ETV Bharat / state

ପିଏମ୍‌ ଆବାସରେ କେଳେଙ୍କାରୀ ଧରିଲେ ସିଏଜି: ୫.୨୭ ଲକ୍ଷ ଘର ଫେରିଛି, ବଞ୍ଚିତ ହୋଇଛନ୍ତି ୧୨.୨୫ ଲକ୍ଷ ହିତାଧିକାରୀ

author img

By ETV Bharat Odisha Team

Published : Oct 3, 2023, 10:29 PM IST

ପିଏମ୍‌ ଆବାସ ଯୋଜନାରେ ହୋଇଥିବା କୋଟିକୋଟି ଟଙ୍କାର କେଳେଙ୍କାରୀର ଗୁମର ଖୋଲିଲେ ସିଏଜି । ରାଜ୍ୟ ସରକାରଙ୍କ ମନମାନି ଯୋଗୁଁ ୫.୨୭ ଲକ୍ଷ ଘର ଫେରିଛି, ବଞ୍ଚିତ ହୋଇଛନ୍ତି ୧୨.୨୫ ଲକ୍ଷ ହିତାଧିକାରୀ । ଅଧିକ ପଢ଼ନ୍ତୁ

ପିଏମ୍‌ ଆବାସରେ କେଳେଙ୍କାରୀ ଧରିଲେ ସିଏଜି
ପିଏମ୍‌ ଆବାସରେ କେଳେଙ୍କାରୀ ଧରିଲେ ସିଏଜି
ପିଏମ୍‌ ଆବାସରେ କେଳେଙ୍କାରୀ ଧରିଲେ ସିଏଜି

ଭୁବନେଶ୍ବର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଉପସ୍ଥାପିତ ହୋଇଛି ସାଧାରଣ ଓ ସାମାଜିକ କ୍ଷେତ୍ର ଉପରେ ୩ଟି ସିଏଜି ରିପୋର୍ଟ । ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ସ୍ବାୟତ୍ତ ସଂସ୍ଥାଗୁଡ଼ିକ ବା ପଞ୍ଚାୟତିରାଜ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକ ଉପରେ ଆଧାରିତ ସିଏଜି ରିପୋର୍ଟ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପିଏମ୍‌ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିକୁ ଦର୍ଶାଇଛନ୍ତି ସିଏଜି । ପ୍ରଧାନ ମହାଲେଖାକାର ରାଜକୁମାର ଓ ମହାଲେଖାକାର ବିଶ୍ବନାଥ ସିଂ ଜାଡୋନ ରିପୋର୍ଟକୁ ନେଇ ବ୍ୟାପକ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବ୍ୟାପକ ଅନିୟମିତତା । ସିଏଜି ଧରିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଅନିୟମିତତା । ୱାର୍କ ଅର୍ଡରରେ ଜାଲିଆତି ଓ ଅଣହିତାଧିକାରୀଙ୍କୁ ମିଳିଥିଲା ଯୋଜନା । ଏନେଇ ସିଏଜି କହିଛନ୍ତି, "ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅନିୟମିତତା ସହ ବ୍ୟାପକ କେଳେଙ୍କାରୀ ଯୋଗୁଁ ୧୨.୨୫ ଲକ୍ଷ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇପାରିଲେ ନାହିଁ । ମଞ୍ଜୁର ହୋଇଥିବା ୫.୨୭ ଲକ୍ଷ ଘର ଫେରସ୍ତ ଚାଲିଗଲା । ପିଏମ୍‌ ଆବାସ ଯୋଜନାରେ ରାଜ୍ୟ ସରକାର କିଛି ବି ନିୟମକାନୁନ ମାନିନାହାନ୍ତି । ମନଇଚ୍ଛା ପାଣ୍ଠି ଖର୍ଚ୍ଚଠୁ ଆରମ୍ଭ କରି ଘର ଆବଣ୍ଟନରେ ଅନିୟମିତତା ହୋଇଛି ।"

କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୨୨ ସୁଦ୍ଧା ମୌଳିକ ସୁବିଧା ସହ ବାସଘର ଦେବା ଉଦ୍ଦେଶ୍ୟରେ ୨୦୧୬ ଏପ୍ରିଲ ପହିଲାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି । ୨୦୧୬/୧୭ରୁ ୨୦୨୦/୨୧ ମଧ୍ୟରେ ପିଏମ୍‌ ଆବାସ ଯୋଜନାର କାର୍ଯ୍ୟକାରିତାର ଅଡିଟ ୮ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା ଓ ସୋନପୁରରେ ସିଏଜି କରିଛନ୍ତି । ପ୍ରତି ଜିଲ୍ଲା ଓ ପଞ୍ଚାୟତ ସମିତିରୁ ୩ଟି ଲେଖାଏଁ ଗ୍ରାମପଞ୍ଚାୟତରେ ଏହି ଅଡିଟ ହୋଇଛି । ପିଏମ୍‌ ଆବାସ ଯୋଜନାର ହିତାଧିକାରୀ ଚୟନ ନିମନ୍ତେ କେନ୍ଦ୍ର ସରକାର ସାମାଜିକ ଆର୍ଥିକ ଓ ଜାତି ଜନଗଣନାର ତଥ୍ୟ ଓ ଗ୍ରାମସଭାରେ ସ୍ଥାୟୀ ୱେଟିଂ ଲିଷ୍ଟର ଚୂଡ଼ାନ୍ତ ସହିତ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ । ତେବେ ଗ୍ରାମସଭା ଦ୍ବାରା ଚିହ୍ନଟ ହୋଇଥିବା ୮.୫୯ ଲକ୍ଷ ହିତାଧିକାରୀଙ୍କୁ ବେଆଇନ ଭାବେ ରାଜ୍ୟ ସରକାର ସ୍ଥାୟୀ ୱେଟିଂ ଲିଷ୍ଟରୁ ବାଦ ଦେଇଥିଲେ । ଫଳରେ ସେମାନେ ଯୋଜନାରୁ ବଞ୍ଚିତ ହୋଇଥିଲେ ।

ସେହିପରି ସ୍ଥାୟୀ ୱେଟିଂ ଲିଷ୍ଟ୍‌କୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ସରକାର ଚୂଡ଼ାନ୍ତ ନକରିବାରୁ ମଞ୍ଜୁରୀ ପ୍ରାପ୍ତ ୫.୨୭ ଲକ୍ଷ ଘରକୁ କେନ୍ଦ୍ର ସରକାର ବାଧ୍ୟ ହୋଇ ଫେରସ୍ତ ନେଇଥିଲେ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ବାରା ସ୍ଥିରୀକୃତ ସମୟସୀମା ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ରାଜ୍ୟ ବିଫଳ ହେବାରୁ ୧୨.୨୫ ଲକ୍ଷ ହିତାଧିକାରୀ ସ୍ଥାୟୀ ୱେଟିଂ ଲିଷ୍ଟରେ ସାମିଲ ହୋଇପାରିଲେ ନାହିଁ । ପିଏମ୍‌ ଆବାସ ଯୋଜନା ପାଇଁ ଉଦ୍ଦିଷ୍ଟ ମାନଦଣ୍ଡକୁ ଉଲ୍ଲଘଂନ କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଣ୍ଟନ ହୋଇଛି । ସେହିପରି ପଞ୍ଚାୟତସ୍ତରରେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ବର୍ଗଙ୍କୁ ଗୁରୁତ୍ବ ଦେଇ ପ୍ରାଥମିକ ତାଲିକା ପ୍ରସ୍ତୁତ ହୋଇନଥିବା ସିଏଜି ଦର୍ଶାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବାଚସ୍ପତିଙ୍କୁ ଡାଲିମାଡ଼ ପ୍ରସଙ୍ଗ: କ'ଣ କହିଲେ ସାଂସଦ ଭର୍ତ୍ତୃହରି? ଶୁଣନ୍ତୁ...

ସେହିପରି କାର୍ଯ୍ୟରେ ନିୟୋଜିତ ମିସ୍ତ୍ରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ ଥିଲା । ପ୍ରଧାନମନ୍ତ୍ରୀ ଆବାସ ଓ ମନରେଗା କାର୍ଯ୍ୟ ଏକ ସମୟରେ କରୁଥିବା ସିଏଜିଙ୍କ ନଜରକୁ ଆସିଛି । ୦.୪୧ ଲକ୍ଷ ଘର ମଞ୍ଜୁର ହୋଇନଥିବାରୁ ରାଜ୍ୟକୁ ଅଧିକ ୨୯୫ କୋଟିର ଆର୍ଥିକ ବୋଝ ପଡ଼ିଥିଲା । ଅନେକ ଘର ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଜଣାପଡିଥିଲା । ପାଣ୍ଠି ସଂଗ୍ରହରେ ବିଫଳତା ଯୋଗୁଁ ହିତାଧିକାରୀ ମୌଳିକ ସୁବିଧା ବଞ୍ଚିତ ହୋଇଛନ୍ତି । ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଓ ଶୌଚାଳୟ ସୁବିଧା ପାଇବାରୁ ବଞ୍ଚିତ ହୋଇଥିଲେ । ୬୪୭ଟି ଘରକୁ ଅଡ଼ିଟ ତଦାରଖ କରିଥିବାବେଳେ ସେଥିମଧ୍ୟରୁ ୩୪୭ରେ କୌଣସି ଶୌଚାଳୟ ନଥିଲା । ୧୨୨ଟି ଘରେ ପାନୀୟ ଜଳ ସୁବିଧା ନଥିଲା ଓ ୧୯୯ଟି ଘରେ ବିଦ୍ୟୁତ ସଂଯୋଗ ନଥିଲା । ୨୯୧ରେ ଏଲପିଜି ବ୍ୟବସ୍ଥା ନଥିଲା, ୨୨ଟି ଘରକୁ ଯିବା ଆସିବା ପାଇଁ ରାସ୍ତା ନଥିଲା । ପିଏମ୍‌ଏୱାଇ-ଜି ପାଇଁ ରାଜ୍ୟ ନୋଡାଲ ଆକାଉଣ୍ଟ୍‌ ବ୍ୟତୀତ ଅନ୍ୟ ଆକାଉଣ୍ଟକୁ ୧୮.୧୦ କୋଟି ଟଙ୍କା ଅନିୟମିତ ଭାବରେ ସ୍ଥାନାନ୍ତରିତ ହୋଇଥିଲା ।

