ETV Bharat / state

Naveen Japan Tour: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ ମୁଖ୍ୟ

ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନିପ୍ପନ ଷ୍ଟିଲ ମୁଖ୍ୟ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିପ୍ପନ ଷ୍ଟିଲ ମୁଖ୍ୟଙ୍କ ସହିତ ବୈଠକ ବେଶ ଫଳପ୍ରଦ ହୋଇଛି । ରାଜ୍ୟକୁ ବଡ଼ ପୁଞ୍ଜି ନିବେଶ ଆଶା ରହିଛି । ଦେଶ ତଥା ବିଶ୍ୱର ବଡ଼ ଷ୍ଟିଲ ପ୍ଲାଣ୍ଟ ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ ସହ ମିଶି ଓଡ଼ିଶାରେ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି । ଅଧିକ ପଢନ୍ତୁ

https://www.etvbharat.com/oriya/odisha/bharat/shahjahanpur-police-rescued-thirsty-and-hungry-family-including-children-locked-in-room-from-seven-days/or20230404202444358358289

author img

By

Published : Apr 4, 2023, 8:56 PM IST

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ ମୁଖ୍ୟ

ଭୁବନେଶ୍ବର: ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନିପ୍ପନ୍‌ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରିଛନ୍ତି ହାସିମୋତୋ । ଓଡ଼ିଶାରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟିଲ୍‌ ୟୁନିଟ ପ୍ରତିଷ୍ଠା ଲାଗି ଉଭୟ ଦୃଢ଼ ଇଚ୍ଛା ପ୍ରକାଶ କରିଛନ୍ତି । ଓଡ଼ିଶା ଆସିବା ଲାଗି ନିପ୍ପନ ଷ୍ଟିଲ୍‌ ମୁଖ୍ୟ ଓ ତାଙ୍କ ଟିମ୍‌କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି ।

ଏହାବି ପଢନ୍ତୁ- ବାହାପିଆ ବିଜେଡି ବିଧାୟକ: ଓଡିଶାରେ ଦାଦନ ନାହାଁନ୍ତି କହି ଅଜବ ଯୁକ୍ତି କଲେ ଉମା

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ପ୍ରତିଷ୍ଠା ହେବ ଷ୍ଟିଲ୍‌ ପ୍ଲାଣ୍ଟ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପୁଞ୍ଜି ନିବେଶ କରିବେ । 1 ଲକ୍ଷ 2 ହଜାର 275 କୋଟି ଟଙ୍କା ପୁଞ୍ଜି ନିବେଶ ଦ୍ବାରା ବାର୍ଷିକ 24 ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହି ପ୍ଲାଣ୍ଟରେ 16 ହଜାରରୁ ଊର୍ଦ୍ଧ୍ବ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏହା ପ୍ରତିଷ୍ଠା ପରେ ଏହି ବୃହତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ । ତେବେ ଉକ୍ତ ପ୍ରକଳ୍ପକୁ ବିଶ୍ୱର ସବୁଠାରୁ ବଡ଼ ଷ୍ଟିଲ ୟୁନିଟ କରିବା ଲାଗି ଦୃଢ଼ ଇଚ୍ଛା ଥିବା କହିଛନ୍ତି ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ ।

ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନିପ୍ପନ ଷ୍ଟିଲ ମୁଖ୍ୟ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ନିପ୍ପନ ଷ୍ଟିଲ ମୁଖ୍ୟଙ୍କ ସହିତ ବୈଠକ ବେଶ ଫଳପ୍ରଦ ହୋଇଛି । ରାଜ୍ୟକୁ ବଡ଼ ପୁଞ୍ଜି ନିବେଶ ଆଶା ରହିଛି । ଦେଶ ତଥା ବିଶ୍ୱର ବଡ଼ ଷ୍ଟିଲ ପ୍ଲାଣ୍ଟ ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ ସହ ମିଶି ଓଡ଼ିଶାରେ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି । ଯାହା ହେବ ବିଶ୍ଵର ବୃହତମ ଷ୍ଟିଲ ପ୍ଳାଣ୍ଟ ମଧ୍ୟରୁ ଗୋଟିଏ । ପ୍ଲାଣ୍ଟ ଦ୍ଵାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲା ଅର୍ଥନୈତିକ ଅଭିବୃଦ୍ଧି ଆହୁରି ତରାନ୍ୱିତ ହେବ । ଏହା ସହ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି ହେବ ।"

ଏହାବି ପଢନ୍ତୁ- ୭ଦିନ ପରେ ବନ୍ଦ କୋଠରୀରୁ ପରିବାର ଉଦ୍ଧାର

ଓଡିଶା ଗସ୍ତରେ ଆସିବା ଲାଗି ମୁଖ୍ୟମନ୍ତ୍ରୀ ହାସିମୋତୋଙ୍କୁ ନିମନ୍ତ୍ରଣ କରିଛନ୍ତି । ଆପଣଙ୍କ ଦ୍ୱାରା ପ୍ରତିଷ୍ଠା ହେଉଥିବା ଶିଳ୍ପ ଯୋଗୁଁ ଓଡ଼ିଶାର ବହୁ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜାପାନରେ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧନ କରିବେ । ନବୀନଙ୍କ ସହ ଏହି ଗସ୍ତରେ ଅନ୍ୟ ମାନଙ୍କ ମଧ୍ୟରେ ଅଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଓ ଶିଳ୍ପ ପ୍ରତିନିଧି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.