ETV Bharat / state

ଜେଲ ନୁହେଁ ହସ୍ପିଟାଲରେ ରାତି କାଟିଲେ ବାହୁବଳୀ ବିଧାୟକ - prasant jagadev in hospital

ଜେଲରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଅସୁସ୍ଥତା କାରଣରୁ ଖୋର୍ଦ୍ଧା ସବଜେଲରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି ବାହୁବଳୀ ବିଧାୟକଙ୍କୁ । ଅଧିକ ପଢନ୍ତୁ...

ଅସୁସ୍ଥତା ଯୋଗୁଁ ଜେଲରୁ ମେଡିକାଲ ଗଲେ ବିଧାୟକ ପ୍ରଶାନ୍ତ ଜଗଦେବ

author img

By

Published : Oct 9, 2021, 8:26 AM IST

Updated : Oct 9, 2021, 12:20 PM IST

ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧା ସବଜେଲରେ ଅସୁସ୍ଥ । ଜଗଦେବଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ୬ ନମ୍ବର ମେଡିକାଲକୁ ନିଆଯାଇଛି । ବିଧାୟକ ପ୍ରଶାନ୍ତ ଜଗଦେଵଙ୍କ ହୃଦରୋଗ ଜନିତ ସମସ୍ୟା ରହିଥିବା କାରଣରୁ ଅତିରିକ୍ତ ଜିଲ୍ଲା ଦୌରାଜର୍ଜଙ୍କ ଆଦେଶ ପରେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ହସ୍ପିଟାଲରେ ପ୍ରଶାନ୍ତ ଜଗଦେବଙ୍କ ଚିକିତ୍ସା ଚାଲୁ ରହିଥିବା ଜଣାପଡିଛି । ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲର ସ୍ପେଶାଲ କ୍ୟାବିନରେ ଚିକିତ୍ସିତ ହେଉଛନ୍ତି । ଏହି ସ୍ପେଶାଲ କ୍ୟାବିନରେ ସୁରକ୍ଷା ବଳୟ କଡ଼ାକଡି କରାଯାଇଛି ।

ଅସୁସ୍ଥତା ଯୋଗୁଁ ଜେଲରୁ ମେଡିକାଲ ଗଲେ ବିଧାୟକ ପ୍ରଶାନ୍ତ ଜଗଦେବ

ଶୁକ୍ରବାର ବିଧାୟକ ଜଗଦେବ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଜାମିନକୁ ଖାରଜ କରି ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

ସୂଚନାଯୋଗ୍ୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ସଙ୍ଗୀନ ଦଫା ମଧ୍ୟ ଲାଗିଥିଲା । ଏସସି/ଏସଟି ଆଇନ ସହିତ ବିଭିନ୍ନ ଅପରାଧିକ ଦଫା ଲାଗିଥିବା ଜଣାପଡିଛି । ବାଲୁଗାଁରେ ବିଜେପି ନେତାଙ୍କୁ ମାଡ଼ ମାରିବା ଦୃଶ୍ୟ ଭାଇରାଲ ହେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯିବା ସହ ଜିଲ୍ଲା ଯୋଜନା ବୋର୍ଡରୁ ମଧ୍ୟ ନିଲମ୍ବିତ କରାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 9, 2021, 12:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.