ଖୋର୍ଦ୍ଧା: ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ନୂଆ ସଡ଼କ ସୁରକ୍ଷା ଆଇନ । ରାସ୍ତାରେ ଟ୍ରାଫିକ ନିୟମ ନମାନିଲେ ଗଣିବେ ପୂର୍ବ ଆଇନ ତୁଳନାରେ 10ଗୁଣା ତଣ୍ଡ । କିନ୍ତୁ ଏହାକୁ ଯେମିତି ବସ ମାଲିକ ଓ କର୍ମଚାରୀ ମାନେ ମାନୁ ନ ଥିବା ଦେଖିବାକୁ ମିଳିଛି ।
ଗତ ଦୁଇଦିନ ତଳେ ଓଭର ଲୋଡିଂ ପାଇଁ ଖୋର୍ଦ୍ଧା ନିକଟ ପୁବୁସାହି ଠାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ 20ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ । କିନ୍ତୁ ଏହି ଘଟଣାରୁ ଯେମିତି ପରିବହନ ବିଭାଗ ଓ ପୋଲିସ ବିଭାଗ ଉପରେ କୌଣସି ପ୍ରଭାବ ପକାଇ ପାରିନଥିବା ଏହି ଦୃଶ୍ୟ ଦେଖିଲେ ଜଣା ପଡୁଛି । ବସରେ ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ଯାତ୍ରା କରିବା କାରଣରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।
ଏଥିପାଇଁ ଉଭୟ ଯାତ୍ରୀ , ଗାଡି ମାଲିକ ଓ କର୍ମଚାରୀ ମାନେ ସଚେତନ ହେବା ସହ ପରିବହନ ବିଭାଗ ଓ ପୋଲିସ କର୍ମଚାରୀ ନିୟମିତ ଯାଞ୍ଚ କଲେ ଏହିଭଳି ଘଟଣାକୁ କମାଯାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