ETV Bharat / state

ଖୋର୍ଦ୍ଧାରେ ପୂର୍ବ ଶତ୍ରୁତାରୁ ବୋମାମାଡ଼, ୩ ଆହତ - ବୋମାମାଡ଼ରେ ୩ଜଣ ଆହାତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଦେଉଳି ଗ୍ରାମରେ ଏକାଧିକ ବୋମାମାଡ଼ । ୩ ଭାଇ ଆହାତ । ଅଧିକ ପଢନ୍ତୁ

bombing in deuli village
bombing in deuli village
author img

By

Published : Jun 12, 2023, 2:50 PM IST

ଖୋର୍ଦ୍ଧାରେ ପୂର୍ବ ଶତ୍ରୁତାରୁ ବୋମାମାଡ଼

ଖୋର୍ଦ୍ଧା: ପୁଣି ଅଶାନ୍ତ ଖୋର୍ଦ୍ଧା ଦେଉଳି ଗାଁ । କିଛି ଦିନର ନୀରବତା ପରେ ପୁଣି ଦେଖିବାକୁ ମିଳିଛି ଅଶାନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଦେଉଳି ଗ୍ରାମରେ ଏକାଧିକ ବୋମା ମାଡ଼ ହୋଇଥିଲା । ଏନେଇ ଆଜି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ବୋମା ମାଡ଼ରେ ଆହତ ହୋଇଥିବା ମହେଶ୍ୱର ବଳିଆରସିଂ ।

ଏହା ମଧ୍ୟ ପଢନ୍ତୁ- ଜମିବାଡି ବିବାଦକୁ ନେଇ କନ୍ତିଆରେ ବୋମା ମାଡ, ବ୍ୟବସାୟୀ ଗୁରୁତର

ସୂଚନା ଅନୁଯାୟୀ , ଗତକାଲି ରାତିରେ ମହେଶ୍ବର ବଳିଆରସିଂ, ଜୟକୃଷ୍ଣ ବଳିଆରସିଂ ଓ ଦୈତାରି ବଳିଆରସିଂ ତିନି ଭାଇ ଦାଣ୍ଡ ପିଣ୍ଡାରେ ଶୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ ହଠାତ ବୋମା ମାଡ଼ର ଶବ୍ଦ ଶୁଣି ଉଠିଥିଲେ । ଏନେଇ ବାହାରକୁ ଯାଇ ଦେଖିଥିଲେ ଯେ ସେହି ଗ୍ରାମର ମୁନା ବେହେରା ଲଗାତାର ଭାବେ ବୋମାମାଡ଼ କରୁଥିଲା । ଏଥି ସହ ଏମାନଙ୍କୁ ଦେଖି ଏମାନଙ୍କ ଉପରକୁ ମଧ୍ୟ ବୋମା ଫୋପାଡି ଥିଲା । ଏଥିରେ ଦୈତାରି, ଜୟକୃଷ୍ଣ ଓ ମହେଶ୍ୱର ତିନି ଭାଇ ଆହତ ହୋଇଥିଲେ । ଏନେଇ ସଙ୍ଗେସଙ୍ଗେ ସେମାନେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ବେଳେ ଭୟଭୀତ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାଟି ପୁର୍ବ ଶତ୍ରୁତାକୁ ନେଇ ହୋଇଥିବା ଜଣାପଡିଛି । ଗତ 21 ତାରିଖରେ ସେହି ଗ୍ରାମର ପ୍ରଦୀପ ବଳିଆରସିଂ ଶୌଚ ପାଇଁ ଯାଉଥିବା ବେଳେ ତାଙ୍କୁ ଏକାଧିକ ପୁରୁଷ ଓ ମହିଳା ଟେକି ନେଇ ପିଟିପିଟି ପଥରରେ ଛେଚି ହତ୍ୟା କରିଥିଲେ । ସେହି ଘଟଣାକୁ ନେଇ ଗାଁରେ ବିବାଦ ଲାଗି ରହିଥିବା ବେଳେ ସେଥିପାଇଁ ଏବେବି ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ତେଣୁ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟରେ ରଖି ବେଗୁନିଆ ପୋଲିସ ନଜର ରଖିଥିବା ବେଳେ ଏବେ ବି ପ୍ରଦୀପଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଲୋକ ଫେରାର ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପଞ୍ଚୁପଲ୍ଲୀ ବୋମାମାଡ଼ ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ସେହିପରି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ପୋଲିସ କହିଛି । ସେପଟେ ଏହି ବୋମାମାଡ଼ ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବୋଲି ସୂଚନା ଦେଇଛନ୍ତି ବେଗୁନିଆ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.