ଖୋର୍ଦ୍ଧା: ବାଘମାରି ସ୍ଥିତ ହଟକେଶ୍ବର ମହିଳା ମହାବିଦ୍ୟାଳୟ ପଛପଟ ବିଲ ହୁଡ଼ାରୁ ବୁଧବାର ଏକ ନବଜାତ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଛନ୍ତି ଜଣେ ସ୍ଥାନୀୟ ମହିଳା ।
ସୂଚନା ଅନୁଯାୟୀ ବାଘମାରିର ଲିଲି ନାୟକ ସକାଳୁ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ବେଳେ ଶିଶୁ କନ୍ୟାର କାନ୍ଦ ଶୁଣି ତାକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ନବଜାତର ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କିଏ ଏବଂ କାହିଁକି ନବଜାତକକୁ ବିଲରେ ଫୋପାଡ଼ି ଦେଇଛି ତାହା ଜଣାପଡିନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