ETV Bharat / state

ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି ମାମଲା, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - Chief Ministers effigy burnt by bjp

ଦକ୍ଷେଶ୍ୱର ମନ୍ଦିର ପରିସରରୁ ୨୨ ଗୋଟି ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଥିବା ବେଳେ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ଅକ୍ଷମ । ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିଜେପିର ବିକ୍ଷୋଭ। ଅଧିକ ପଢନ୍ତୁ...

ଦକ୍ଷେଶ୍ୱର ମନ୍ଦିର ପରିସରରୁ ୨୨ ଗୋଟି ମୂଲ୍ୟବାନ ମୂର୍ତ୍ତି ଚୋରି ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

author img

By

Published : Dec 23, 2020, 8:59 PM IST

ଖୋର୍ଦ୍ଧା: ଐତିହାସିକ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ୨୨ ଗୋଟି ମୂଲ୍ୟବାନ ମୂର୍ତ୍ତି ଚୋରି ହେବାର ଚବିଶ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ବିତିଯାଇଛି। ହେଲେ ପୋଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। ଏହାର ପ୍ରତିବାଦରେ ଆଜି(ବୁଧବାର) ସଂଧ୍ୟାରେ ଦକ୍ଷେଶ୍ୱର ମନ୍ଦିର ସାମ୍ନାରେ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ଉକ୍ତ ବିକ୍ଷୋଭର ନେତୃତ୍ୱ ନେଇ ଐତିହାସିକ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.