କଟକ ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବିକ୍ରି ହେଉଛି ନିମ୍ନମାନର ଖାଦ୍ୟ । ୪୬୮ଟି ଖାଦ୍ୟ ନମୁନା ସଂଗ୍ରହ ହୋଇଥିବାବେଳେ ୧୦୯ଟି ନମୁନା ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି । ବ୍ୟବସାୟୀଙ୍କୁ ସୁଧାରିବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନଥିଲା । ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଭତ୍ତା ବାବଦରେ ୨.୧୮ ଲକ୍ଷ ଟଙ୍କା ମୃତକଙ୍କୁ ଦିଆଯାଇଥିଲା । ସେହିପରି ମାଟ୍ରିକ ପରବର୍ତ୍ତୀ ବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇଛନ୍ତି ସିଏଜି । ୨୦୧୮/୧୯ ବର୍ଷ ପରଠାରୁ ମାଟ୍ରିକ ପରବର୍ତ୍ତୀ ବୃତ୍ତି ପାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିଲା । ୨୦୧୭/୧୮ ଆର୍ଥିକ ବର୍ଷରେ ୫.୫୧ ଲକ୍ଷରୁ ୨୦୨୦/୨୧ ଆର୍ଥିକ ବର୍ଷରେ ୪.୪୭ ଲକ୍ଷକୁ ୧୯ ପ୍ରତିଶତ ହ୍ରାସ ପାଇଛି । ଡାଟାବେସ୍‌ ଅଭାବରୁ ସ୍ଥିତି ଜାଣିବାରେ ବିଫଳ ହୋଇଥିଲେ ସରକାର । ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ୧୫.୫୭ କୋଟି ପିଏମ୍‌ଏସ୍‌ ବୃଦ୍ଧି ପ୍ରବଞ୍ଚାନାତ୍ମକ ଭାବେ ପ୍ରଦାନ କରାଯାଇଥିଲା । ୨୫୨ ଦିନ ବିଳମ୍ବରେ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିବା ମଧ୍ୟ ନଜରକୁ ଆସିଛି ।

ପ୍ରଧାନ ମହାଲେଖାକାର ଅଡିଟ-1 ଆନୁକୂଲ୍ୟରେ ସିଏଜି ରିପୋର୍ଟ ସମ୍ବନ୍ଧୀୟ ଏକ ସାମ୍ବାଦିକ ସମ୍ମିଳନୀ ଏଜି ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି । ଏହି ସମ୍ମିଳନୀରେ ପ୍ରଧାନ ମହାଲେଖାକାର ରାଜ କୁମାର, ମହାଲେଖାକାର ବିଶ୍ବନାଥ ସିଂହ ଯାଦୋନ, ବରିଷ୍ଠ ଉପମହାଲେଖାକାର ଦୀପକ ରଘୁ, ଉପମହାଲେଖାକାର ଏକତା ସିଂହ, ସଚିନ କୌଶିକ, ତାନ୍ୟା ଆମ୍ବାସ୍ଥା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ (ରିପୋର୍ଟ) ସୁକାନ୍ତ କୁମାର ମଲ୍ଲ ଓ ଅଶୋକ କୁମାର ନନ୍ଦ ଉପସ୍ଥିତ ଥିଲେ । ଦୀପକ ରଘୁ ରିପୋର୍ଟ ସମ୍ବନ୍ଧରେ ସାମ୍ବାଦିକମାନଙ୍କୁ ସମ୍ୟକ ଧାରଣା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.