ETV Bharat / state

ଆରମ୍ଭ ହେଲା ଅମ୍ଳାନ, ରାଜ୍ୟରୁ ଦୂରେଇବ ରକ୍ତହୀନତା

ଆରମ୍ଭ ହେଲା ଅମ୍ଲାନ ଯୋଜନା । ବୁଧବାର ମୁଖ୍ୟମନ୍ତ୍ରୀ ଅମ୍ଲାନ ଯୋଜନାର ଶୁଭାରାମ୍ଭ କରିଛନ୍ତି । ରକ୍ତହୀନତାରୁ ମୁକ୍ତ ହେବ ରାଜ୍ୟ । ଅଧିକ ପଢନ୍ତୁ

ଅମ୍ଳାନ
ଅମ୍ଳାନ
author img

By

Published : Nov 24, 2022, 8:14 AM IST

Updated : Nov 24, 2022, 8:44 AM IST

ଭୁବନେଶ୍ବର: ରାଜ୍ୟରେ କେହି ରହିବେନି ରକ୍ତହୀନତା ରୋଗୀ । ରକ୍ତହୀନତାରୁ ମୁକ୍ତ ହେବ ରାଜ୍ୟ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅମ୍ଲାନ ଯୋଜନା । ବୁଧବାର ମୁଖ୍ୟମନ୍ତ୍ରୀ ଅମ୍ଲାନ ଯୋଜନାର ଶୁଭାରମ୍ଭ କରିଛନ୍ତି(CM Naveen Patnaik Launches Amlan)। ଏହି କାର୍ଯ୍ୟକ୍ରମ ଜରିଆରେ ଲାଭବାନ ହେବେ ୧.୩୭ କୋଟି ଲୋକ । ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁ ହେବ ଯୋଜନା । ପ୍ରତିଟି ଜୀବନ ମୂଲ୍ୟବାନ ଲକ୍ଷ୍ୟରେ କାମ କରୁଛନ୍ତି ରାଜ୍ୟ ସରକାର ।

ଅମ୍ଳାନ

ଅମ୍ଳାନ ଯୋଜନାରେ ଫୋକସରେ ରହିବେ ମହିଳା, ଶିଶୁ ଓ ଗର୍ଭବତୀ ମହିଳା । ରାଜ୍ୟରେ ରକ୍ତହୀନତା ରୋଗୀକୁ ଦୂର କରିବା ଦିଗରେ ରାଜ୍ୟ ସରକାର ଏହି ବଳିଷ୍ଠ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହା ହେଉଛି ରାଜ୍ୟ ସରକାରଙ୍କର ନିଜସ୍ଵ କାର୍ଯ୍ୟକ୍ରମ । ମହିଳା ଓ ଶିଶୁ ମାନଙ୍କଠାରେ ରକ୍ତହୀନତା ଦୂର କରିବାରେ ସହାୟକ ହେବ । ଗର୍ଭବତୀ, ସ୍ତନ୍ୟପାନ କରୁଥିବା ମା, ପ୍ରଜନନକ୍ଷମ ମହିଳା ଓ ଶିଶୁଙ୍କୁ ମିଶାଇ ୧.୩୭ କୋଟି ଲୋକ ଏଥିରେ ଉପକୃତ ହେବେ।"

ଏହା ମଧ୍ୟ ପଢନ୍ତୁ: ବଲିଉଡ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

କାର୍ଯ୍ୟକ୍ରମ ଜରିଆରେ ଆଇରନ, ଫଲିକ ଏସିଡ, ସପ୍ଲିମେଣ୍ଟ, ହିମୋଗ୍ଲୋବିନ ପରୀକ୍ଷା, ରକ୍ତହୀନତାର ଚିକିତ୍ସା, ସେବା ପ୍ରଦାନକାରୀ ଦକ୍ଷତା ବିକାଶ ଓ ସାମାଜିକ ଆଚରଣରେ ପରିବର୍ତ୍ତନ ଆଣିବା ହିଁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ସ୍ୱାସ୍ଥ୍ୟ, ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଏସି ଓ ଏସଟି ବିଭାଗ ଦ୍ୱାରା ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳିତ ହେବ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ପୃକ୍ତ ବିଭାଗ ଓ କ୍ଷେତ୍ରସ୍ତରରେ ସେବା ପ୍ରଦାନକାରୀଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅମ୍ଳାନ ଯୋଜନା ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କରିଛନ୍ତି । ସବୁ ବିଭାଗର ସମନ୍ୱୟରେ କାର୍ଯ୍ୟକ୍ରମ ସଫଳ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ, ସମ୍ପୃକ୍ତ ବିଭାଗ ସଚିବ ଓ ରାଜ୍ୟ ଏବଂ ଜିଲ୍ଲାସ୍ତରର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 24, 2022, 8:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.