ETV Bharat / state

ନଷ୍ଟ ହେଲା ଷ୍ଟେସନରୁ ଜବତ ବିସ୍ଫୋରକ, ଆତଙ୍କୀ ଲିଙ୍କ ଅଛି କି ନାହିଁ ହେବ ତଦନ୍ତ

ଭୁବନେଶ୍ବର ରେଳ ଷ୍ଟେସନରୁ ଜବତ ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କଲା ବମ ସ୍କ୍ବାର୍ଡ ଓ ଆରପିଏଫ ଟିମ । ଅଧିକ ପଢନ୍ତୁ

author img

By

Published : Apr 15, 2023, 3:17 PM IST

Explosives Seized From Konark Express
Explosives Seized From Konark Express
Explosives Seized From Konark Express destroyed

ଭୁବନେଶ୍ବର: କୋଣାର୍କ ଏକ୍ସପ୍ରେସରୁ ବିସ୍ଫୋରକ ସାମଗ୍ରୀ ଜବତ ଘଟଣା। ବିସ୍ଫୋରକକୁ କୁଆ ଖାଇ ନଦୀ ପଠାରେ ନଷ୍ଟ କଲା ବମ ସ୍କ୍ବାର୍ଡ ଓ ଆରପିଏଫ ଟିମ। ବିସ୍ଫୋରକ ସାମଗ୍ରୀ ନଷ୍ଟ କିରବା ସମୟରେ ଭୟଙ୍କର ଶବ୍ଦ ସହ ବିସ୍ଫୋରଣ ହୋଇଥିଲା। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଲୋକେ ଓ ଉପସ୍ଥିତ ଅଫିସର । ଏହି ବିସ୍ଫୋରଣ ସାମଗ୍ରୀ ପଛରେ କେହି ସାଧାରଣ ଲୋକ ନା ଆତଙ୍କୀ ଲିଙ୍କ ରହିଛି ସେନେଇ ତଦନ୍ତ କରାଯିବ।

କୌଣସି ଅଘଟଣ ଘଟିବା ପୂର୍ବରୁ ବିସ୍ଫୋରକକୁ ସଠିକ ସମୟରେ ଠାବ କରାଯିବା ସହ ନଷ୍ଟ କରାଯାଇଛି। ଏହାପରେ ବିସ୍ଫୋରକର ନମୁନା ସଂଗ୍ରହ କରାଯାଇଛି। ଯାହାର ଫରେନସିକ ଟେଷ୍ଟ କରାଯିବ। ସେସବୁ ବିସ୍ଫୋରକ କେତେ ଭୟଙ୍କର କେଉଁ କେମିକାଲରେ ପ୍ରସ୍ତୁତ ହୋଇଛି ଓ ସେଥିରେ ଲେଖା ଥିବା କମ୍ପାନୀକୁ ନେଇ ଯାଞ୍ଚ କରାଯିବ । ତେବେ ଜବତ ବିସ୍ଫୋରକ ଟ୍ରେନରେ ନେବା ଆଣିବା କରିବା ଏକ ଦଣ୍ଡନୀୟ ଅପରାଧ। ଏସବୁ ନିୟମ ପରେ ବି କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ବିସ୍ଫୋରକ ସାମଗ୍ରୀ ଟ୍ରେନରେ ନେଉଥିଲା ସେନେଇ ତଦନ୍ତ କରାଯିବ। ଏଥିସହ କେହି ଭୁବନେଶ୍ୱର ଷ୍ଟେସନରେ ଜାଣିଶୁଣି ବିସ୍ଫୋରକ ସାମଗ୍ରୀକୁ ଛାଡି ଯାଇଥିଲା ନା ଅଜାଣତରେ, ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଥିଲା କି ନାହିଁ ଏତମାମ ଦିଗକୁ ନେଇ ଯାଞ୍ଚ କରାଯିବ। ତେବେ ଏହା ପଛରେ ଆତଙ୍କବାଦୀ ଲିଙ୍କ ଅଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ କରାଯିବ କହିଛନ୍ତି ତଦନ୍ତକାରୀ ଅଧିକାରୀ ଏସ ସୁରେଶ କହିଛନ୍ତି।

