ETV Bharat / state

ବୁଲୁଛି ମହାବଳ, ଓଡ଼ିଶାରେ ଛତିଶଗଡ ବାଘ - ଦେବ୍ରିଗଡକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା

ଓଡ଼ିଶାରେ ଛତିଶଗଡ଼ ମହାବଳ ବାଘ। ଜଙ୍ଗଲରେ ବୁଲୁଥିବାର କ୍ୟାମେରାରେ କଏଦ ହୋଇଛି ମହାବଳର ଫଟୋ। ବର୍ତ୍ତମାନ ଏହି ବାଘ ଦେବ୍ରିଗଡ଼ ଜଙ୍ଗଲରେ ରହିଛି । ମହାବଳ ବାଘଟି ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ବରଗଡ଼ର ଆଉ ୨ଟି ଜଙ୍ଗଲରେ ବୁଲାବୁଲି କରୁଛି । ଅଧିକ ପଢନ୍ତୁ

Chhattisgarh  tiger
Chhattisgarh tiger
author img

By

Published : Feb 27, 2023, 8:13 PM IST

ଭୁବନେଶ୍ବର: ଓଡ଼ିଶା ମୁହାଁ ଛତିଶଗଡ ମହାବଳ ବାଘ। ଜଙ୍ଗଲରେ ବୁଲୁଥିବାର କ୍ୟାମେରାରେ କଏଦ ହୋଇଛି ମହାବଳର ଫଟୋ। ବାଘର ବୟସ ୩ ରୁ ୪ ବର୍ଷ ବୟସ ହୋଇଥିବା ନେଇ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ବାଘଟିକୁ କେନ୍ଦୁଝର ଘଟଗାଁ ରେଞ୍ଜରେ ଠାବ କରାଯାଇଛି। ବାଘଟି ଶିମିଳିପାଳରୁ କରଞ୍ଜିଆ ସାତକୋଶିଆ ଦେଇ ଦେବ୍ରିଗଡ଼କୁ ନିୟମିତ ଆସୁଛି ଛତିଶଗଡ଼ର ଏକ ବାଘ। ବର୍ତ୍ତମାନ ଏହି ବାଘ ଦେବ୍ରିଗଡ଼ ଜଙ୍ଗଲରେ ରହିଛି। ଏହି ଜଙ୍ଗଲ ରେ ବାଘଟି ରହିଥିବାର ଫଟୋ କ୍ୟାମେରାରେ କଏଦ ହୋଇଛି।

ମହାବଳ ବାଘ ଟି ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ବରଗଡର ଆଉ ୨ ଟି ଜଙ୍ଗଲରେ ବୁଲାବୁଲି କରୁଛି। ଦେବ୍ରିଗଡ ବନାଞ୍ଚଳରେ କ୍ୟାମେରା ଟ୍ରାପ ସଂଖ୍ୟା ବଢ଼ାଇଛି ବନବିଭାଗ। ଏକ ଅତିରିକ୍ତ ସ୍କ୍ୱାଡ ମଧ୍ୟ ମଞ୍ଜୁର କରାଯାଇଛି। ଏପରିକି ସେଠାରେ ବାଘର ପାଦଚିହ୍ନ ଡାଟା ଆନାଲିସିସ ସହାୟତା କରିବାକୁ ଜଣେ ବାୟୋଲଜିଷ୍ଟକୁ ପ୍ରତି ମାସରେ ୧୦ ଦିନ ଲାଗି ସେଠାକୁ ପଠାଯାଉଛି ବୋଲି କହିଛନ୍ତି ବନ୍ୟପ୍ରାଣୀ PCCF ସୁଶୀଲ କୁମାର ପୋପଲି। ଦେବ୍ରିଗଡକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ NTCA ସୁପାରିଶ କରିଛି। ବ୍ୟାଘ୍ର ଅଭୟାରଣ୍ୟକୁ ନେଇ ରାଜ୍ୟ ସରକାର ବର୍ତ୍ତମାନ ପ୍ରାଥମିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି ବନ ବିଭାଗ।

ସେହିପରି ଅନ୍ୟପଟେ ସବୁ ରେକର୍ଡ ଭାଙ୍ଗିଲା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ। ଋଷିକୂଲ୍ୟା ମୁହାଣରେ ଅଣ୍ଡା ଦେଇଥାନ୍ତି ଅଲିଭ ରିଡଲେ କଇଁଛ। ଆଜି ସକାଳ ୬ ଟା ସୁଦ୍ଧା ଋଷିକୂଲ୍ୟା ମୁହାଣରେ ପ୍ରାୟ ୫ ଲକ୍ଷ ୫୭ ଅଣ୍ଡା ଦେଇଛନ୍ତି ଅଲିଭ ରିଡଲେ। ଗତବର୍ଷ ପ୍ରାୟ ୫ ଲକ୍ଷ ୫୦ ହଜାର ଅଣ୍ଡା ଦେଇଥିଲେ ଅଲିଭ ରିଡଲେ। ଯାହା ଚଳିତ ବର୍ଷ ସର୍ବକାଳୀନ ସର୍ବାଧିକ ରହିଛି। ଋଷିକୂଲ୍ୟା ମୁହାଣର ପ୍ରାୟ ୫ କିମି ଷ୍ଟ୍ରେଚକୁ ୫୦ଟି ସେଗମେଣ୍ଟ ରେ ବିଭକ୍ତ କରାଯାଇଛି। ତେବେ କଇଁଛ ମାନଙ୍କ ଅଣ୍ଡାର ସୁରକ୍ଷା ଲାଗି ପ୍ରତି ସେଗମେଣ୍ଟରେ ୩ ଜଣ ଲେଖାଏଁଙ୍କୁ ନିୟୋଜିତ କରାଯାଇଛି। ଅଲିଭ ରିଡଲେଙ୍କୁ ଟ୍ରାକିଂ ପାଇଁ କରାଯାଉଛି ଟ୍ୟାଗିଂ। କଇଁଛଙ୍କ ଗତିବିଧି ଉପରେ ନଜର ରଖିବାକୁ ହେଉଛି ଜିମେଲ ଟ୍ୟାଗିଂ । ଟ୍ୟାଗିଂ କରୁଛି ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ । କଇଁଛ ଶରୀରରେ ଲାଗୁଛି ଟାଇଟାନିୟମ ଟ୍ୟାଗିଂ। ଯେଉଁଥିରେ ଜିମେଲ ଆଇଡି ରହୁଛି । ଚଳିତ ବର୍ଷ ପାଖାପାଖି ୧୫୦୦ରୁ ୨୦୦୦ କଇଁଛଙ୍କୁ ଟ୍ୟାଗିଂ କରାଯାଇଛି। ଅଣ୍ଡାଦାନ ପରେ କିଛି ଅଲିଭ ରିଡଲେ ଶ୍ରୀଲଙ୍କା ଯାଉଥିବା ଟ୍ୟାଗିଂରୁ ଜଣାପଡିଛି ବୋଲି କହିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.