ETV Bharat / state

ବଢ଼ୁଛି ଚୋରା ମୋବାଇଲ ଡିମାଣ୍ଡ, ଚିନ୍ତାରେ କମିଶନରେଟ ପୋଲିସ

ଚୋରା ମୋବାଇଲ କାରବାର କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ। ଚୋରା ମୋବାଇଲକୁ କିଣୁଥିବା ଏକ କମ୍ପାନୀର କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 20, 2023, 7:47 PM IST

mobile theft gang arrested
mobile theft gang arrested
mobile theft gang arrested

ଭୁବନେଶ୍ବର: ପୋଲିସ ଆଖିରେ ଧୂଳି ଦେଇ ଚୋରା ମୋବାଇଲ କାରବାର କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ଭିନ୍ନଭିନ୍ନ ଉପାୟରେ ଏମାନେ ଛିନତାଇ କରି ଆସୁଥିଲେ । ଚୋରା ମୋବାଇଲକୁ କିଣୁଥିବା ଏକ କମ୍ପାନୀର ଜଣେ କର୍ମଚାରୀଙ୍କ ସମେତ ମୋଟ 3 ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୩୪ଟି ମୋବାଇଲ ଜବତ କରିଛି କମିଶନରେଟ ପୋଲିସ ।

ରୋଜଗାର ପାଇଁ ଭୁବନେଶ୍ୱର ଏବେ ରାସ୍ତାରୁ ଛିନତାଇ ସାଜିଛି ନିତିଦିନିଆ ବାଟ । ଚୋରା ମୋବାଇଲ କିଣିବାକୁ ଅପରାଧୀଙ୍କୁ ମିଳୁଛି ପ୍ରୋତ୍ସାହନ । କାରଣ ଚୋରା ମୋବାଇଲକୁ କମ୍ ଟଙ୍କାରେ ବିକ୍ରି କରି ମାଲାମାଲ ହେଉଛନ୍ତି ଲୁଟେରା । ତେବେ ଲୁଟେରା ଓ ଚୋରଙ୍କୁ ଏହି ମାଧ୍ୟମ ବେଶ ସୁହାଉଛି । ଏହା କମିଶନରେଟ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବେଳେ ବରିଷ୍ଠ ଅଧିକାରୀ ଏସବୁ ଜାଣି ତାଜୁବ ହୋଇଛନ୍ତି । ଏପରି ଚୋରା ମୋବାଇଲ କୋଲକାତା ଦେଇ ରାଜ୍ୟ ବାହାରକୁ ଚାଲାଣ ହେଉଛି । ଅପରପକ୍ଷେ ଭୁବନେଶ୍ୱରରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି ।

ତେବେ ଜୋନ୍‌ ୩ ଏସିପି ପ୍ରଦୀପ ରାଉତ ପ୍ରେସମିଟ୍ କରି କହିଛନ୍ତି, "ଗତ ସ୍ବାଧୀନତା ଦିବସ ରାତିରେ ଜାତୀୟ ରାଜପଥ ଦେଇ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଯାଉଥିବା ରୁଦ୍ର ମାଧବ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ଲୁଟେରାମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ବେଳେ ପୋଲିସ ପ୍ରଥମେ ଅଭିଯୁକ୍ତ ମନୋଜ କୁମାର ମଙ୍ଗରାଜକୁ ସେହି ଦିନ ଗିରଫ କରିଥିଲା । ପରେ ଜଣାପଡ଼ିଥିଲା ଯେ, ମନୋଜ ଆଉ ତାର କିଛି ସହଯୋଗୀ ଦୁଇଟି ବାଇକ ଯୋଗେ ଲୁଟପାଟ୍ ପାଇଁ ପଇଁତରା ମାରନ୍ତି ।"

ଏହା ବି ପଢନ୍ତୁ...ବ୍ଲାକ୍‌ ପଲସର ଆତଙ୍କ, 3 ଜଣିଆ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ସେ ଆହୁରି ମଧ୍ୟ କହିଛନ୍ତି, "ଅନ୍‌ଲାଇନରେ ସେମାନେ କେବଳ ଏକ ପରିଚୟ ପତ୍ର ଯୋଗେ ସହଜରେ ମୋବାଇଲକୁ ବିକ୍ରି କରିବାକୁ ଆବେଦନ କରନ୍ତି । ଏନେଇ ସେହି ଆପ୍ କମ୍ପାନୀର କର୍ମଚାରୀ ଗ୍ରାହକ ଆସି ମୋବାଇଲ ନପରଖି କେବଳ ପରିଚୟ ପତ୍ର ଆଧାରରେ କିଣି ନିଅନ୍ତି । ମୋବାଇଲ ପିଛା ୮ରୁ ୯ହଜାର‌ ପର୍ଯ୍ୟନ୍ତ ବିକ୍ରି ହୋଇଯାଏ ।" ଏହିପରି ଢ଼ଙ୍ଗରେ ଚୋରା ମୋବାଇଲ କିଣୁଥିବା କମ୍ପାନୀର ଜଣେ କର୍ମଚାରୀ ମୋହିତ ସାଇନିଙ୍କୁ କଟକ ରୋଡରୁ ଗିରଫ ପରେ ପୋଲିସ ଏହି ଚୋରା ମୋବାଇଲ ରାକେଟର ସନ୍ଧାନ ପାଇଛି ।

ଏପରିକି ଏସବୁ ମୋବାଇଲ ସରକାରୀ ପରିଚାଳିତ ଗାଡ଼ି OSRTC ଗାଡି ଜରିଆରେ କିପରି କୋଲକାତା ମଧ୍ୟ ଚାଲାଣ ହେଉଛି ସେନେଇ ମଧ୍ୟ ଖୁଲାସା କରିଛନ୍ତି । ଏହି ରାକେଟରେ ମନୋଜ ମଙ୍ଗରାଜ ଓରଫ ସୁଶୀଲ ସହ ତାର ସହଯୋଗୀ ସତ୍ୟବ୍ରତ ସ୍ବାଇଁ ,ସିଦ୍ଧାନ୍ତ ପ୍ରଧାନ ଓ ହରିୟାଣାର ମୋହିତ ସାଇନିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସ ଏଭଳି ଅପରାଧ ଉପରେ ନଜର ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.