ETV Bharat / state

ଶିଶୁ ମଡେଲ ପାଠାଗାର ଉଦ୍‌ଘାଟିତ, ଛୁଟିଦିନରେ ବି ପିଲା ପଢ଼ି ପାରିବେ ପାଠ - ଶିଶୁ ମଡେଲ ପାଠାଗାର

ମୋ ସ୍କୁଲ ଅଭିଯାନରେ ଛାତ୍ର ଛାତ୍ରୀଙ୍କ ପାଇଁ ଶିଶୁ ମଡେଲ ପାଠାଗାର ଉଦ୍‌ଘାଟିତ । ରବିବାର ଓ ଅନ୍ୟନ୍ୟ ସରକାରୀ ଛୁଟିଦିନମାନଙ୍କରେ ମଧ୍ୟ ପିଲାମାନଙ୍କ ପାଇଁ ଖୋଲା ରହିବା ମଡେଲ୍‌ ପାଠାଗାର । ଆଧିକ ପଢ଼ନ୍ତୁ

ହସି ଖେଳି ପିଲା ପଢିବେ ପାଠ
ହସି ଖେଳି ପିଲା ପଢିବେ ପାଠ
author img

By

Published : Jan 20, 2023, 9:21 PM IST

ହସି ଖେଳି ପିଲା ପଢିବେ ପାଠ

ଭୁବନେଶ୍ବର: ଉଦ୍‌ଘାଟନ ହେଲା ମଡେଲ୍‌ ପାଠାଗାର । ହସି ଖେଳି ପାଠ ପଢିବେ ପିଲା । ମୋ ସ୍କୁଲ ଅଭିଯାନରେ ଛାତ୍ର ଛାତ୍ରୀଙ୍କ ପାଇଁ ଶିଶୁ ମଡେଲ ପାଠାଗାର ଉଦ୍‌ଘାଟିତ ହୋଇଛି। ଯେଉଁଥିରେ ଖେଳରେ ଖେଳରେ ପାଠକୁ ଅତି ସହଜରେ ଜାଣିପାରିବେ ଛାତ୍ରଛାତ୍ରୀ । ଏହି କେନ୍ଦ୍ର ରବିବାର ଓ ଅନ୍ୟନ୍ୟ ସରକାରୀ ଛୁଟିଦିନମାନଙ୍କରେ ମଧ୍ୟ ପିଲାମାନଙ୍କ ପାଇଁ ଖୋଲା ରହିବ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ମଧ୍ୟ ଛୁଟିଦିନମାନଙ୍କରେ ଆସି ସେଠାରେ ଶିକ୍ଷାଲାଭ କରିପାରିବେ ।

ରାଜ୍ୟ ସରକାର ସ୍ୱାସ୍ଥ୍ୟକୁ ଯେତିକି ମାତ୍ରାରେ ଗୁରୁତ୍ଵ ଦେଇଛନ୍ତି ଶିକ୍ଷାକୁ ମଧ୍ୟ ସେହି ଅନୁପାତରେ ଗୁରୁତ୍ଵ ଦେଇଆସୁଛନ୍ତି । ପିଲାମାନେ କିଭଳି ସ୍କୁଲ ଆସିବେ ପାଠ ପଢ଼ିବେ ସେନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏନେଇ ଭୁବନେଶ୍ୱରସ୍ଥିତ ଆଇଆର୍‌ସି ଭିଲେଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶିଶୁ ପାଠାଗାର ଉଦ୍‌ଘାଟିତ ହୋଇଛି । ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌ ଅଭିଯାନ’ ଅଧୀନରେ ନିର୍ମିତ ହୋଇଥିବା ଏହି ପାଠାଗାରକୁ ‘ମୋ ସ୍କୁଲ୍‌’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଉଦ୍‌ଘାଟନ କରିଛନ୍ତି । ଏହାସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ ମଧ୍ୟ କରିଛ ନ୍ତି। ‘ମୋ ସ୍କୁଲ୍‌’ ଦ୍ୱାରା ଏକ ମଡେଲ୍‌ ସେଣ୍ଟର ଭାବରେ ନିର୍ମିତ ଏହି ପାଠାଗାରରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର ଶିକ୍ଷଣ ଉପକରଣ ଉପଲବ୍ଧ କରାଯାଇଛି ।

ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଏଠାରେ ଯୋଗାଇ ଦିଆଯାଇଛି। ଛୋଟ ପିଲାମାନେ ଯେପରି ଶବ୍ଦ, ସଂଖ୍ୟା, ବାକ୍ୟ ଗଠନ, ଖଣ୍ଡବାକ୍ୟ, କାହାଣୀ, ହସକଥା ଓ କବିତା ଆଦି ସହଜରେ ଶିଖିପାରିବେ ତାହାକୁ ଦୃଷ୍ଟିରେ ରଖି ‘ଖେଳରେ ଖେଳରେ ଶିକ୍ଷା’କୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି ଏଠାକାର ଶିକ୍ଷକ, ଶିକ୍ଷୟିତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ବିଭିନ୍ନ ପ୍ରକାର ଶିକ୍ଷାମୂଳକ ଉପକରଣ ରହିଛି । ସେହିଭଳି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ମଧ୍ୟ ଅନେକ ଉପାଦେୟ ପୁସ୍ତକ ଏହି ମଡେଲ୍‌ ପାଠାଗାରରେ ଉପଲବ୍ଧ ଅଛି। । ଏହି ଅବସରରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ‘ମୋ ସ୍କୁଲ୍‌ ଅଭିଯାନ’ ସଦସ୍ୟ ସଚିବ ଅନୁପମ ସାହା ଯୋଗଦେଇ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିନବ ଶିକ୍ଷା ଉପକରଣ ବ୍ୟବହାର ଦିଗରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ‘ମୋ ସ୍କୁଲ୍‌ ଅଭିଯାନ’ ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା, ଉପ-ନିର୍ଦ୍ଦେଶିକା ସସ୍ମିତା ମାଳି, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ନିଗ୍ଧା‌ ମିଶ୍ର ଏବଂ ଭୁବନେଶ୍ୱର ବ୍ଲକ୍‌ ଶିକ୍ଷାଧିକାରୀ ପ୍ରଜ୍ଞା ପରମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.