ETV Bharat / state

ବଡ଼ନୟାପଲ୍ଲୀ ଗାଁରୁ 10 ଅଫୁଟା ବୋମା ଉଦ୍ଧାର

author img

By ETV Bharat Odisha Team

Published : Oct 11, 2023, 3:44 PM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡ଼ନୟାପଲ୍ଲୀ ଗ୍ରାମରୁ ୧୦ଟି ସୁତୁଲି ବୋମା ଉଦ୍ଧାର କରିଛି ବେଗୁନିଆ ପୋଲିସ । ଅଧିକ ପଢନ୍ତୁ

ଅଫୁଟା ବୋମା ଉଦ୍ଧାର
ଅଫୁଟା ବୋମା ଉଦ୍ଧାର
ଅଫୁଟା ବୋମା ଉଦ୍ଧାର

ଖୋର୍ଦ୍ଧା: ବେଗୁନିଆ ପୋଲିସକୁ ସଫଳତା । କାଗଜ ପେଟିରୁ ବୋମା ଜବତ କଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡ଼ନୟାପଲ୍ଲୀ ଗ୍ରାମରୁ ୧୦ଟି ସୁତୁଲି ବୋମା ଉଦ୍ଧାର ହୋଇଛି ।

ସୂଚନା ମୁତାବକ, ଆଜି(ବୁଧବାର) ସକାଳୁ ଜିଲ୍ଲାର ବଡ଼ନୟାପଲ୍ଲୀ ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୁକୁଡ଼ା ଫାର୍ମ ନିକଟରେ ଏକ କାଗଜ ପେଟିରେ 10ଟି ଜୀବନ୍ତ ସୁତୁଲୀ ବୋମା ଥିବା ସ୍ଥାନୀୟ ଲୋକ ଜାଣିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଘଟଣା ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା । ବେଗୁନିଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଓ ବୋମା ନିଷ୍କ୍ରିୟକାରୀ ଟିମର ସହାୟତାରେ ଏହି ଅଫୁଟା ବୋମାକୁ ଉଦ୍ଧାର କରି ନିକଟସ୍ଥ ପୋଖରୀରେ ନଷ୍ଟ କରାଯାଇଛି ।

ତେବେ ପୋଲିସ ସୂଚନା ଅନୁସାରେ, ଏହା ସୁତୁଲି ବୋମା ଏବଂ ଏହା ଭିତରେ ବାରୁଦ, ଗୋଡ଼ି, କାଚ ଭଳି ପଦାର୍ଥ ମିଳିଛି । ସେହିପରି ବୋମାରୁ ସଂଗ୍ରହ ହୋଇଥିବା ବାରୁଦ, କାଚ, ଗୋଡି ଏବଂ ସୁତୁଲୀକୁ ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ବେଗୁନିଆ ଥାନା ଅଧିକାରୀ । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହାକୁ ରଖିଥିଲା ତାହାର ପୋଲିସ ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ - ଶ୍ରୀକ୍ଷେତ୍ରରେ ଗୁଳିକାଣ୍ଡ ପରେ ବୋମାମାଡ଼: ହତ୍ୟାକାଣ୍ଡର ସାଖୀଙ୍କ ଘର ଉପରକୁ ବମ୍ ଫିଙ୍ଗିଲେ ଦୁବୃର୍ତ୍ତ

ଏହା ମଧ୍ୟ ପଢନ୍ତୁ - ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରକୁ ବୋମାମାଡ, ତଦନ୍ତ ଆରମ୍ଭ

ପ୍ରକାଶ ଥାଉକି, ସେହିପରି ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ଗ୍ରାମ ଜଙ୍ଗଲରୁ ୫ଟି ଟିଫିନ ବୋମା ଜବତ କରିଛନ୍ତି ବିଏସଏଫ ଯବାନ । ସେମାନେ ପଡିଆ ଥାନା କମାରଗୁଡା ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ଯବାନମାନେ ଉକ୍ତ ଅଞ୍ଚଳରେ ମୋଟଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୫ଟି ଟିଫିନ୍ ବୋମା ଠାବ କରିବାରେ ସକ୍ଷମ ହୋଇଥିଲେ । ଏହା ପରେ ସେମାନେ ବୋମା ନିଷ୍କ୍ରିୟ ଟିମକୁ ଖବର ଦେଇଥିଲେ । ଖବର ପାଇ ବୋମା ନିଷ୍କ୍ରିୟ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ବୋମାଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିବାର ସୂଚନା ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.