ETV Bharat / state

ଜିଲ୍ଲାପାଳ ସମ୍ମିଳନୀ: ଚାଲିଛି ବିଭାଗୱାରୀ ସମୀକ୍ଷା

author img

By ETV Bharat Odisha Team

Published : Sep 12, 2023, 5:49 PM IST

ଭୁବନେଶ୍ବର ଖାରବେଳ ଭବନରେ ଆରମ୍ଭ ହୋଇଯାଇଛି ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ବିଭାଗୱାରୀ ସମୀକ୍ଷା କରାଯାଉଛି ଓ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା କରାଯାଉଛି

ଜିଲ୍ଲାପାଳ ସମ୍ମିଳନୀ: ଚାଲିଛି ବିଭାଗୱାରୀ ସମୀକ୍ଷା
ଜିଲ୍ଲାପାଳ ସମ୍ମିଳନୀ: ଚାଲିଛି ବିଭାଗୱାରୀ ସମୀକ୍ଷା

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଖାରବେଳ ଭବନରେ ଆରମ୍ଭ ହୋଇଯାଇଛି ଜିଲ୍ଲାପାଳମାନଙ୍କ ଦିନିକିଆ ସମ୍ମିଳନୀ । ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନେ ସାମିଲ ହୋଇଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି ।ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ବିଭାଗୱାରୀ ସମୀକ୍ଷା କରାଯାଉଛି ଓ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା କରାଯାଉଥିବା ସୂଚନା ରହିଛି ।

ତେବେ ଏହି ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମ ଆଜି (ମଙ୍ଗଳବାର) ଦିନ 10ଟାରୁ ଆରମ୍ଭ ହୋଇ ଏ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଚାଲିବ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଥିବା ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଭାଗୱାରୀ ସମୀକ୍ଷା ଜାରି ରହିଛି । କେଉଁ ବିଭାଗ କେତେ ପ୍ରତିଶତ କାମ କରିଛନ୍ତି ଓ କେଉଁ ସବୁ କାର୍ଯ୍ୟ ବାକି ରହିଛି ସେ ବାବଦରେ ଆଲୋଚନା କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ଚାଲିଛି କା‘ ଶାସନ, ସଚିବଙ୍କ ଗସ୍ତରେ ଖର୍ଚ୍ଚ ହେଉଛି ଶହଶହ କୋଟି: ବିଜେପି

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅର୍ଥାତ ଫାଇଭ-ଟି ସଚିବଙ୍କ ଜିଲ୍ଲା ଗସ୍ତ ସମୟରେ କରାଯାଇଥିବା ଅଭିଯୋଗ ଗ୍ରହଣ ଓ ଜନ ଶୁଣାଣି କାର୍ଯ୍ୟକ୍ରମରେ ଆସିଥିବା ଅଭିଯୋଗର କେତେ ସମାଧାନ ହୋଇଛି ଓ ଆଉ କେତେ ବାକି ରହିଛି ତାହାର ମଧ୍ୟ ଅନୁଧ୍ୟାନ କରାଯାଉଛି । ଏହା ସହ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହେଉଥିବାର ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଜିଲ୍ଲା ଗସ୍ତ ସମୟରେ ସମସ୍ତ ଜିଲ୍ଲାରୁ ଅନେକ ଅଭିଯୋଗ ଆସିଥିଲା । 30 ଜିଲ୍ଲାରୁ ପାଖାପାଖି 53,953 ଟି ଅଭିଯୋଗ ଆସିଥିବା ସୂଚନା ରହିଛି । ଆଉ ଏଥିମଧ୍ୟରୁ ସର୍ବାଧିକ 6548ଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଜିଲ୍ଲା ଗଞ୍ଜାମରୁ ମିଳିଥିଲା ଓ ସର୍ବନିମ୍ନ ୯୧ଟି ଅଭିଯୋଗ ଯାଜପୁର ଜିଲ୍ଲାରୁ ମିଳିଥିଲା । ତେବେ ୬ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ନବରଙ୍ଗପୁର, କୋରାପୁଟ, ଗଜପତି, ସୁନ୍ଦରଗଡ଼ ଓ ରାୟଗଡ଼ା ଆଦି ଜିଲ୍ଲାରେ ଶହ ଶହ ଅଭିଯୋଗର ସମାଧାନ ହୋଇପାରିନାହିଁ ବୋଲି ଅଭିଯୋଗ ଆସିଛି । ଅନ୍ୟପଟେ ସେପ୍ଟେମ୍ବର ୪ ତାରିଖ ସୁଦ୍ଧା 22,718 ୮ଟି ଅଭିଯୋଗ ଉପରେ କୌଣସି ସମାଧାନ ହୋଇପାରିନାହିଁ । ତେବେ ମୋଟ 31,235 ଟି ଅଭିଯୋଗର ସମାଧାନ ହୋଇଥିବା ସରକାରୀ ଜନଶୁଣାଣି ପୋର୍ଟାଲରୁ ସୂଚନା ମିଳିଛି ।

ଭୁବନେଶ୍ୱର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.