ETV Bharat / state

ମନଇଚ୍ଛା ସମ୍ପତ୍ତି ବିକ୍ରି କିମ୍ବା ଲିଜ ଦେଇ ପାରିବେନି ସମବାୟ ସମିତି, ଗଠନ ହେଲା ଉଚ୍ଚସ୍ତରୀୟ କମିଟି

author img

By ETV Bharat Odisha Team

Published : Oct 5, 2023, 10:09 PM IST

ସମବାୟ ସମିତି ଗୁଡିକର ସ୍ଥାବର ସମ୍ପତ୍ତିକୁ ବିକ୍ରି ଅନୁମତି ପାଇଁ ଗଠନ ହେଲା କମିଟି । ଏଣିକି ପୂର୍ବଭଳି ମନଇଚ୍ଛା ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜରେ ଦେଇ ପାରିବେ ନାହିଁ ସମବାୟ ସମିତି । ଅଧିକ ପଢନ୍ତୁ

ସମବାୟ ସମ୍ପତ୍ତି ବିକ୍ରି ଅନୁମତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ବର: ସମବାୟ ସମିତି ଗୁଡିକର ସ୍ଥାବର ସମ୍ପତ୍ତିକୁ ବିକ୍ରି ଅନୁମତି ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଛି ଏହି କମିଟି । ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଅତିରିକ୍ତ ଶାସନ ସଚିବ, ସହକାରୀ ନିର୍ଦ୍ଦେଶକ, ଅତିରିକ୍ତ ସମବାୟ ନିବନ୍ଧକ ସଦସ୍ୟ ରହିଛନ୍ତି । ସେହିଭଳି ସମବାୟ ଉପନିବନ୍ଧକ ଏହି କମିଟିର ଆବାହକ ଅଛନ୍ତି । କମିଟି ସମବାୟ ନିବନ୍ଧକଙ୍କ ଠାରୁ ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜ ପାଇଁ ପ୍ରସ୍ତାବ ପାଇବା ପରେ ତାହାକୁ ପରୀକ୍ଷା ନିରୀକ୍ଷା ସହିତ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । ସରକାରଙ୍କ ଠାରୁ ଅନୁମୋଦନ ପାଇଲା ପରେ ରାଜ୍ୟ ସମବାୟ ନିବନ୍ଧକ ତାଙ୍କ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ଏହି କମିଟିର ବୈଠକ ପ୍ରତି ତିନି ମାସରେ ଥରେ ବସିବା ସହିତ ସମବାୟ ନିବନ୍ଧକଙ୍କ ଠାରୁ ପାଇଥିବା ପ୍ରସ୍ତାବ ଗୁଡିକର ତର୍ଜମା କରିବ ।

ସମବାୟ ସମିତି ଆଇନ ୧୯୬୨ ଅନୁଯାୟୀ ପଞ୍ଜିକୃତ ହୋଇଥିବା ସମିତି ଗୁଡିକ ସମ୍ପତ୍ତି ଅଧିଗ୍ରହଣ ଏବଂ ଏହାକୁ ବିକ୍ରି କରିବାର କ୍ଷମତା ରଖିଥିଲେ । ଓଡିଶା ସମବାୟ ସମିତି ଆଇନ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଗୁଡିକୁ ବିକ୍ରି କରିବାର କ୍ଷମତା ପ୍ରଦାନ କରାଯାଇଥିଲା । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ସମିତିର ସଦସ୍ୟ, ଜମାକାରୀ, ଋଣଗ୍ରହୀତା ଏବଂ ଏହାର କର୍ମଚାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରିଚାଳନା ପରିଷଦରେ ପାରିତ ସଙ୍କଳ୍ପ ଅନୁଯାୟୀ ସ୍ଥାବର ସମ୍ପତ୍ତି ଗୁଡିକୁ ବିକ୍ରି କିମ୍ବା ଲିଜ ଦିଆଯାଇପାରିବ ।

ଏହା ମଧ୍ୟ ପଢନ୍ତୁ..ପିପିପି ମୋଡରେ କାର୍ଯ୍ୟକ୍ଷମ ହେବ ୫ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ

ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ‘‘ଏହି କମିଟି ଗଠନ ପର ଏଣିକି ଆଉ ସମବାୟ ଆଇନରେ ଥିବା ଧାରା ୧୨୩-କ'କୁ ପ୍ରୟୋଗ କରି ସମବାୟ ସମିତି ଗୁଡିକ ପୂର୍ବଭଳି ମନଇଚ୍ଛା ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜରେ ଦେଇ ପାରିବେ ନାହିଁ । ଏପରି କରିବାକୁ ହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏହି କିମିଟି ଠାରୁ ଅନୁମତି ନେବାକୁ ପଡିବ । ତେବେ ଯେଉଁ ସମବାୟ ସମିତି ଗୁଡିକ ନିଜ ଅର୍ଥରେ ସର୍ବସାଧାରଣ ନିଲାମ ଜରିଆରେ ସମ୍ପତ୍ତି ଅଧିଗ୍ରହଣ କରିଥିବେ । ସେଥିରେ ସରକାରଙ୍କର କୌଣସି ଅଂଶଧନ ନଥିବ କିମ୍ବା ସେମାନେ ସରକାରଙ୍କ ଠାରୁ କୌଣସି ପ୍ରକାର ସହାୟତା ଗ୍ରହଣ କରୁନଥିବେ ସେହିସବୁ ସମିତି ପାଇଁ ଏହି ନୂଆ କଟକଣା ଲାଗୁ ହେବନାହିଁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.