ETV Bharat / state

ଓଡ଼ିଶାର ୨ଟି କୋଇଲା ଖଣି ନିଲାମ କଲା କୋଇଲା ମନ୍ତ୍ରଣାଳୟ

author img

By

Published : Mar 8, 2023, 9:06 AM IST

ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କଲା କୋଇଲା ମନ୍ତ୍ରଣାଳୟ । ଦୁଇଟି ଖଣିରେ ଗଚ୍ଛିତ ରହିଛି ୧,୬୫୨ ନିୟୁତ ଟନ କୋଇଲା । ଅଧିକ ପଢନ୍ତୁ

ଓଡ଼ିଶାର ୨ଟି କୋଇଲା ଖଣି ନିଲାମ
ଓଡ଼ିଶାର ୨ଟି କୋଇଲା ଖଣି ନିଲାମ

ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି । ଦୁଇଟି ଖଣିରେ ୧,୬୫୨ ନିୟୁତ ଟନ କୋଇଲା ଗଚ୍ଛିତ ରହିଛି । ଖଣି କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ରହିଛି । ଗତ ମାସ ୨୭ ତାରିଖରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି । ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି ରହିଛି ।

ଓଡ଼ିଶାର ୨ଟି କୋଇଲା ଖଣି ନିଲାମ
ଓଡ଼ିଶାର ୨ଟି କୋଇଲା ଖଣି ନିଲାମ

ଏହାମଧ୍ୟ ପଢନ୍ତୁ: ବିରୋଧୀଙ୍କ ପାଖେ ପ୍ରସଙ୍ଗ ନାହିଁ, କେବଳ ଅନ୍ୟର ଚରିତ୍ର ସଂହାର କରିବେ: ବିଜେଡି ବିଧାୟକ

୫୦୦ ନିୟୁତ ଟନ୍‌ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍‌ ଲିମିଟେଡ ନିଲାମ ନେଇଛି । ଏହା ବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ୧,୧୫୨.୧୧ ନିୟୁତ ଟନ୍‌ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ୱେଷ୍ଟ ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି । ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍‌ କୋଇଲା ଗଚ୍ଛିତ ଅଛି । ବୈତରଣୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍‌ । ଏହି ଦୁଇଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବାର ସମ୍ଭାବନା ରହିଛି ।

ଏହାମଧ୍ୟ ପଢନ୍ତୁ: ହୋଲି ପୂର୍ବରୁ ରଙ୍ଗ ଦୋକାନରେ କମିଶନରେଟ ପୋଲିସର ଚଢ଼ାଉ, ବିପୁଳ ପରିମାଣର ବିପଦପୂର୍ଣ୍ଣ ରଙ୍ଗ ଜବତ

ସେହିପରି ଏହାଦ୍ବାରା ୨୦ ହଜାର ୨୮୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ । ଅନ୍ୟପଟେ ବାର୍ଷିକ ୨ ହଜାର ୮୭୩ କୋଟି ଟଙ୍କାର ରାଜସ୍ବ ଆୟ ହେବାର ଅନୁମାନ କରାଯାଉଛି । କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩ ନଭେମ୍ବର ୨୦୨୨ରୁ ବାଣିଜ୍ୟିକ ଖନନ ପାଇଁ ଷଷ୍ଠ ପର୍ଯ୍ୟାୟ ଏବଂ ପଞ୍ଚମ ପର୍ଯ୍ୟାୟର ଦ୍ବିତୀୟ ପ୍ରୟାସ ଅଧୀନରେ କୋଇଲା ଖଣିଗୁଡ଼ିକର ନିଲାମୀ ଆରମ୍ଭ କରାଯାଇଥିଲା । ଏହି ନିଲାମୀ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ଦୁଇଟି ଖଣିର ନିଲାମୀ ସମ୍ପନ୍ନ ହୋଇଛି ।

ଏହାପୂର୍ବରୁ ଗତବର୍ଷ ଜୁଲାଇରେ ଚତୁର୍ଥ ପର୍ଯ୍ୟାୟରେ ଓଡି଼ଶାର ଦୁଇଟି କୋଇଲା ଖଣି ଉତ୍କଳ ବି1 ଓ ବି2 ନିଲାମ କରାଯାଇଥିଲା । ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ ନିଲାମ ନେଇଥିଲା ।

ଏହାମଧ୍ୟ ପଢନ୍ତୁ: Holi 2023: ହୋଲି ରଙ୍ଗରେ ରଙ୍ଗାୟିତ ହେଲେ ଋଷ-ୟୁକ୍ରେନ, ମାଉଣ୍ଟଆବୁରୁ ଦେଲେ ଶାନ୍ତିର ବାର୍ତ୍ତା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.