ETV Bharat / state

ବଡ଼ ଧରଣର ଗୋଚାଲାଣ ଉଦ୍ୟମ ପଣ୍ଡ, ଶହେରୁ ଊର୍ଦ୍ଧ୍ଵ ଗୋରୁ ଉଦ୍ଧାର

author img

By

Published : Aug 11, 2022, 3:29 PM IST

ଖୋର୍ଦ୍ଧା ଟାଙ୍ଗୀ ଥାନା ଅଞ୍ଚଳରେ ବଡ଼ ଧରଣର ଗୋଚାଲାଣ ଯୋଜନା ପଣ୍ଡ । ଶହେରୁ ଊର୍ଦ୍ଧ୍ଵ ଗୋରୁ ଉଦ୍ଧାର । ଅଧିକ ପଢନ୍ତୁ

cattle smuggling busted in khurdha mastermind detained
ବଡ଼ ଧରଣର ଗୋଚାଲାଣ ଯୋଜନା ପଣ୍ଡ, ଶହେରୁ ଊର୍ଦ୍ଧ୍ଵ ଗୋରୁ ଉଦ୍ଧାର

ଖୋର୍ଦ୍ଧା: ଆଜି ପବିତ୍ର ରକ୍ଷା ବନ୍ଧନ ତଥା ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ । ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁସାରେ ଆଜିର ଦିନରେ ଗୋପୂଜନର ବିଧି ରହିଛି । କିନ୍ତୁ ଏହାପୂର୍ବରୁ ଖୋର୍ଦ୍ଧାରୁ ରାଜ୍ୟ ବାହାରକୁ ବଡ ଧରଣର ଗୋଚାଲାଣ ପାଇଁ ଯୋଜନା ହେଉଥିବାବେଳେ ଗୋମାଫିଆଙ୍କ ସବୁ ଯୋଜନାକୁ ପଣ୍ଡ କରିଛି ପୋଲିସ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି ।

ପୋଲିସ ଘଟଣାସ୍ଥଳରେ ଚଢାଉ କରି ପାଖାପାଖି ଶହେରୁ ଅଧିକ ଗୋରୁ ଉଦ୍ଧାର କରିଛି । ଯାହାଫଳରେ ବଡ଼ ଧରଣର ଗୋଚାଲାଣକୁ ରୋକାଯାଇ ପାରିଛି । ଟାଙ୍ଗୀ ଥାନା ଦୀକ୍ଷିତପଡ଼ା ଗ୍ରାମ ଜଙ୍ଗଲରେ ବେଆଇନ ଗୋଚାଲାଣ ହେଉଥିବାର ସୂଚନା ମିଳିଥିଲା । ଏହାପରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ନେତୃତ୍ବରେ ଏକ ଟିମ୍ ରାତିରେ ସେଠାରେ ଚଢାଉ କରିଥିଲେ । ରାତିତମାମ ଅପରେସନ ଜାରି ରହିଥିବାବେଳେ ଶେଷରେ ଅପରେସନରେ ସଫଳତା ମିଳିଥିଲା ।

ତେବେ ପୋଲିସକୁ ଦେଖି ଗୋମାଫିଆମାନେ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ । ମାତ୍ର ଏସଡିପିଓ ଗୋଚାଲାଣ ଗ୍ୟାଙ୍ଗ୍‌ର କିଙ୍ଗପିନକୁ ଧରିବାରେ ସଫଳ ହୋଇଛନ୍ତି । ଏହାସହିତ ଘଟଣାସ୍ଥଳରୁ ୧୦୦ରୁ ଅଧିକ ଗୋରୁ ଜବତ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.