ଧା: କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା । ପାଞ୍ଚ ଦଫା ଦାବି ନେଇ ଗୁରୁବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କମ୍ପ୍ୟୁଟର ଶିକ୍ଷକଶିକ୍ଷୟିତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସରକାରଙ୍କ ଆଇଇସିଟିଇ-ବିଦ୍ୟାଳୟ ମାଧ୍ୟମରେ ଦୀର୍ଘ ପାଞ୍ଚ ବର୍ଷ ଧରି ପ୍ରତ୍ୟେକ ଉଚ୍ଚବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାରୀ ସ୍ତରରେ ନିଯୁକ୍ତି, ଇ-ବିଦ୍ୟାଳୟ ଗୁଡିକୁ ଶିକ୍ଷା ବିଭାଗ ଅଧୀନରେ ପରିଚାଳନା, ଉଚ୍ଚବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରିବା ଏବଂ ସମସ୍ତ ବିଦ୍ୟାଳୟରେ ଇ-ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରୀ କରିବା ଭଳି ପାଞ୍ଚ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛଟେଇ ହୋଇଥିବା କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ।

କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ

ସେହିପରି ଏହି ଶିକ୍ଷକଙ୍କ ଛଟେଇ ଦ୍ବାରା କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା କମ୍ପ୍ୟୁଟର ନଷ୍ଟ ହେଲାଣି ବୋଲି କହିଛନ୍ତି ବିକ୍ଷୋଭକାରୀ । ତୁରନ୍ତ କମ୍ପ୍ୟୁଟର ଶିକ୍ଷକଶିକ୍ଷୟିତ୍ରୀଙ୍କ ଦାବି ପୂରଣ ନହେଲେ ସମୂହ ଆତ୍ମାହୁତିର ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.