ଗତ ୧୩ତାରିଖ ରାତିରେ କୋଣାର୍କ ଏକ୍ସପ୍ରେସ ଷ୍ଟେସନରେ ଥିବା ବେଳେ ରାତି ୩ଟା ବେଳକୁ ସିଫ୍ଟ ଷ୍ଟାଫ୍ ଚେକିଂ କରୁଥିଲେ। ଏହି ସମୟରେସାମ୍ନାକୁ ଆସିଥିଲା ବିସ୍ଫୋରକ । ପ୍ଲାଷ୍ଟିକ ଡବା ଭଳି କିଛି ଏକ୍ସପ୍ଲୋସିଭ ସାମଗ୍ରୀ ପଡ଼ିଥିବା ଖବର ପାଇଥିଲା ଆରପିଏଫ ଟିମ୍। ଏହାପରେ ବିସ୍ଫୋରକ ସାମଗ୍ରୀକୁ ଜବତ କରାଯାଇ ବମ ଡିସ୍ପୋଜାଲ ଟିମ୍ ଜରିଆରେ ସେସବୁକୁ ପରେ ନଷ୍ଟ କରାଯାଇଛି। ତେବେ କିଛି ମତ୍ସଜୀବୀ ମାନେ ମାଛ ଧରିବା ସମୟରେ ଇଣ୍ଡିକେସନ ପାଇଁ ଏପରି ସ୍ମୋକ ବ୍ୟବହାର କରିଥାନ୍ତି । ଏପରିକି ଟ୍ରେକି କରୁଥିବା ପର୍ବତାରୋହୀ ବା ଅନେକ ସମୟରେ ସେନା ଆଦିରେ ଚିହ୍ନ ବା ସାଇନ୍ ଇଣ୍ଡିକେସନ ପାଇଁ ଏଭଳି ସ୍ମୋକ ବ୍ୟବହାର‌ କରାଯାଇଥାଏ।

କେହି ମତ୍ସ୍ୟଜୀବୀ କିଛି ସମୁଦ୍ର କୂଳ ଗୁଡିକରେ ବ୍ୟବହାର ଉପଯୋଗୀ ପାଇଁ ନେବା ସମୟରେ ଏପରି ଫୋପାଡି ଥାଇପାରନ୍ତି ବୋଲି ପ୍ରଥମେ ସନ୍ଦେହ କରିଥିଲେ ଆରପିଏଫ ଅଧିକାରୀ। ଭୁବନେଶ୍ଵର ରେଳ ଷ୍ଟେସନରୁ ମିଳିଥିବା ବିସ୍ଫୋରକ ସାମଗ୍ରୀ ନଷ୍ଟ ସମୟରେ ପ୍ରଚଣ୍ଡ ଶବ୍ଦ କରିବାକୁ ନେଇ ମଧ୍ୟ ଭୟ‌ସୃଷ୍ଟି ହୋଇଛି । ଜଣେ ଆରପିଏଫ ଅଧିକାରୀ କହିଛନ୍ତି ଯେ, ''ବିସ୍ଫୋରକ ସାମଗ୍ରୀ ନଷ୍ଟ ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ତଥାପି ଯାଞ୍ଚ ଜାରି ରହିବ ଯେହେତୁ ଷ୍ଟେସନ କାମ ଚାଲୁଥିବାରୁ ସିସିଟିଭି ଫୁଟେଜରେ ସମସ୍ତ ଅଞ୍ଚଳ କଭର ହେଉ ନାହିଁ ତଥାପି ତଦନ୍ତ ପରେ ଜଣାପଡ଼ିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.