ETV Bharat / state

Archana Nag Scandal: ଖୋଲୁଛି ଗୁମର, ୭ ଲକ୍ଷ ଟଙ୍କା ଦେଇଥିଲେ ଅମୀୟ ଦାସ

author img

By

Published : Nov 22, 2022, 8:59 PM IST

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ସାମ୍ନାକୁ ଆସିଲା ଆଉ ଏକ ଗୁମର । ୮ ଘଣ୍ଟା ଜେରା ପରେ ଅର୍ଚ୍ଚନାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିବା ଇଡି ଆଗରେ ପ୍ରକାଶ କରିଛନ୍ତି ଶିଳ୍ପପତି ଅମୀୟକାନ୍ତ ଦାସ । ଅଧିକ ପଢ଼ନ୍ତୁ

Archana Nag Scandal: ଖୋଲୁଛି ଗୁମର, ୭ ଲକ୍ଷ ଟଙ୍କା ଦେଇଥିଲେ ଅମୀୟ ଦାସ
Archana Nag Scandal: ଖୋଲୁଛି ଗୁମର, ୭ ଲକ୍ଷ ଟଙ୍କା ଦେଇଥିଲେ ଅମୀୟ ଦାସ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜଣଙ୍କ ପରେ ଜଣଙ୍କୁ ସମନ କରି ଅର୍ଚ୍ଚନା କେଳେଙ୍କାରୀ ମାମଲାର ତଥ୍ୟ ସାମ୍ନାକୁ ଆଣୁଛି । ତେବେ ଆଜି ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଅମୀୟକାନ୍ତ ଦାସଙ୍କୁ ଜେରା କରିଥିଲା ଇଡି । ଏହି ସମୟରେ ଅର୍ଚ୍ଚନାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିବା ସେ ପ୍ରକାଶ କରିଛନ୍ତି ।

ସାମ୍ନାକୁ ଆସିଲା ଅର୍ଚ୍ଚନା କେଳେଙ୍କାରୀର ଆଉ ଏକ ଗୁମର । ଏହି ମାମଲାରେ ଜଣଙ୍କ ପରେ ଜଣଙ୍କୁ ପଚରାଉଚରା କରି ଆର୍ଥିକ କାରବାର ନେଇ ତଥ୍ୟ ହାସଲ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମେ ଅର୍ଚ୍ଚନାଙ୍କ ବାପା, ପରେ ଜଗବନ୍ଧୁର ଭାଇ ଓ ଅର୍ଚ୍ଚନା ଚଳାଉଥିବା ଏଣ୍ଡଭର ଗାଡିର ଶୋରୁମ ମାଲିକଙ୍କ ପୁଅ ଇଡିରେ ହାଜର ହୋଇଥିଲେ । ଶୋରୁମ ମାଲିକ ଗାଡି କିଣା ବାବଦରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଇଥିଲେ । ଏହି ତଥ୍ୟ ଅନୁସାରେ ଅର୍ଚ୍ଚନାଙ୍କୁ ଏହି ବିଳାସପୂର୍ଣ୍ଣ ଗାଡ଼ି କିଣିବାକୁ ୩୩ ଲକ୍ଷ ଟଙ୍କା ଦେଇଥିବା ଜଣେ ରାଜନୈତିକ ବ୍ୟକ୍ତିଙ୍କ ନାମ ଇଡି ହାତରେ ଲାଗିଥିବା ନେଇ ଚର୍ଚ୍ଚା ହେଉଛି ।

ଅର୍ଚ୍ଚନାଙ୍କୁ ଅମୀୟ ଦେଇଥିଲେ ୭ଲକ୍ଷ ଟଙ୍କା୮ଘଣ୍ଟା ଜେରା ପରେ ମାନିଲେ ନିଜେ

ଏହା ମଧ୍ୟ ପଢ଼ନ୍ତୁ..ଅର୍ଚ୍ଚନା ନାଗ କେଳେଙ୍କାରୀରେ ତଦନ୍ତ କରୁଛି ED, ଏମିତି କହିଲେ ଧର୍ମେନ୍ଦ୍ର

ଏହାପରେ ଅର୍ଚ୍ଚନା ମାମଲାର ସର୍ବପ୍ରଥମ ଅଭିଯୋଗକାରୀ ତଥା ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡିରେ ହାଜର ହେବାପାଇଁ ସମନ ହୋଇଥିଲା । ଅକ୍ଷୟ ଆଜି (ମଙ୍ଗଳବାର) ଇଡିରେ ହାଜର ହୋଇଛନ୍ତି । ଅକ୍ଷୟ ନିଜର ଓକିଲଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ତେବେ ହାଜର ପରେ ଇଡି ପଚରାଉଚରା ଆରମ୍ଭ କରିଛି । ଅକ୍ଷୟ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଯୌନ କେଳେଙ୍କାରୀର ଗୁମର ଖୋଲିବା ନେଇ ଆଲୋଚନା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ..EDରେ ହାଜର ହେଲେ ଅକ୍ଷୟ ପରିଜା, ଖୋଲିବେ କି ଗୁମର ?

ତେବେ ଅକ୍ଷୟଙ୍କ ପୂର୍ବରୁ ବିଶିଷ୍ଟ ଶିଳ୍ପପତି ଅମୀୟକାନ୍ତ ଦାସଙ୍କୁ ଜେରା କରିଥିଲା ଇଡି । ଅର୍ଚ୍ଚନାଙ୍କ ସହ ଅମୀୟଙ୍କ ଆର୍ଥିକ କାରବାର ଲିଙ୍କ ପାଇ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିରେ ୮ ଘଣ୍ଟା ଧରି ଜେରା ପରେ ଅର୍ଚ୍ଚନାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିବା ମାନିଛନ୍ତି ଅମୀୟ । ମିଳିଥିବା ସୂଚନା ଅନୁସାରେ ଫେସବୁକରୁ ଅର୍ଚ୍ଚନାଙ୍କୁ ଜାଣିଥିଲେ ଅମୀୟ । ସ୍ବାମୀଙ୍କ ଦେହ ଖରାପ ଆଳରେ ଅର୍ଚ୍ଚନା ମାଗିଥିଲେ ୧୦ ଲକ୍ଷ ଟଙ୍କା । ହେଲେ ଚେକ୍‌ ଜରିଆରେ ଅମୀୟ ଦେଇଥିଲେ ୭ ଲକ୍ଷ ଟଙ୍କା । ତେବେ ଅମୀୟଙ୍କ ତଥ୍ୟ ନେଇ ଇଡି ତନାଘନା କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.